ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଭୋ, ଜା, ଜୀ, ଜୂ, ଜେ, ଜୋ, ଖା, ଗା, ଗୀ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେ ବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୧୦)- ମକରରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଭୋ, ଜା, ଜୀ, ଜୂ, ଜେ, ଜୋ, ଖା, ଗା, ଗୀ ହୋଇଥାଏ ତେବେ ଆପଣଙ୍କ ରାଶି ମକରରାଶି ହେବ । ଆପଣଙ୍କ ରାଶିର ଚିହ୍ନ-କୁମ୍ଭୀର, ରାଶିସ୍ୱାମୀ-ଶନି, ରାଶିତତ୍ୱ-ପୃଥିବୀ, ରାଶିସ୍ୱରୂପ-ଚର, ରାଶିଦିଗ-ଦକ୍ଷିଣ । ରାଶିଗୁଣ-ସ୍ତ୍ରୀ, ତମୋଗୁଣୀ । ରାଶିଜାତି-ବୈଶ୍ୟ । ରାଶିପ୍ରକୃତି-ବାତ । ରାଶିସ୍ୱଭାବ-ସୌମ୍ୟ । ରାଶିଅଙ୍ଗ-ଆଣ୍ଠୁ । ରାଶିର ଶୁଭରତ୍ନ-ନୀଳା । ରାଶିର ଶୁଭରଙ୍ଗ-ନୀଳ, ଆକାଶିଆ, କଳା ।

ରାଶିର ଶୁଭବାର-ଶନିବାର । ରାଶିର ଶୁଭ ଦେବତା-ଶନିଦେବ ଓ ଶିବଭଗବାନ । ରାଶିର ଶୁଭ ଦେବୀ-କାଳୀ । ରାଶିର ବ୍ରତ, ଉପବାସ-ଶନିବାର, ସୋମବାର । ରାଶିର ଅଙ୍କ ବା ସଂଖ୍ୟା-୮ । ରାଶିର ତାରିଖ-୮, ୧୭, ୨୬ । ରାଶିର ମିତ୍ରରାଶି-ବୃଷ, ମିଥୁନ, କନ୍ୟା, ତୁଳା, କୁମ୍ଭ । ରାଶିର ଶତୃରାଶି-ସିଂହ । ଘାତବାର-ମଙ୍ଗଳବାର, ଘାତନକ୍ଷତ୍ର-ରୋହିଣୀ, ଘାତତିଥି-ଦ୍ୱାଦଶୀ, ଘାତଚନ୍ଦ୍ର- ସିଂହ ଚନ୍ଦ୍ର । ରାଶି ବ୍ୟକ୍ତିତ୍ୱ- ସୁନ୍ଦର, ସ୍ୱରୂପ, କ୍ଷିଣକଟି, ସ୍ଥୂଳଶରୀର, ସଙ୍ଗୀତଜ୍ଞ, ସ୍ୱଧର୍ମପ୍ରିୟ, ସ୍ୱକୂଳପ୍ରିୟ ନୀତିଜ୍ଞ, ପ୍ରବାସୀ, ଧନୀ, ଧୈର୍ଯ୍ୟବାନ, ସବୁ ଲକ୍ଷଣରେ ପ୍ରସନ୍ନ, ରାଜ୍ୟପ୍ରାପ୍ତି, ସନ୍ତତିବାନ, ସତ୍ୟବାଦୀ, ଦୟାଳୁ, ଶ୍ରେଷ୍ଠସ୍ମରଣ ଶକ୍ତିବାନ୍, କବି, ଦୃଢ଼ପ୍ରତିଜ୍ଞ, ଧାର୍ମିକ ।

ଭାଗ୍ୟଶାଳୀ, ଯଶସ୍ୱୀ, ଉଚ୍ଚପଦାଧିକାରୀ, ବିଦ୍ୱାନ, ଦାନୀ, ପ୍ରଭାବଶାଳୀ, ଉତ୍ତମ କୁଳବୃତ୍ତି, ଦାମ୍ପତ୍ୟସୁଖୀ, ଅଧିକାରୀଙ୍କ ଅଧିକାର, ଶତୃଙ୍କଠାରୁ ବିଜୟୀ, ସୁଖୀ, ଗାଇବା ବଜେଇବାରେ ଆଗ୍ରହୀ, ପରୋପକାରୀ ଓ ଯଶସ୍ଵୀ ହେବେ । ରାଶିର ସକରାତ୍ମକ ତଥ୍ୟ-ପରୋପକାରୀ, ଦୟାପ୍ରବୃତି, ପ୍ରଶାସକ, କଠୋର ପରିଶ୍ରମୀ, ସୁନ୍ଦର ପୁତ୍ରବାନ, ପ୍ରସନ୍ନ ମନ, ଶ୍ରେଷ୍ଠ, ରାଜାଙ୍କ ପ୍ରିୟ, କୃପାଳୁ ଓ ସଠିକ୍‌ ବିଚାର ଦେବା । ରାଶିର ନକରାତ୍ମକ ତଥ୍ୟ- ଅସ୍ଥିର, ଲୋଭି, ଦମ୍ଭୀ, କ୍ରୋଧି, ପୁତ୍ର ତଥା ଜୀବନସାଥିରେ ଆଶକ୍ତି, ଆଳସ୍ୟ, ଗମ୍ଭୀର, ନିଜେ ଶତୃ ସୃଷ୍ଟିକାରୀ, ଜଳଭୟ, ଚତୁର, କ୍ଳେଶଯୁକ୍ତହେବେ ।

ରାଶିର ନକ୍ଷତ୍ର :-ଉତ୍ତରାଷାଢ଼ା, ଶ୍ରବଣା, ଧନିଷ୍ଠା ।

ଉତ୍ତରାଷାଢ଼ା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଭୋ, ଜା, ଜୀ ହୋଇଥାଏ, ତେବେ ଆପଣଙ୍କର ମକରରାଶି ଉତ୍ତରାଷାଢା ନକ୍ଷତ୍ରରେ ୬ବର୍ଷ ରବିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ଦ୍ୱିତୀୟ ଚରଣର ବର୍ଗ-ମୂଷିକ ଓ ଅନ୍ୟ ଦୁଇ ଚରଣରେ ବର୍ଗ-ସିଂହ, ଯୋନି-ନକୁଳ, ଗଣ-ମାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ଆଦ୍ୟ, ପାଦ-ତମ୍ବା ହେବ । ଆପଣ ନମ୍ରଭାବ ଓ ଅତ୍ୟଧିକ ମିତ୍ରଯୁକ୍ତ, ଧାର୍ମିକ, କୃତଜ୍ଞ, ଭାଗ୍ୟଶାଳୀ ହେବେ । ଉତ୍ତରାଷାଢ଼ା ରବିଙ୍କ ନକ୍ଷତ୍ର ହୋଇଥିବାରୁ ଅତ୍ୟନ୍ତ ଶୁଭଫଳ ପାଇବେ ।

ଶ୍ରବଣା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଖୀ, ଖୁ, ଖେ, ଖୋ ହୋଇଥାଏ, ତେବେ ଆପଣଙ୍କର ମକରରାଶି ଶ୍ରବଣା ନକ୍ଷତ୍ରରେ ୧୦ବର୍ଷ ଚନ୍ଦ୍ରଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ତିନି ଚରଣର ବର୍ଗ-ମାର୍ଜାର, ଯୋନି-ବାନର, ଗଣ-ଦେବତା, ବର୍ଣ୍ଣ-ବୈଶ୍ୟ, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ମଧ୍ୟ, ପାଦ-ତମ୍ବାହେବ । ଆପଣ ପରୋପକାରି, ଧାର୍ମିକ, ଧାର୍ମକାର୍ଯ୍ୟରେ ଧନ ଖର୍ଚ କରିବେ, କର୍ମକ୍ଷେତ୍ରରେ ଉଚପଦ ପାଇବେ, ଓ ସମୟକୁ ସମୁଚିତ ଉପଯୋଗ କରି ପାରିବେ ।

ଧନିଷ୍ଠା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଗା, ଗୀ ହୋଇଥାଏ, ତେବେ ଆପଣଙ୍କର ମକରରାଶି ଧନିଷ୍ଠା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମାର୍ଜାର, ଯୋନି-ସିଂହ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ଭୂମି, ନାଡ଼ୀ-ଅନ୍ତ୍ୟ, ପାଦ-ତମ୍ବା ହେବ । ଆପଣ ନିର୍ଭିକ, ସଙ୍ଗୀତ ପ୍ରେମୀ, କୁଳଶ୍ରେଷ୍ଠ, ବିଚାରକ, ଶ୍ରେଷ୍ଠବ୍ୟକ୍ତିତ୍ଵ, ସବୁକ୍ଷେତ୍ରରେ ମୁଖ୍ୟ ଓ ସମାଜରେ ପ୍ରତିଷ୍ଠା ଅର୍ଜନ କରିବେ ।

ଶୁଭଫଳ ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨- ବୃହସ୍ପତିଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ମହୁ, ହଳଦିଆବସ୍ତ୍ର, ହଳଦିଆଫୁଲ, ହଳଦିଆପୁସ୍ତକ, ହଳଦିଆ ଫଳ ଗୃହରେ ସ୍ଥାପିତ କରନ୍ତୁ ।  ୩- ମାଆବାପାଙ୍କ ସହିତ ସମ୍ବନ୍ଧ ଭଲ ରଖନ୍ତୁ ।

୪- କେବେ ମଧ୍ୟ ଜୀବନସାଥୀଙ୍କୁ ଅବିଶ୍ୱାସ କରନ୍ତୁ ନାହିଁ ପାରିବାରିକ ସମ୍ପର୍କକୁ ବଜାୟ ରଖନ୍ତୁ । ୫- ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଓ ଋଣ ନିଅନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ । ୬- ପରୋପକାର ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତୁ ନାହିଁ । ୭- ନିଜ ଶରୀରରେ ସର୍ବଦା ସୁନା ପିନ୍ଧନ୍ତୁ । ୮- କୁକୁରକୁ ଘରେ ପାଳନ କରନ୍ତୁ ନାହିଁ କିନ୍ତୁ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!