ରବିବାର ଦିନ ଏହି କାର୍ଯ୍ୟ କଦାପି କରନ୍ତୁ ନାହିଁ, ନଚେତ୍ ହେଉଥିବା କାର୍ଯ୍ୟରେ ମଧ୍ୟ ସୃଷ୍ଟି ହେବ ବାଧା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସପ୍ତାହକ ୭ଦିନ ମଧ୍ୟରେ ରବିବାର ଦିନଟି ସର୍ବଶ୍ରେଷ୍ଠ କୁହାଯାଏ । ଯେଉଁ ବ୍ୟକ୍ତି ଜୀବନରେ ଭଲ ସ୍ୱାସ୍ଥ୍ୟ ଓ ସାହସ ପାଇବାକୁ ଇଛା କରେ ସେ ଏହି ରବିବାର ଦିନ ବ୍ରତ ପାଳନ କରିବା ସହ ଦିଆଯାଇଥିବା ନିୟମକୁ ମଧ୍ୟ ମାନିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କଣ କରିବା ଉଚିତ୍ –

 

୧- ଜ୍ୟୋତିଷଙ୍କ ମତରେ ରବିବାର ଦିନ ମଥାରେ ନାଲି ଚନ୍ଦନ ବା ହଳଦିଆ ଚନ୍ଦନ ତିଳକ ଲଗାଇବା ଆବଶ୍ୟକ ।

୨- ରବିବାର ଦିନ ପୂର୍ବ, ଉତ୍ତର ଓ ଅଗ୍ନିକୋଣରେ ଯାତ୍ରା କରିଲେ ଶୁଭ ହୋଇଥାଏ ।

୩- ରବିବାର ଦିନ ସୁସ୍ଵାଦ ଖାଦ୍ୟ ମଧ୍ୟ ଖାଇଲେ ଭଲ ।

୪- ରବିବାର ଦିନ ପରିବାର ସହିତ ଗୃହ ପ୍ରବେଶ କରିବାକୁ ଚାହିଁଲେ ବହୁତ ଶୁଭ ହୁଏ ।

୫- ଜ୍ୟୋତିଷ ଶାସ୍ତ୍ରରେ ରବିବାର ଦିନ ସୁନା ବା ତମ୍ବା କିଣିବା ସହିତ ତାକୁ ଧାରଣ କରିବା ମଧ୍ୟ ଶୁଭଦାୟକ ହୁଏ ।

୬- ଏହି ଦିନ ଅଗ୍ନି ବା ବିଦ୍ୟୁତ ସାମଗ୍ରୀ ଘରକୁ ଆଣିଲେ ଶୁଭ ହୁଏ ।

୭- ଏହି ଦିନ ଚାଉଳରେ କ୍ଷୀର ଓ ଗୁଡ ମିଶାଇ ଖାଇବା ବହୁତ ଭଲ ହୁଏ ।

୮- ଏହି ଦିନ ଗହମ ଓ ଗୁଡ ଏକ ନାଲି କପଡାରେ ବାନ୍ଧି ଦାନ କରିଲେ ଶୁଭଫଳ ମିଳେ ।

୯- ଜାତକରେ ରବି ଗ୍ରହଙ୍କୁ ଶୁଭ କରିବାକୁ ହେଲେ ରବିବାର ଦିନ ଚାଉଳ ଓ ଗୁଡ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

୧୦- ରବିବାର ଦିନ ଯେ କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁଡ ବା ମିଠା ଖାଇବା ଉଚିତ୍ ।

୧୧- ଯଦି ଘରେ ଅଧିକ କଳି ଝଗଡା ହେଉଥାଏ ତେବେ ଏକ ନାଲି ରଙ୍ଗଥିବା ମାଙ୍କଡର ଖେଳଣା ଆଣିବେ, ଧ୍ୟାନ ଦେବେ ଯେ ଏହି ମାଙ୍କଡର ଖେଳଣାର ହାତ ଖୋଲା ରହିଥିବା । ତାକୁ ଘରର ଯେ କୌଣସି ସ୍ଥାନରେ ରଖିବେ, ଯେପରିକି ତାର ପିଠି ସୂର୍ଯ୍ୟଙ୍କ ଆଡକୁ ରହୁଥିବ । ଏହା କରିଲେ ଘରେ ସୁଖ ଶାନ୍ତି ମିଳିଥାଏ ।

କଣ ନ କରିବା ଉଚିତ୍-

୧- ରବିବାର ଦିନ ଲୁଣ ନ ଖାଇବା ଉଚିତ୍ । କୁହାଯାଏ କି ଏହା ସ୍ୱାସ୍ଥ୍ୟରେ ପ୍ରଭାବ ପକାଇଥାଏ । ଏହା ସହିତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୁଏ ।

୨- ଏହି ଦିନ ପଶ୍ଚିମ ଓ ବାୟବ୍ୟେ କୋଣକୁ ଯାତ୍ରା ନ କରିବା ଉଚିତ୍ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!