ଶନିଙ୍କ ସାଢେସାତି:- ଏହି ରାଶିରେ ଶନିଙ୍କ ସାଢେସାତିର ତୃତୀୟ ଚରଣ ରେ ଧୀରେ ଧୀରେ ଶୁଭ ପରିଣାମ ମିଳିବ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ତ୍ତମାନ ସମୟରେ ଶନି ମକର ରାଶିରେ ଅଛନ୍ତି, ଯେଉଁ କାରଣରୁ ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ପଡିଛି । ଧନୁ ରାଶିର ଜାତକକୁ ଶନିଙ୍କ ସାଢେସାତିର ଅନ୍ତିମ ଚରଣ ଚାଲୁଅଛି । ମକର ରାଶିରେ ଶନିଙ୍କ ସାଢେସାତିର ଦ୍ଵିତୀୟ ଚରଣ ଓ କୁମ୍ଭ ରାଶିରେ ପ୍ରଥମ ଚରଣର ପ୍ରଭାବ ପଡିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ୟୋତିଷ ଶାସ୍ତ୍ରର ଗଣନାରେ ରବି, ଚନ୍ଦ୍ର ଓ ଶନିଙ୍କ ଗଣନାର ବିଶେଷ ମହତ୍ଵ ରହିଛି । ଜାତକରେ ଶନି ଅଶୁଭ ହେଲେ ବ୍ୟକ୍ତିର ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ନଅଟି ଗ୍ରହଙ୍କ ମଧ୍ୟରୁ ଶନି ଗ୍ରହଙ୍କ ଗତିଶୀଳ ଧୀର ହୋଇଥାଏ । ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଯିବା ପାଇଁ ଅଢେଇ ବର୍ଷ ସମୟ ନେଇଥାନ୍ତି ।

ଯେ କୌଣସି ଏକ ରାଶିରେ ଶନିଗ୍ରହ ରହିଥିଲେ ସେହି ରାଶିରେ ଏକ ବର୍ଷ ପର୍ଯ୍ୟନ୍ତ ଶନିଙ୍କ ସାଢେସାତିର ପ୍ରଭାବ ପଡିଥାଏ । ଏହାକୁ ଶନିଙ୍କ ସାଢେସାତି କୁହାଯାଏ । ସମସ୍ତେ ଜୀବନରେ ଥରେ ଶନିଦଶା ଭୋଗ କରିଥାନ୍ତି । ଶନି ଗ୍ରହ ଗୋଟିଏ ରାଶିରେ ଗୋଚର କରିବା ବେଳେ ଅନ୍ୟ ପାଞ୍ଚଟି ରାଶି ଉପରେ ପ୍ରଭାବ ପଡିଥାଏ ।

ଏହି ପାଞ୍ଚ ରାଶି ମଧ୍ୟରୁ ତିନୋଟି ରାଶିକୁ ଶନିଙ୍କ ସାଢେସାତି ଭୋଗ କରିବାକୁ ପଡିଥାଏ । ଯାହାକି ଅନ୍ୟ ଦୁଇଟି ରାଶିରେ ଶନିଙ୍କ ଢେୟା ଭୋଗ ହୋଇଥାଏ । ଶନିଙ୍କ ସାଢେସାତି ଯେ କୌଣସି ରାଶିରେ ତିନୋଟି ଚରଣ ହୋଇ ରାଶି ପରିବର୍ତ୍ତନ କରିଥାନ୍ତି । ଏହା ହେଲା ପ୍ରଥମ ଚରଣ, ଦ୍ଵିତୀୟ ଚରଣ ଓ ତୃତୀୟ ଚରଣ ଅଟେ ।

ଏହି ରାଶିରେ ଶନିଙ୍କ ସାଢେସାତିର ଅନ୍ତିମ ଚରଣ-

ଶନି ଗ୍ରହ ବର୍ତ୍ତମାନ ମକର ରାଶିରେ ଅଛନ୍ତି । ଏହି ସମୟରେ ଧନୁ, ମକର ଓ କୁମ୍ଭ ରାଶିରେ ଶନିଙ୍କ ସାଢେସାତିର ପ୍ରଭାବ ପଡିଛି । ଧନୁ ରାଶିରେ ଶନିଙ୍କ ସାଢେସାତିର ତୃତୀୟ ଚରଣ ଚାଲୁଅଛି । ସେହିପରି ମକର ରାଶିରେ ଦ୍ଵିତୀୟ ଚରଣ ଓ କୁମ୍ଭ ରାଶିରେ ପ୍ରଥମ ଚରଣ ଚାଲୁଅଛି ।

ଧନୁ ରାଶିରେ ୨୦୨୨ମସିହା ଏପ୍ରିଲ ୨୯ତାରିଖରେ ଶନିଙ୍କ ସାଢେସାତି ଶେଷ ହେବ । କୁହାଯାଏ କି ଶନିଙ୍କ ସାଢେସାତିର ଅନ୍ତିମ ଚରଣରେ କମ ପ୍ରଭାବ ପଡିଥାଏ । ଯଦି ଜାତକରେ ଶନି ଶୁଭ ଭାବରେ ରହିଥାନ୍ତି ତେବେ ଶନିଙ୍କ ସାଢେସାତିର ଅନ୍ତିମ ଚରଣ ଶୁଭଫଳ ମଧ୍ୟ ପ୍ରଦାନ କରିଥାନ୍ତି ।

ଶନିଙ୍କ ସାଢେସାତି କଣ ?

ଜ୍ୟୋତିଷଙ୍କ ଗଣନା ଅନୁସାରେ ଜାତକ କୁଣ୍ଡଳୀରେ ଚନ୍ଦ୍ର ରାଶିରେ ଯେବେ ଶନି ଦ୍ଵାଦଶ ପୂର୍ବର ଓ ଦ୍ଵିତୀୟ ଭାବରେ ରହିଥାନ୍ତି ତେବେ ସେହି ସମୟକୁ ଶନିଙ୍କ ସାଢେସାତି କୁହାଯାଏ । ଶନିଙ୍କ ସାଢେସାତିର ତିନୋଟି ଚରଣ ଥାଏ । ତାହା ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଚରଣ । ଏଥିରୁ ଦ୍ଵିତୀୟ ଚରଣରେ ବହୁତ କଷ୍ଟ ଓ ଚିନ୍ତା ମିଳିଥାଏ । ତୃତୀୟ ଚରଣରେ ଜାତକକୁ ଶୁଭଫଳ ମିଳିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!