ଘରର କେଉଁ କୋଣରେ କେଉଁ ବସ୍ତୁ ରଖିବା ଉଚିତ, ଜାଣନ୍ତୁ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରେ ପରିବାରରେ ସବୁବେଳେ କିଛି ନା କିଛି କଥାକୁ ନେଇ ଦ୍ଵନ୍ଦ ଦେଖାଦିଏ । ବେଳେ ବେଳେ ଆର୍ଥିକ ଚିନ୍ତା ଲାଗି ରୁହେ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ କାର୍ଯ୍ୟ ପୂରଣ ହୋଇପାରେ ନାହିଁ । ପରିବାରର ସଦସ୍ୟ ରୋଗରେ ପୀଡିତ ହୁଅନ୍ତି, କାରଣ ଯଦି ସେହି ଘରର ଜିନିଷ ପତ୍ର ସଠିକ ସ୍ଥାନରେ ନ ରଖିବେ ତେବେ ସେହି ଘରେ ବାସ୍ତୁଦୋଷ ସୃଷ୍ଟି ହୁଏ । ଘରର ଯେ କୌଣସି ଭାଗରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । ଯେପରିକି ଘରର ଚାରିକୋଣରେ ମଧ୍ୟ ବାସ୍ତୁଦୋଷ ଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସବୁ ଲୋକମାନେ ଘର ଭିତରେ କେଉଁ ଦିଗରେ କଣ ବସ୍ତୁ ରଖିବାକୁ ଜାଣିବାକୁ ଇଛା କରନ୍ତି । ସେହିପରି ଘରର ଚାରି କୋଣରେ କଣ ବସ୍ତୁ ରଖିଲେ ବାସ୍ତୁଦୋଷ ରହିବ ନାହିଁ, ସବୁ କଷ୍ଟରୁ ମୁକ୍ତି ପାଇବେ ଓ ଧନର ଅଭାବ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ଘରର ଚାରି କୋଣରେ କଣ ବସ୍ତୁ ରଖିପାରିବେ ।

ବାସ୍ତୁ ଆନୁସାରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗର ମଝି ଅଂଶକୁ ମଧ୍ୟ ନାମ ଦିଆଯାଇଛି । ଏହି ଦିଗରେ ଦେବା ଦେବୀ ଓ ଗ୍ରହଙ୍କର ମଧ୍ୟ ସ୍ଥାନ ରହିଛି । ସେହି ଅନୁସାରେ ଘରର ଶୁଭ ଅଶୁଭ ଫଳ ମଧ୍ୟ ମିଳିଥାଏ । ଯେପରିକି ଘରର ଚାରି କୋଣକୁ ଐଶାନ୍ୟକୋଣ, ନୈରୁତକୋଣ, ଆଗ୍ନେୟକୋଣ ଓ ବାୟବ୍ୟେକୋଣ କୁହାଯାଏ ।

୧- ଉତ୍ତର ଓ ପୂର୍ବ ଦିଗର ମଝି ଅଂଶକୁ ଐଶାନ୍ୟକୋଣ କୁହାଯାଏ । ଐଶାନ୍ୟକୋଣ ପାଣି ଓ ଭଗବାନ ଶିବଙ୍କ ସ୍ଥାନ ଅଟେ । ଗୁରୁ ଗ୍ରହ ଏହି କୋଣର ସ୍ଵାମୀ ଅଟନ୍ତି । ଐଶାନ୍ୟକୋଣରେ ପୂଜା ଘର, ପାଣି ମାଠିଆ, କୂଅ, ଟିୱେଲ ଆଦି ରଖିପାରିବେ ।

୨- ପୂର୍ବ ଓ ଦକ୍ଷିଣ ଦିଗର ମଝି ଅଂଶକୁ ଆଗ୍ନେୟକୋଣ କୁହାଯାଏ । ଆଗ୍ନେୟକୋଣ ଅଗ୍ନି ଓ ମଙ୍ଗଳ ଗ୍ରହଙ୍କ ସ୍ଥାନ ଓ ଶୁକ୍ର ଗ୍ରହ ଏହି ଦିଗର ସ୍ଵାମୀ ଅଟନ୍ତି । ଆଗ୍ନେୟକୋଣରେ ରୋଷେଇଘର ବା ଇଲୋକ୍ଟ୍ରୋନିକ ଉପକରଣ ରଖିପାରିବେ ।

୩- ପଶ୍ଚିମ ଓ ଉତ୍ତର ଦିଗର ମଝି ଅଂଶକୁ ବାୟବ୍ୟେକୋଣ କୁହାଯାଏ । ବାୟବ୍ୟେକୋଣରେ ବାୟୁର ସ୍ଥାନ ଓ ଚନ୍ଦ୍ର ଗ୍ରହ ଏହି ଦିଗର ସ୍ଵାମୀ ଅଟନ୍ତି । ବାୟବ୍ୟେକୋଣରେ ଝରକା ଓ ଆଲୋକ ପ୍ରବେଶ କରିବା ଆଦି ସ୍ଥାନ କରିପାରିବେ । ଏଠାରେ ଗେଷ୍ଟ ରୁମ୍ ମଧ୍ୟ କରିପାରିବେ ।

୪- ଦକ୍ଷିଣ ଓ ପଶ୍ଚିମ ଦିଗର ମଝି ଅଂଶକୁ ନୈରୁତକୋଣ କୁହାଯାଏ । ନୈରୁତକୋଣ ପୃଥିବୀ ତତ୍ଵର ସ୍ଥାନ ଅଟେ । ରାହୁ ଓ କେତୁ ଗ୍ରହ ଏହି ଦିଗର ସ୍ଵାମୀ ଅଟନ୍ତି । ନୈରୁତକୋଣକୁ ଉଞ୍ଚା ଓ ଓଜନଦାର ରଖିବା ଉଚିତ୍ । ଏହା ବ୍ୟତୀତ ଟିଭି, ରେଡିଓ, ସି.ଡି. ପ୍ଲେୟାର ବା ଖେଳିବା ସାମଗ୍ରୀ ମଧ୍ୟ ରଖିପାରିବେ ।  ନୈରୁତକୋଣ ଓ ଦକ୍ଷିଣ ଦିଗରେ ଆଲମାରୀ, ସୋଫା, ଭାରି ଜିନିଷ ଆଦି ରଖିପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!