କଣ ରତ୍ନ ଧାରଣ କଲେ ଭବିଷ୍ୟତକୁ ପରିବର୍ତ୍ତନ କରିପାରିବା ? ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କିଛି ଲୋକ କାହିଁକି ରତ୍ନ ଧାରଣ କରନ୍ତି ? କଣ ରତ୍ନରେ ଏତେ ଶକ୍ତି ଅଛି ଯେ ଲୋକମାନଙ୍କର ଜୀବନକୁ ପରିବର୍ତ୍ତନ କରିଦିଏ ? ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରାଚୀନ କାଳରେ ରତ୍ନ ପ୍ରାପ୍ତିର ଉଲ୍ଲେଖ-

ପ୍ରାଚୀନ କାଳରୁ ଏହି ରତ୍ନର ରଙ୍ଗ, ପ୍ରଭାବ, ଆଭା ତଥା ବହୁମୂଲ୍ୟ ହେତୁ ଲୋକମାନଙ୍କୁ ପ୍ରଭାବିତ କରୁଛି । ଅଗ୍ନିପୁରାଣ, ଗରୁଡ ପୁରାଣ, ଭାଗବତ, ମହାଭାରତ ଆଦି ଅନେକ ଗ୍ରନ୍ଥରେ ଏହି ରତ୍ନ ବିଷୟରେ ବର୍ଣନା କରାଯାଇଛି । ସେହିପରି ରୁଗବେଦ ଓ ଅଥର୍ବବେଦରେ ୭ଟି ରତ୍ନ ବିଷୟରେ ଉଲ୍ଲେଖ ହୋଇଛି ।

ତୁଳସୀଦାସ ଉତ୍ତରକାଣ୍ଡ ରାମାୟଣରେ ଅବଧ ପୁରୀର ସୋଭା ବର୍ଣ୍ଣନା କରି ମୁଙ୍ଗା, ପାନ୍ନା, ସ୍ଫଟିକ ଓ ହୀରା ଆଦି ରତ୍ନର ଉଲ୍ଲେଖ କରିଛନ୍ତି । କୌଟିଲ୍ୟ ମଧ୍ୟ ଅର୍ଥଶାସ୍ତ୍ରରେ ରତ୍ନର ଗୁଣ ଓ ଦୋଷ ଲେଖିଛନ୍ତି । ବରାହମିହିରଙ୍କ ବୃହତସଂହିତାରେ ରତ୍ନ ପରୀକ୍ଷା ବିଷୟରେ ନବରତ୍ନର ବିସ୍ତାରରେ ବର୍ଣ୍ଣନା କରାଯାଇଛି । ଈଶାଈ, ଜୈନ ଓ ବୌଦ୍ଧ ଧର୍ମର ଅନେକ ପ୍ରାଚୀନ ବହିରେ ମଧ୍ୟ ରତ୍ନ ବିଷୟରେ ଲେଖାଯାଇଛି ।

ରତ୍ନର ଉତ୍ପତ୍ତି-

ରତ୍ନର ଉତ୍ପତ୍ତି ବିଷୟରେ ଅନେକ ପୌରାଣିକ ମାନ୍ୟତା ରହିଛି । ଅଗ୍ନିପୁରାଣ ଅନୁସାରେ ଦଧିଚି ଋଷିଙ୍କ ଅସ୍ଥିରେ ଦେବରାଜ ଇନ୍ଦ୍ରଙ୍କ ପ୍ରସିଦ୍ଧ ଅସ୍ତ୍ର ବଜ୍ର ତିଆରି କରାଯାଇଥିଲା ଯାହା ସେଥିରୁ ଚୁର୍ଣ ବଳିଥିଲା ତାହା ପୃଥିବୀରେ ପଡିଥିଲା, ସେଥିରୁ ରତ୍ନ ଉତ୍ପତ୍ତି ହୋଇଥିଲା ।

ଗରୁଡ ପୁରାଣ ଅନୁସାରେ ବଳ ନାମକ ଦୈତ୍ୟ ରାଜାଙ୍କ ଶରୀରରୁ ରତ୍ନ ଉତ୍ପତ୍ତି ହୋଇଥିଲା । ସମୁଦ୍ର ମନ୍ଥନ ସମୟରେ ପ୍ରାପ୍ତ ହୋଇଥିବା ଅମୃତର କିଛି ବୁନ୍ଦା ପୃଥିବୀ ଉପରେ ପଡିଥିଲା, ସେଥିରୁ ରତ୍ନ ଉତ୍ପତ୍ତି ହୋଇଥିଲା । କହିବାକୁ ଗଲେ ରତ୍ନର ଉତ୍ପତ୍ତି ପାହାଡ଼, ଗଛ ଲଟା, ଜୀବ ଜନ୍ତୁଙ୍କ ଠାରୁ ମିଳିଥାଏ ।

ଏହି ରତ୍ନ କେବଳ ସୁନ୍ଦରତା ପାଇଁ ନୁହେଁ, ଏଥିରେ ଦଇବି ଶକ୍ତି ମଧ୍ୟ ନିହିତ ଥାଏ । ଏହା ପୁରାତନ କାଳରୁ ପ୍ରଚଳିତ ହେଉଛି । ମହାଭାରତରେ ଶ୍ୟମନ୍ତକ ମଣି ବର୍ଣ୍ଣନା କରାଯାଇଛି, ଯାହା କି ତାହାର ପ୍ରଭାବରେ ଆଖପାଖରେ ସୁଖ, ସମୃଦ୍ଧି, ଆରୋଗ୍ୟତା ଓ ଦଇବି ଶକ୍ତି ମିଳିଥାଏ ।

ଆଧୁନିକ ଯୁଗରେ ରତ୍ନର ବ୍ୟବହାର-

ଯେପରିକି ଶରୀରକୁ ଆରୋଗ୍ୟ କରିବା ପାଇଁ ଡାକ୍ତର ଔଷଧ ବା ଇଂଷ୍ଟୁମେଣ୍ଟ ଦେଇଥାନ୍ତି । ଆଖିର ଦୃଷ୍ଟି ଦୋଷ ହେଲେ ଡାକ୍ତର ଯେତିକି ଆବଶ୍ୟକ ହୁଏ ସେତିକି ପାୱାରର ଚଷମା ପିନ୍ଧିବାକୁ କହିଥାନ୍ତି । ଯାହା କି ଆଖିର ଦୋଷ ଦୂର ହୁଏ ।

ଠିକ୍ ସେହିପରି ଜ୍ୟୋତିଷମାନେ ଜାତକରେ ଗ୍ରହଙ୍କ ଦୁର୍ବଳତାକୁ ଦେଖି ସେତିକି ପାୱାରର ରତ୍ନ ପିନ୍ଧିବାକୁ କହିଥାନ୍ତି । ଯେତିକି ଗ୍ରହଙ୍କର ଆବଶ୍ୟକ ଥାଏ । ଏହି ରତ୍ନ ପିନ୍ଧିବା ଦ୍ଵାରା ସବୁ ସମସ୍ୟା ଧୀରେ ଧୀରେ ସମାଧାନ ହୁଏ । କିନ୍ତୁ କଦାପି ନିଚ୍ଚ ଓ ମାରକେଶ ଗ୍ରହଙ୍କ ରତ୍ନ ଧାରଣ କରିବାକୁ ଉପଦେଶ ଦିଅନ୍ତି ନାହିଁ ।

କହିବାକୁ ଗଲେ ବହୁତ ପ୍ରକାର ରତ୍ନ ଅଛି । ଏଥିରୁ ୮୪ଟି ରତ୍ନକୁ ବିଶେଷ ମହତ୍ଵ ଦିଆଯାଇଛି । ଏଥିରୁ ମଧ୍ୟ ପ୍ରତିଷ୍ଠିତ ୯ଟି ରତ୍ନ ଓ ଅନ୍ୟକୁ ଉପରତ୍ନ ବୋଲି କୁହାଯାଇଛି । ନବରତ୍ନ- ମାଣିକ୍ୟ, ନୀଳା, ହୀରା, ପୋଖରାଜ, ପାନ୍ନା, ମୁଙ୍ଗା, ମୋତି, ଗୋମେଦ ଓ ଲହସୁନିଆ ଆଦି ୯ଟି ରତ୍ନ ପ୍ରତିଷ୍ଠିତ ଅଟେ ।

ଏହିପରି ଅନ୍ୟ ୭୪ଟି ଉପରତ୍ନ ରହିଛି । ଏହି ଉପରତ୍ନରୁ କିଛି ରତ୍ନ ଆଜିକାଲି ପ୍ରଚଳିତ ହେଉଛି । କେଉଁ ଗ୍ରହଙ୍କର କେଉଁ ରତ୍ନ ଅଟେ ଓ କେବେ କେମିତି ଧାରଣ କରିବା ଉଚିତ୍, ଏହାର ବିଶେଷତା କଣ, କେଉଁ ରୋଗରେ କେଉଁ ରତ୍ନ ଧାରଣ କଲେ ଲାଭ ହେବ ? ଏହା ଜାଣିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ନେବା ଉଚିତ୍ ।

ରତ୍ନର ଶକ୍ତି- ରତ୍ନରେ ଅଦ୍ଭୁତ ଶକ୍ତି ରହିଛି । ଏହି ରତ୍ନ କାହାର କଷ୍ଟ ଦୂର କରିଥାଏ ଓ ଆଉ କାହାକୁ କଷ୍ଟ ଦେଇଥାଏ । ରତ୍ନର ବିପରୀତ ପ୍ରଭାବରୁ ରକ୍ଷା ପାଇବା ପାଇଁ ଜ୍ୟୋତିଷଙ୍କ ଠାରୁ ସଠିକ୍ ପରାମର୍ଶ ନେଇ ପରୀକ୍ଷା କରି ରତ୍ନ ଧାରଣ କରିବା ଉଚିତ୍ ।

ଗ୍ରହଙ୍କ ସ୍ଥିତି ଅନୁସାରେ ରତ୍ନ ଧାରଣ କରିବା ଆବଶ୍ୟକ । ରତ୍ନ ଧାରଣ କରିବା ପୂର୍ବରୁ ଗ୍ରହଙ୍କ ଦଶା ବା ଅନ୍ତର୍ଦ୍ଦଶାକୁ ଦେଖିବା ଜରୁରୀ ଅଟେ । ସେହିପରି କେତେ ପାୱାରର ଆବଶ୍ୟକ ହେବ ସେତିକିର ରତ୍ନ ଧାରଣ କରିବେ । ଶନି ଓ ରାହୁ ଗ୍ରହଙ୍କର ରତ୍ନ ଜାତକକୁ ଭଲରେ ସମୀକ୍ଷା କରିବା ପରେ ପିନ୍ଧିବା ଉଚିତ୍, ନଚେତ୍ ବହୁତ କ୍ଷତି ମଧ୍ୟ ହୋଇପାରେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!