ଦୈନିକ ରାଶିଫଳ: 15 ଜାନୁୟାରୀ ୨୦୨୧, ମା ସନ୍ତୋଷୀଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୫ତାରିଖ, ଶୁକ୍ରବାର, ମକରମାସ ୨ଦିନ, ପୌଷମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି, ସକାଳ ୮ଟା ୫ମିନିଟ୍ ଗତେ ତୃତୀୟା ତିଥି, ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ, ସକାଳ ୮ଟା ୫ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୨୮ମିନିଟ୍ ରୁ ୭ଟା ୧୦ମିନିଟ୍, ସକାଳ ୭ଟା ୫୬ମିନିଟ୍ ରୁ ୯ଟା ୧୧ମିନିଟ୍, ଦିବା ୧୨ଟା ୧୯ମିନିଟ୍ ରୁ ୨ଟା ୨୮ମିନିଟ୍, ଦିବା ୩ଟା ୫୭ମିନିଟ୍ ରୁ ୫ଟା ୨୩ମିନିଟ୍, ସନ୍ଧ୍ୟା ୭ଟା ୯ମିନିଟ୍ ରୁ ରାତ୍ର ୮ଟା ୩୯ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶାରୀରିକ ଅସୁସ୍ଥତା ଦୂରହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଯଶଲାଭ ହେବ । ଯେ କୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ଉନ୍ନତି ହେବ । ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ନୂତନବାହନ, ଜାଗା, ଜମି, ଗୃହଆଦି କ୍ରୟ କରିବାର ଯୋଜନା କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ଶତୃମାନେ ମଥାନତ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ମିତ୍ରତା ବୃଦ୍ଧି ପାଇବ । ବିଦେଶ ଯାତ୍ରାରେ ଲାଭ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ମାନସିକ ଶାନ୍ତି ମିଳିବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ବାସଗୃହ ଓ ଯାନବାହାନର କେତେକ ସମସ୍ୟାର ସମାଧାନ ହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-

ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କର୍କଟ:-

ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଗୃହବାହନ ପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ସନ୍ତାନର କୌଣସି କାର୍ଯ୍ୟ ପାଇଁ ଆନନ୍ଦିତ ହେବେ । ଦିନ ଭିତରେ ଅଭିଳଷିତ ଜିନିଷ ପାଇବେ । ଆଇନ ଅଦାଲତ ଓ ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ । ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-

ଶତୃମାନେ ଅପଦସ୍ତ ହେବେ । ବ୍ୟବସାୟରେ ସଫଳତା, ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ନୂତନକର୍ମ ସଂସ୍ଥାରେ ନିଯୁକ୍ତି ପାଇବାର ଯୋଗ ରହିଛି । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଆନନ୍ଦ ଅନୁଭବ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ । କର୍ମ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିବେ । କାମଧନ୍ଦା ଓ ରୋଜଗାର ପାଇଁ ବାହାରକୁ ଯିବାକୁ ପଡିପାରେ । ମାନସିକ ଶାନ୍ତି ମିଳିବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ । ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ । ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସକ୍ଷାତ ହେବ ଓ ସହଯୋଗ ପାଇବେ । ବ୍ୟବସାୟରେ ସଫଳତା ମିଳିବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରେମ ପ୍ରସଂଗରେ ସାମାଜିକ ମାନ୍ୟତା ମିଳିବ । ବିଦ୍ୟା କ୍ଷେତ୍ରରେ ସମୟ ସଦୁପଯୋଗ କରିବେ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଲୋକସଂପର୍କ ଓ ସଂଚାର କ୍ଷେତ୍ରରେ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ଧନୁ:-

ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ । ନିକଟ ସଂପର୍କୀୟଙ୍କ ସେବା ଶୁଶୃଶା କରିବାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା ବଢ଼ିବ । କେତେକ କ୍ଷେତ୍ରରେ ଏପ୍ରକାର ସଫଳତା ମିଳିବ ଯାହାକି ତା ନିକଟରେ ହୀରା ଭଳି ପଦାର୍ଥ ଫିକା ପଡିଯିବ । ହାତ ପାହାନ୍ତାରେ ଥିବା ଧନ ଅଚାନକ ପ୍ରାପ୍ତି ହେବ । ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରି ବିଫଳହେବେ । କୌଣସି ଗୁପ୍ତ ଯୋଜନା ବା ଷଡ଼ଯନ୍ତ୍ରର ଶୀକାର ହେବେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

ମକର:-

ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ । ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ । ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରି ଧନ ଉପାର୍ଜନ କରିପାରିବେ । ପ୍ରେମ ରୋମାନ୍ସ ମାମଲାରେ ଅଗ୍ରଗତି ହେବ । ପରିବାରରେ ଅନ୍ତରଦ୍ୱନ୍ଦ ସ୍ଥିତିକୁ ନିୟନ୍ତ୍ରଣ କରି ଭବିଷ୍ୟତ ଯୋଜନାରେ ଆଗେଇବେ । ସନ୍ତାନଙ୍କ ସହ ଭ୍ରମଣ କରିବେ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ । ନିଜର ଯୋଗ୍ୟତା ପ୍ରମାଣିତ କରିବାକୁ ପଡିବ । ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହେବ । ଜନ ସମାଜରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ । ବନ୍ଧୁ ମିତ୍ର ଓ ପରିବାରଜନଙ୍କ ସହ ପିକ୍ନିକ୍ ପାଇଁ ଯାତ୍ରା କରି ପାରନ୍ତି । ଲାଭପ୍ରଦ ଓ ଭଲକାର୍ଯ୍ୟ ହାତକୁ ନେବା ଫଳରେ ଗୃହରେ ଶାନ୍ତ ବାତାବରଣ ଦେଖା ଦେବ । ବନ୍ଧୁବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-

ସୁଖ ସୁବିଧାକୁ ବଢାଇବା ପାଇଁ ପ୍ରୟାସରତ ହେବେ । କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ଉଚ୍ଚା ଧିକାରୀଙ୍କଠାରୁ ପ୍ରଶଂସିତ ହେବେ । ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ । କ୍ରୋଧ ନିୟନ୍ତ୍ରଣ କରି ଧୈଯ୍ୟର ସହ କାର୍ଯ୍ୟ କରନ୍ତୁ । ପାରିବାରିକ ଦ୍ୱାୟିତ୍ୱ ବୃଦ୍ଧି ହେବା ଫଳରେ ମନ ଶାନ୍ତ ରହିବ । ବାଦବିବାଦ, କୋର୍ଟ, କଚେରୀ ମାଲିମକଦ୍ଦମା ସମସ୍ୟା ସୁଧାରିବାକୁ ଚେଷ୍ଟା କରିବେ । ବିଦ୍ୟାରେ ଉନ୍ନତି ଘଟିବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!