ଲାଲ୍ କିତାବ ଅନୁସାରେ ୨୦୨୧ ମସିହାରେ କରିଲେ ଏହି ସବୁ ଉପାୟ, ମିଳିବ ସମସ୍ତ କଷ୍ଟରୁ ମୁକ୍ତି- Lal Kitab

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଲାଲ୍ କିତାବ ଏକ ରହସ୍ୟମୟୀ ବହି ଅଟେ । ଏହି ବହିରେ ଉପାୟ ଦେବା ସହିତ ସାବଧାନତା ରହିବାକୁ ମଧ୍ୟ କୁହାଯାଇଛି । ଲାଲ୍ କିତାବର ଏହି ୧୦ଟି ଉପାୟ କରନ୍ତୁ । ଏହି ଉପାୟ ଦ୍ଵାରା ସବୁ ବାଧା ଦୂର ହେବା ସହିତ ଉନ୍ନତି ମଧ୍ୟ କରିପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଗୋଟିଏ ନଡିଆ ଆଣି ତାକୁ ପରିବାରର ସଦସ୍ୟ ଓ ନିଜ ଉପରେ ୨୧ଥର ମୁଣ୍ଡ ଉପରେ ବୁଲାଇ ଆଣି ନିଆଁରେ ଜଳାଇ ଦିଅନ୍ତୁ । ସେହିପରି ୨୧ଥର ବୁଲାଇ ନଦୀରେ ଭସାଇ ଦିଅନ୍ତୁ । ଏହାକୁ ଗୁରୁବାର ଦିନ କରିବେ । ଏଥିରେ ସବୁ କଷ୍ଟ ଓ ନଜର ବା ଦୃଷ୍ଟି ଦୂର ହୋଇଯାଏ ।

୨- ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ନିଜ ମୁଣ୍ଡ ପାଖରେ ରଖନ୍ତୁ । ସକାଳେ ଉଠି ସେହି ପାଣିକୁ ବାହାରେ ଢାଳି ଦିଅନ୍ତୁ କିମ୍ବା ଗଛ ମୂଳରେ ଢାଳି ଦିଅନ୍ତୁ । ଏହାକୁ ୧୧ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଏଥିରେ ଶାରୀରିକ ଓ ମାନସିକ ରୋଗ ଦୂର ହେବ ।

୩- ଧଳା ଓ କଳା ମିଶ୍ରିତ ରଙ୍ଗ ଥିବା ଏକ କମ୍ବଳ ଆଣି ନିଜ ମୁଣ୍ଡ ଉପରେ ୨୧ଥର ବୁଲାଇବ । ସେହି କମ୍ବଳକୁ ଗରିବକୁ ଦାନ କରିବ । ଏହାକୁ ଗୋଟିଏ ଥର କରିପାରିବେ । ଏହାକୁ ଶନିବାର ଦିନ କଲେ ବହୁତ ଶୁଭ ହୁଏ ।

୪- ମଙ୍ଗଳବାର ଦିନ ରାବିଡି, ଖଜା, ମହୁ ବା ସିନ୍ଦୂର ନଦୀରେ ଭସାଇ ଦିଅନ୍ତୁ । ଏଥିରେ ମଙ୍ଗଳଦୋଷ ଦୂର ହେବ ।

୫- ବେଳେ ବେଳେ ଆଖିରେ କାଜଳ ଲଗାନ୍ତୁ । ଏହା ୧୧ଦିନ ଲଗାଇବେ । ଏହା ମଧ୍ୟ ମଙ୍ଗଳଦୋଷ ଦୂର ହେବ ।

୬- ବର୍ଷରେ ୨ଥର ଅନ୍ଧ, ଅପଙ୍ଗ, ସନ୍ୟାସୀ ବା କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ । ଏଥିରେ ଶନିଦୋଷ ଦୂର ହୁଏ ।

୭- ଭଗବାନ ଶ୍ରୀ ହନୁମାନଙ୍କୁ ଓଢଣି ଚଢାନ୍ତୁ, ଏହାକୁ ବର୍ଷରେ ୨ଥର କରିବାକୁ ହେବ । ଗୋଟିଏ ମଙ୍ଗଳବାର ଦିନ ଓ ଆଉ ଗୋଟିଏ ଶନିବାର ଦିନ କରିବେ ।

୮- ବର୍ଷକରେ ୨ ଥର ଯେ କୌଣସି ଜାଗାରେ ନିମ୍ବଗଛ, ଓସ୍ତଗଛ, ବରଗଛ, ସମିଗଛ ବା ଆମ୍ବଗଛ ନିଶ୍ଚିନ୍ତ ଲଗାନ୍ତୁ । କୁହାଯାଏ କି ଯେଉଁ ବ୍ୟକ୍ତି ଗୋଟିଏ ଓସ୍ତଗଛ, ଗୋଟିଏ ନିମ୍ବଗଛ, ଦଶଟି ତେନ୍ତୁଳିଗଛ, ତିନୋଟି କଇଁଥ ଗଛ, ତିନୋଟି ବେଲଗଛ, ତିନୋଟି ଅଁଳାଗଛ, ପଞ୍ଚୋଟି ଆମ୍ବଗଛ ଲଗାଇବେ ସେହି ବ୍ୟକ୍ତି କଦାପି ନରକର ଦର୍ଶନ କରିବେ ନାହିଁ ।

୯- ବର୍ଷକରେ ଅନ୍ତତଃ ଥରେ ଯେ କୌଣସି ତୀର୍ଥସ୍ଥାନକୁ ବୁଲିବାକୁ ଯାଆନ୍ତୁ । ଏଥିରେ ଦେବା ଦେବୀଙ୍କ ଆଶୀର୍ବାଦ ମିଳିଥାଏ ।

୧୦- ବର୍ଷକରେ ଅନ୍ତତଃ ଦୁଇଥର ପଶୁ ଓ ପକ୍ଷୀଙ୍କୁ ପେଟଭରି ଖାଇବାକୁ ଓ ପାଣି ପିଇବାକୁ ଦିଅନ୍ତୁ । କୁହାଯାଏ କି ଯେଉଁ ବ୍ୟକ୍ତି ପରିବାରର ସବୁ ସଦସ୍ୟଙ୍କ ଠାରୁ ସମାନ ଭାବରେ ଟଙ୍କା ନେଇ ସେହିଦିନ ୧୦ଟି ଗାଈକୁ ଘାସ ବା କୁକୁରକୁ ରୋଟି ଖାଇବାକୁ ଦିଏ, ତେବେ ସେହି ବ୍ୟକ୍ତି ସବୁ ସଙ୍କଟରୁ ମୁକ୍ତି ପାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!