ପଶ୍ଚିମ ମୁଖୀ ଭବନ: ପଶ୍ଚିମ ଦିଗରେ ଦ୍ଵାର ଥିଲେ ଥରେ ନିଶ୍ଚୟ ଦେଖନ୍ତୁ… Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପଶ୍ଚିମମୁଖୀ ଭବନ – ପଶ୍ଚିମ = ୧- ପିତୃ- ପୁତ୍ର ପୀଡା । ୨- ଦୌବାରିକ -ପୁତ୍ର ବୃଦ୍ଧି । ୩- ସୁଗ୍ରୀବ- ପୁତ୍ର ଧନହାନୀ । ୪- ପୁଷ୍ପ ଦନ୍ତ -ପୁତ୍ର ବୃଦ୍ଧି । ୫-ବରୁଣ- ଧନ ଲାଭ । ୬- ଅସୁର-ବୃଦ୍ଧି । ୭-ଶେଷ- ଦ୍ରବ୍ୟ ହାନୀ । ୮- ପାପ- ରୋଗ । ୯- ରୋଗ -ବଧ ବା ବନ୍ଧନଭୟ । ଭୂଖଣ୍ଡର ପଶ୍ଚିମ ଦିଗରେ ସଡ଼କ ଥିଲେ, ଗୃହ ପଶ୍ଚିମାଭିମୁଖୀ ହୁଏ । ଏଭଳି ଭୂଖଣ୍ଡରେ ଗୃହନିର୍ମାଣ କରିବାବେଳେ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ସହିତ ନିମ୍ନଲିଖିତ ଶୁଭ-ଅଶୁଭ କଥାକୁ ମଧ୍ୟ ବିଚାରକୁ ନେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁଭକାରକ ତଥ୍ୟ :୧ । ମୁଖ୍ୟଦ୍ୱାର ଓ ଅନ୍ୟଦ୍ୱାର ସବୁ ପଶ୍ଚିମକୁ ହେବା ଶୁଭକାରକ । ୨ । ଗୃହର ପଶ୍ଚିମ ଭାଗରେ ଉଚ୍ଚ କାନ୍ଥ ଓ ଉଚ୍ଚ ମଣ୍ଡପ ରହିବା ସୁଖ-ସମୃଦ୍ଧି ଓ ଯଶ ପ୍ରାପ୍ତିକାରକ । ୩ । ପଶ୍ଚିମ ଦିଗର ଚାରିକାନ୍ଥ ଉଚ୍ଚ ହେବା ଧନକାରକ । ୪ । ପଶ୍ଚିମ ଦିଗରେ ଗହଳିଆ ବୃକ୍ଷରୋପଣ କରିବା ଶୁଭପ୍ରଦ ।

୫ । ପଶ୍ଚିମ ଦିଗରେ କୁଣ୍ଡା, ପଥର ଓ ମାଟିଗଦା ରଖିପାର । ଅଶୁଭକାରକ ତଥ୍ୟ :୧ । ମୁଖ୍ୟମାର୍ଗ ଅଭିମୁଖୀ ଗୃହ ନ କରିବା ଶୁଭପ୍ରଦ ନୁହେଁ । ୨ । ପଶ୍ଚିମ ଭାଗରେ ନୀଚା ମଣ୍ଡପ ବାରଣ୍ଡା ଓ କୂପ ଆଦି କରିବେ ନାହିଁ । ୩ । ଗୃହ ସହିତ ପଶ୍ଚିମ ଭାଗରେ ଭୂମିଗତ ନିର୍ମାଣ ନାଳଳ, ଗାଡ଼, ଭୂମିଗତ ପାଣିଟାଙ୍କି ଓ ସେପ୍ଟିକ୍ ଟ୍ୟାଙ୍କ ଆଦି କରିବ ନାହିଁ ।

୪ । ପଶ୍ଚିମମୁଖୀ ଭୂଖଣ୍ଡରେ ବଡ଼ ବଡ଼ ଗାତ, ଖାଲ ଆଦି ଥିଲେ ଓ ତାହାକୁ ସମତଳ କରି ଉଚ୍ଚା କରିବା ଅସମ୍ଭବ ମନେ ହେଉଥିଲେ ସେ ଜାଗା କିଣିବେ ନାହିଁ । ଅନ୍ୟ ଭାଗ ମାନଙ୍କରେ ଯଦି ମୁଖ୍ୟ ଦ୍ୱାର କରନ୍ତି ତେବେ ନୈଋତ କୋଣର ପ୍ରଥମ ଭାଗରେ କର୍ତ୍ତା ଆକସ୍ମିକ ଦୁର୍ଘଟଣାର ଶିକାର ହୁଅନ୍ତି, ଦ୍ୱତୀୟରେ ଆକସ୍ମିକ ଦୁଃଖକଷ୍ଟ ଭୋଗ କରନ୍ତି, ତୃତୀୟରେ ମାଙ୍ଗଳିକ କାର୍ଯ୍ୟ ଗୃହରେ ହୋଇପାରେ ନାହିଁ ।

ସନ୍ତାନମାନେ ଉତ୍ସୃଙ୍ଖଳ ବିପଥ ଗାମୀ ହୋଇଥାନ୍ତି, ଚତୁର୍ଥ ଭାଗରେ ସ୍ଥାଇ ରୋଗରେ ପୀଡିତ, ଶତୃ ବୃଦ୍ଧି, ଋଣରେ ପୀଡ଼ିତ ହୁଅନ୍ତି । ପଞ୍ଚମରେ ସନ୍ତାନ ମାନଙ୍କର ଉନ୍ନତି ଧନ, ଜନ, ଗୋପଲକ୍ଷ୍ମୀ ପ୍ରାପ୍ତି ଓ ସୁଖ, ଶାନ୍ତି ସେ ଗୃହରେ ବିରାଜ ମାନ କରେ ।

ଷଷ୍ଠରେ ବିଦ୍ୟା, ବୁଦ୍ଧି, ଯଶ ମାନ , ପ୍ରତିଷ୍ଠା, ପତିପ୍ରତି, ଧନରତ୍ନ ଆଦି ଲାଭ ହୁଏ, ସପ୍ତମରେ ବିଧବା ବିଧୁର ହୁଅନ୍ତି, ଶୋକାତୁର, ଅନାଟନ ଦୁଃଖ ଦୈନତା ଭିତରେ ଦିନ କାଟିବାକୁ ପଡ଼େ । ଅଷ୍ଟମରେ ବ୍ୟବସାୟରେ ଉନ୍ନତି, ପତିପତ୍ନୀଙ୍କର ମଧୁର ସମ୍ପର୍କ, ସମସ୍ତ କାର୍ଯ୍ୟରେ ମଙ୍ଗଳର ସୂଚନା ମିଳେ । ନବମରେ ଭାଗ୍ୟ ହୀନ, ବଂଶନାଶ, ଦୁଃଖ ଶୋକରେ ଦିନ କଟେ ।

୧- ଶନି, ମଙ୍ଗଳ, ରାହୁ ଗ୍ରହଙ୍କୁ ଶାନ୍ତି କରିବା ପାଇଁ ଭୈରବ ପୂଜା କରନ୍ତୁ । ସପ୍ତାହରେ ଥରେ ଘରେ ଗୁଗୁଳ ଧୂଆଁ ବା ଧୂପ ଦେବା ଶୁଭ ହୋଇଥାଏ । ୨- ଗହମରେ ୨ଟି ନାଗକେଶର ଓ ୧୧ଟି ତୁଳସୀ ପତ୍ର ପକାଇ ଗହମ ପେଶିଲେ ଶୁଭ ହୁଏ । ୩- ଘରେ ସୋରିଷ ତେଲର ଦୀପରେ ଲବଙ୍ଗ ପକାଇ ଜାଳିଲେ ଶୁଭ ହୁଏ । ୪- ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଢାଳନ୍ତୁ । ୫- ରୋଟି କରିବା ପୂର୍ବରୁ ତାୱା ଉପରେ କ୍ଷୀର ଛିଞ୍ଚିଲେ ଶୁଭ ହୁଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!