ମହିଳାମାନେ କରନ୍ତୁ ନାହିଁ ଏହି ୫ଟି ଭୁଲ, ମାତା ଲକ୍ଷ୍ମୀ ହେବେ କ୍ରୋଧିତ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରତିକାର କରାଯାଉଛି । ମହିଳାମାନେ ଘରେ ପୂଜା ପାଠ କରନ୍ତି, କିନ୍ତୁ ଅନେକ ଥର ଅଜାଣତରେ ଭୁଲ କାମ ମଧ୍ୟ କରିଥାନ୍ତି । ଯେଉଁଥିପାଇଁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରେ ପ୍ରବେଶ କରନ୍ତି ନାହିଁ । ମହିଳାମାନେ ଘରକୁ ସଫାସୁତୁରା ପ୍ରତି ଧ୍ୟାନ ଦେବା ଓ ପୂଜା ପାଠ ଆଦି ଧର୍ମ କାର୍ଯ୍ୟରେ ମନଦେବା ଆବଶ୍ୟକ । ଏହା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ଦେଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମହିଳାମାନେ ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍ । କାରଣ ସନ୍ଧ୍ୟାବେଳେ ନେଗେଟିବ୍ ଊର୍ଜା ବାସ ହୁଏ । ସେହିଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଆଳସ୍ୟ ମନୁଷ୍ୟର ସବୁଠାରୁ ବଡ ଶତୃ ଅଟେ । ଆସନ୍ତୁ ଜାଣିବା ଏହି ୫ଟି ଭୁଲ କାମ କଣ ।

୧- ଘରର ମହିଳାମାନେ ସର୍ବଦା ଘରକୁ ସଫା ସୁତୁରା ନ ରଖିବା । ମଇଳା ବସ୍ତ୍ର ପିନ୍ଧିବା ଓ ଅପରିଷ୍କାର ଢଙ୍ଗରେ ବାସ କରିବେ, ତେବେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରେ ବାସ କରିବେ ନାହିଁ ।

୨- ମହିଳାମାନେ ଗୁରୁ ଗୁରୁଜନମାନଙ୍କୁ ଅସମ୍ମାନ କରିବା, ନିଜର ଲୋକଙ୍କ ସହିତ କ୍ରୋଧ ଭାବ କରି ସର୍ବଦା କଳି ଝଗଡା କରନ୍ତି ତେବେ ସେହି ଘରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପ୍ରବେଶ କରନ୍ତି ନାହିଁ ।

୩- ମହିଳାମାନେ ସାଧୁ ସନ୍ଥ ଓ ଶାସ୍ତ୍ର ପୁରାଣ ପ୍ରତି ଅସମ୍ମାନ କରିବା, ଗରିବଙ୍କୁ ଦାନ ନ କରିବା ଓ ମନ୍ଦିରକୁ ଯାଆନ୍ତି ନାହିଁ, ତେବେ ସେହି ଘରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ପ୍ରବେଶ କରନ୍ତି ନାହିଁ ।

୪- ମହିଳାମାନେ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରି ଧୂପ ଦୀପ ଦେଇ ଆଳତି କରନ୍ତି ନାହିଁ  ଓ ସନ୍ଧ୍ୟା ସମୟରେ ଶୋଇ ରୁହନ୍ତି, ସେହି ଗୃହରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟୋଦୟ ପରେ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ନିଷେଧ ଅଟେ ।

୫- ମହିଳାମାନେ ଆଳସ୍ୟକୁ ଦୂର କରିବା ସହିତ ପରିବାରର ସବୁ କାର୍ଯ୍ୟର ଦାୟିତ୍ଵ ନ ନେବେ ତେବେ ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରେ ବାସ କରନ୍ତି ନାହିଁ । କାରଣ ମନୁଷ୍ୟର ସବୁଠାରୁ ବଡ ଶତୃ ଆଳସ୍ୟ ଅଟେ । ଏହି ୫ଟି କାର୍ଯ୍ୟ ପ୍ରତି ମହିଳାମାନେ ଧ୍ୟାନ ଦେଲେ  ମାତା ଲକ୍ଷ୍ମୀ କ୍ରୋଧିତ ହେବେ ନାହିଁ ଓ ପ୍ରସନ୍ନ ହୋଇ ଘରେ ବାସ କରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!