ପନ୍ନା ରତ୍ନ ଧାରଣ କରିବାର ଲାଭ ଓ କ୍ଷତି- Benefits Of Emerald

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେତେକ ଲୋକମାନେ ଜାତକ ଦେଖାଇ ଜ୍ୟୋତିଷଙ୍କ ଠାରୁ ପରାମର୍ଶ ନେଇ ପାନ୍ନାରତ୍ନ ଧାରଣ କରନ୍ତି, ଆଉ କେତେକ ଲୋକ କିଛି ନ ବୁଝି ନ ସୁଝି ମଧ୍ୟ ପାନ୍ନା ଧାରଣ କରିଥାନ୍ତି । ଅନେକ ଲୋକମାନେ ମଧ୍ୟ ଯାହାର ରାଶି ମିଥୁନ ବା କନ୍ୟା ହୋଇଥାଏ ସେମାନେ ମଧ୍ୟ ଏହି ପାନ୍ନାରତ୍ନ ଧାରଣ କରିଥାନ୍ତି । କିନ୍ତୁ ପାନ୍ନାରତ୍ନ ଧାରଣ କଲେ ୧୦ପ୍ରକାର ଲାଭ ମିଳିଥାଏ ଓ ୫ପ୍ରକାର କ୍ଷତି ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ପାନ୍ନାରତ୍ନ ଧାରଣ କଲେ କଣ ଲାଭ ମିଳେ ଓ କଣ କ୍ଷତି ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପାନ୍ନାରତ୍ନ ଧାରଣ କରିବାର ୧୦ଟି ଲାଭ-

୧- ପାନ୍ନାରତ୍ନ ଧାରଣ କଲେ ସ୍ମରଣ ଶକ୍ତି ବୃଦ୍ଧି ହୁଏ ।

୨- ପାନ୍ନାରତ୍ନ ଧାରଣ କଲେ ଖାଦ୍ୟ ଭଲ ହଜମ ହୁଏ ।

୩- ଚାକିରୀ ବା ବ୍ୟବସାୟରେ ଉନ୍ନତି କରିବା ପାଇଁ ମଧ୍ୟ ପାନ୍ନାରତ୍ନ ଧାରଣ କରନ୍ତି ।

୪- ପାନ୍ନାରତ୍ନ ଧାରଣ କଲେ ବାଣୀ ପ୍ରଭାବଶାଳି ହୋଇଯାଏ ।

୫- ମନରେ ଥିବା ଇଛା ଓ ଅଟକିଥିବା କାର୍ଯ୍ୟ ମଧ୍ୟ ପୂରଣ ହୁଏ ।

୬- ପାନ୍ନାରତ୍ନ ଧାରଣ କଲେ ଶାରୀରିକ ବଳ ବୃଦ୍ଧି ପାଏ ଓ ଆରୋଗ୍ୟର ସୁଖ ମିଳିଥାଏ ।

୭- ଘରେ ପନ୍ନାରତ୍ନକୁ ସଠିକ ସ୍ଥାନରେ ରଖିଲେ ଅନ୍ନ, ଧନ ଆଦିରେ ବୃଦ୍ଧି ହୁଏ ଓ ସୁଯୋଗ୍ୟ ସନ୍ତାନ ସୁଖ ମିଳିଥାଏ ।

୮- ଜାତକରେ ମିଥୁନ ଲଗ୍ନ ହୋଇଥିବା ବ୍ୟକ୍ତି ପାନ୍ନାରତ୍ନ ଧାରଣ କରେ ତେବେ ପାରିବାରିକ ଚିନ୍ତା କମ୍ ହୋଇଯାଏ ।

୯- କନ୍ୟା ଲଗ୍ନ ଥିବା ବ୍ୟକ୍ତି ପାନ୍ନାରତ୍ନ ଧାରଣ କଲେ ରାଜ୍ୟ, ବ୍ୟାପାର, ପିତା, ଚାକିରୀ, ଶାସକୀୟ କାର୍ଯ୍ୟରେ ଲାଭ ମିଳିଥାଏ ।

୧୦- ପାନ୍ନାରତ୍ନ ଧାରଣ କଲେ ଯଦି ବୁଧଗ୍ରହ ଉତ୍ତମ ଫଳ ଦେଇଥାନ୍ତି ତେବେ ଜାତକର ଭଉଣୀର ଜୀବନରେ ମଧ୍ୟ କଷ୍ଟ ଦୂର ହୋଇଯାଏ ।

ଅନ୍ୟ ନିୟମ- ଲାଲ କିତାବ ଅନୁସାରେ ଜାତକରେ କେଉଁ ଭାବେ କେଉଁ ଗ୍ରହ ଅଶୁଭରେ ରହିଛନ୍ତି ତେବେ ସେହି ଗ୍ରହଙ୍କୁ ଜାଗୃତ କରିବା ପାଇଁ  ସେହି ଭାବର ରତ୍ନ ଧାରଣ କରିପାରିବେ ।  ଯେପରିକି ଯଦି ତୃତୀୟ ଭାବରେ ବୁଧ ଗ୍ରହ ନଥିବେ ତେବେ ତୃତୀୟ ଭାବର ରତ୍ନ ଧାରଣ କରିବେ । ଯଦି ଜାତକରେ ବୁଦ୍ଧ ମୀନ ରାଶିରେ ରହି ଖରାପ ପ୍ରଭାବ ଦେଉଛନ୍ତି ତେବେ ପାନ୍ନାରତ୍ନ ପିନ୍ଧି ପାରିବେ ।

ଯଦି ବୁଧ ମହାଦଶା ବା ଅନ୍ତର୍ଦଶା ଚାଲୁଥାଏ ଓ ବୁଧ ଅଷ୍ଟମ ବା ଦ୍ଵାଦଶ ଭାବରେ ନଥିବେ ତେବେ ପାନ୍ନାରତ୍ନ ଧାରଣ କଲେ ଲାଭ ମିଳିଥାଏ । ଯଦି ବୁଧ, ମଙ୍ଗଳ, ଶନି, ରାହୁ ବା କେତୁ ସହିତ ରହିଛନ୍ତି ବା ଶତୃଗ୍ରହ ଙ୍କର ଦ୍ରୁଷ୍ଟି ରାହୁଥାଏ ତେବେ ପାନ୍ନାରତ୍ନ ଧାରଣ କରିପାରିବେ । ଏଥିରେ ଚାକିରୀ ଓ ବ୍ୟବସାୟର ସମସ୍ୟା ଦୂର ହୋଇଯାଏ ।

ପାନ୍ନାରତ୍ନ ଧାରଣ କରିବାର ୫ଟି କ୍ଷତି-

୧- ଲାଲ କିତାବ ଅନୁସାରେ ଜାତକରେ ବୁଧଗ୍ରହ ତୃତୀୟ ବା ଦ୍ଵାଦଶ ଭାବରେ ରହିଥାନ୍ତି ତେବେ  ପାନ୍ନା ଧାରଣ ନ କରିବା ଉଚିତ୍ । ଏଥିରେ କ୍ଷତି ହୁଏ ।

୨- ଜ୍ୟୋତିଷଙ୍କ ଅନୁସାରେ ଜାତକରେ ଯଦି ଷଷ୍ଠ, ଅଷ୍ଟମ ଓ ଦ୍ଵାଦଶ ଭାବର ସ୍ଵାମୀ ବୁଧଗ୍ରହ ହୁଅନ୍ତି ତେବେ ପାନ୍ନା ଧାରଣ କରିବ ନାହିଁ ।

୩- ଯଦି ଜାତକରେ ବୁଧ ମହାଦଶା ଚାଲୁଥାଏ ଓ ବୁଧ ଅଷ୍ଟମ ବା ଦ୍ଵାଦଶ ଭାବରେ ବସିଛନ୍ତି ତେବେ ମଧ୍ୟ ପାନ୍ନା ଧାରଣ କଲେ ସମସ୍ୟା ଦେଖାଦିଏ ।

୪- ନକଲି, ଅଶୁଦ୍ଧ, ଫଟା, ଚମକଦାର ଓ ସୁନା ବା ଅନ୍ୟ ରଙ୍ଗ ର ପାନ୍ନା ଧାରଣ କଲେ ଧନ, ସମୃଦ୍ଧି ଓ ସନ୍ତାନ ପକ୍ଷର ହାନି ହୁଏ ।

୫- ଯଦି ଜାତକରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ନ ଜାଣି ପାନା ଧାରଣ କରନ୍ତି ତେବେ ମଧ୍ୟ କ୍ଷତି ହୋଇଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!