Kali Pooja Special: କାଳୀପୂଜାର ଶୁଭ ମୂହୁର୍ତ୍ତ, ମହତ୍ଵ, ପୂଜା ବିଧି ଓ କଥା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୀପାବଳୀରେ ଶ୍ରୀ ଗଣେଶ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହି ଦିନ ମାତା କାଳୀଙ୍କୁ ମଧ୍ୟ ପୂଜା କରିବାର ବିଶେଷ ମହତ୍ଵ ଥାଏ । ମାତା ଲକ୍ଷ୍ମୀଙ୍କୁ ଶୁଭ ସମୟରେ ପୂଜା କରିଲେ ଶୁଭ ହୁଏ ବୋଲି କୁହାଯାଏ । ସେହିପରି ମା କାଳୀଙ୍କୁ ମଧ୍ୟରାତ୍ରିରେ ପୂଜା କରିଲେ ଶୁଭ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା କାଳୀପୂଜାର ଶୁଭ ମୂହୁର୍ତ୍ତ, ମହତ୍ଵ, ପୂଜା ବିଧି ଓ ବିଶେଷ କଥା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କାର୍ତ୍ତିକ ମାସ, କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ମା କାଳୀଙ୍କୁ ମଧ୍ୟ ରାତ୍ରିରେ ପୂଜା କରାଯାଏ । ଏହିଦିନ ସମସ୍ତେ ଦୀପାବଳି ପର୍ବ ପାଳନ କରନ୍ତି । ବିଶେଷ କରି ପଶ୍ଚିମ ବଙ୍ଗ, ଓଡିଶା ଓ ଆସାମ ରେ ଏହି ପର୍ବ ପାଳନ କରିଥାନ୍ତି । ଏହି ଦିନ ମାତା କାଳିଙ୍କୁ ପୂଜା କରିଲେ ସିଦ୍ଧି ପ୍ରାପ୍ତି ହୁଏ ଓ ଆଶୀର୍ବାଦ ମିଳିଥାଏ ।

ମା କାଳୀପୂଜାର ମହତ୍ଵ -ଦୀପାବଳୀରେ ଶ୍ରୀ ଗଣେଶ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହି ପୂଜା ପଶ୍ଚିମବଙ୍ଗ, ଓଡିଶା ଓ ଆସାମ ରେ ମଧ୍ୟ ପାଳନ କରିଥାନ୍ତି । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପ୍ରଦୋଷ କାଳରେ ପୂଜା କରନ୍ତି ଓ ମା କାଳୀଙ୍କୁ ମଧ୍ୟରାତ୍ରିରେ ପୂଜା କରିଲେ ଶୁଭ ହୋଇଥାଏ । କାର୍ତ୍ତିକ ମାସ, କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ମା କାଳୀଙ୍କୁ ପୂଜା କରିଲେ ସିଦ୍ଧି ପ୍ରାପ୍ତି ହୁଏ ବୋଲି କୁହାଯାଏ ।

ସେଥିପାଇଁ ଏହି ଦିନ ଲୋକମାନେ ନିଜର ମନୋକାମନା  ପୂରଣ କରିବା ପାଇଁ ମା କାଳୀଙ୍କୁ ପୂଜା କରିଥାନ୍ତି । ମା କାଳୀଙ୍କୁ ଶ୍ୟାମାକାଳୀ ପୂଜା ନାମରେ ଜାଣିଥାନ୍ତି । ଏହି ଦିନଟି ବିଶେଷ ଶୁଭ ବୋଲି କୁହାଯାଏ । କାରଣ ଏହି ଦିନ ମା କାଳୀଙ୍କୁ ପୂଜା କରି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ଦୀପାବଳୀର ମଧ୍ୟରାତିକୁ ସିଦ୍ଧି ରାତି ବୋଲି ବିବେଚନା କରାଯାଏ । ସେଥିପାଇଁ ଏହି ଦୀପାବଳୀ ଦିନ ଅନେକ ତାନ୍ତ୍ରିକମାନେ ମଧ୍ୟ ମା କାଳୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା କରିଥାନ୍ତି ।

ମା କାଳୀଙ୍କ ପୂଜା ବିଧି –

୧- ଦୀପାବଳୀରେ ମା କାଳୀଙ୍କୁ ମଧ୍ୟରାତ୍ରିରେ ପୂଜା କରାଯାଏ । ତେଣୁ ପୂଜାରେ ସ୍ନାନ କରିବା ପରେ ସଫା ବସ୍ତ୍ର ପିନ୍ଧି ମା କାଳୀଙ୍କୁ ପୂଜା କରିବେ ।

୨- ଏକ ଖଟୁଲି ନେଇ ଗଙ୍ଗାଜଳ ଛିଞ୍ଚିବେ । ସେଥିରେ ନାଲି ରଙ୍ଗର କପଡା ବିଛେଇ ମା କାଳୀଙ୍କ ଫଟୋ ବା ମୂର୍ତ୍ତିକୁ ରଖିବେ ।

୩- ଫଟୋ ରଖିବା ପରେ ବସ୍ତ୍ର, ଶୃଙ୍ଗାର, ଫୁଲମାଳ, ଫଳ ଆଦି ଅର୍ପଣ କରନ୍ତୁ ଓ ତେଲର ଦୀପ ଜଳାଇ ବିଧି ଅନୁସାରେ ପୂଜା କରିବେ ।

୪- ଏହାପରେ ମା କାଳୀଙ୍କ କଥା ଶୁଣିବେ ବା ପଢିବେ । ପରେ ଧୂପ ଦୀପ ଦେଇ ଆଳତୀ କରିବେ ।

୫- ଶେଷରେ ମା କାଳୀଙ୍କୁ ମିଠା ଭୋଗ କରିବେ । ପରେ ନିଜେ ଭୁଲ୍ କରିଥିବା କାର୍ଯ୍ୟକୁ କ୍ଷମା ମାଗି ପ୍ରାର୍ଥନା କରିବେ ।

ମା କାଳୀଙ୍କ କଥା –

ପୌରାଣିକ କଥା ଅନୁସାରେ ଦାରୁକ ନାମ ଜଣେ ରାକ୍ଷସ ଭଗବାନ ବ୍ରହ୍ମାଙ୍କୁ ପ୍ରସନ୍ନ କରି  ବରଦାନ ପ୍ରାପ୍ତି ହୋଇଥିଲେ । ସେ ବରଦାନ ପାଇ ଦେବତା ଓ ବ୍ରାହ୍ମଣ ମାନଙ୍କୁ ବହୁତ କଷ୍ଟ ଦେଉଥିଲେ ଏବଂ ସ୍ଵର୍ଗଲୋକକୁ କବ୍ଜା କରିନେଇଥିଲେ । ଏହି କଷ୍ଟ ପାଇବା ଦେଖି ସବୁ ଦେବତାମାନେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ପାଖକୁ ଗଲେ । ଭଗବାନ ବିଷ୍ଣୁ ଓ ବ୍ରହ୍ମା ସବୁ ଦେବତାଙ୍କୁ କହିଲେ ଯେ ଏକ ସ୍ତ୍ରୀ ହିଁ ଏହି ରାକ୍ଷସକୁ ମାରି ପାରିବ । ଏହାପରେ  ସବୁ ଦେବତାମାନେ ଭଗବାନ ଶିବଙ୍କ ପାଖକୁ ଯାଇ ସବୁ କଥା କହିଲେ ।

ଏହାପରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଚାହିଁଲେ । ମାତା ପାର୍ବତୀ ହସିଲେ ଓ ନିଜର ଏକ ଅଂଶ ଶିବଙ୍କୁ ପ୍ରବାହିତ କରିଲେ ।   ଭଗବାନ ଶିବଙ୍କ କଣ୍ଠରେ ଥିବା ବିଷ ଦ୍ଵାରା ଏକ ବିକଟ ରୂପ ଧାରଣ କଲେ । ଏହାପରେ ଭଗବାନ ଶିବ ତୃତୀୟ ଆଖିଟି ଖୋଲି ଦେଲେ । ଏହି ଆଖିରେ ସେହି ରୂପଟି ମା କାଳୀ ରୂପ ଧାରଣ କଲେ । ମା କାଳୀଙ୍କ କପାଳରେ  ତୃତୀୟ ଆଖି ଓ ଚନ୍ଦ୍ରରେଖା ମଧ୍ୟ ଥିଲା । ମା କାଳୀଙ୍କର ଏହି ବିଶାଳ ଭୟଙ୍କର ରୂପ ଦେଖି ଦେବତା ମାନେ ସେଠାରୁ ଦୌଡି ପଳାଇ ଗଲେ ।

ଏହାପରେ ମା କାଳୀ ଓ ଦାରୁକ ରାକ୍ଷସ ସହିତ ଯୁଦ୍ଧ ହେଲା । ମା କାଳୀ ସମସ୍ତଙ୍କୁ ମାରିଦେଲେ । କିନ୍ତୁ ମା କାଳୀଙ୍କ କ୍ରୋଧ ଶାନ୍ତ ହେଲା ନାହିଁ ଓ ସବୁଆଡେ ଅଶାନ୍ତି ଲାଗିଲା । ଏହାଦେଖି ଭଗବାନ ଶିବ ଏକ ବାଳକ ରୂପ ଧାରଣ କଲେ ଓ ଶ୍ମଶାନରେ ଶୋଇ କାନ୍ଦିଲେ । ମା କାଳୀ ତାଙ୍କୁ ଦେଖି ମୋହିତ ହୋଇଗଲେ । ଏହାପରେ ତାଙ୍କର କ୍ରୋଧ ଶାନ୍ତ ହୋଇଗଲା । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!