ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଯେ, ଯୋ, ଭା, ଭୀ, ଭୂ, ଧା, ଫା, ଠା, ଭେ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୯)- ଧନୁରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଯେ, ଯୋ, ଭା, ଭୀ, ଭୂ, ଧା, ଫା, ଠା, ଭେ ହୋଇଥାଏ ତେବେ ଆପଣଙ୍କ ରାଶି ଧନୁହେବ । ଆପଣଙ୍କ ରାଶିର ଚିହ୍ନ- ଧନୁତୀର ଧାରଣ କରିଥିବା ବୀରପୁରୁଷ, ରାଶିସ୍ୱାମୀ-ବୃହସ୍ପତି, ରାଶିତତ୍ୱ-ଅଗ୍ନି, ରାଶିସ୍ୱରୂପ-ଦ୍ୱିସ୍ୱଭାବ, ରାଶିଦିଗ-ପୂର୍ବ । ରାଶିଗୁଣ-ପୁରୁଷ, ସତୋଗୁଣୀ । ରାଶିଜାତି-କ୍ଷତ୍ରୀୟ । ରାଶିପ୍ରକୃତି-ପିତ୍ତ । ରାଶିସ୍ୱଭାବ-କ୍ରୁର । ରାଶିଅଙ୍ଗ-ଜଙ୍ଘ । ରାଶିର ଶୁଭରତ୍ନ-ପୋଖରାଜ । ରାଶିର ଶୁଭରଙ୍ଗ-ହଳଦିଆ । ରାଶିର ଶୁଭବାର-ଗୁରୁବାର । ରାଶିର ଶୁଭ ଦେବତା-ବିଷ୍ଣୁ ।

ରାଶିର ଶୁଭ ଦେବୀ-ଉଗ୍ରତାରା, ତାରାତାରିଣୀ । ରାଶିର ବ୍ରତ, ଉପବାସ-ଗୁରୁବାର । ରାଶିର ଅଙ୍କ ବା ସଂଖ୍ୟା-୩ । ରାଶିର ତାରିଖ-୩, ୧୨, ୩୦ । ରାଶିର ମିତ୍ରରାଶି-ମେଷ, କର୍କଟ, ସିଂହ, ବିଛା, ମୀନ । ରାଶିର ଶତୃରାଶି-ବୃଷ, ମିଥୁନ, କନ୍ୟା, ତୁଳା । ରାଶି । ଘାତବାର-ଶୁକ୍ରବାର, ଘାତନକ୍ଷତ୍ର- ଦ୍ୱିଜା, ଘାତତିଥି-ଦ୍ୱିତୀୟା, ଘାତଚନ୍ଦ୍ର-ମୀନଚନ୍ଦ୍ର । ରାଶିର ବ୍ୟକ୍ତିତ୍ୱ- ସୁନ୍ଦର, ଶତୃଜୟୀ, ଶିଳ୍ପଜ୍ଞ, ବାଲ୍ୟାବସ୍ଥାରେ ଧନୀ, ବଳବାନ, ସ୍ପଷ୍ଟବାଦୀ, ଅନେକ କଳାଜ୍ଞାତା, ନିର୍ମଳ ଚରିତ୍ର, ମିତବ୍ୟୟୀ, ସ୍ୱପରାକ୍ରମରେ ଭାଗ୍ୟୋଦୟ କରିବେ, ମାନସିକ ସ୍ଥିତି ସୁଦୃଢ, ରାଜକୀୟ ସମ୍ମାନପ୍ରାପ୍ତି, ସୁବକ୍ତା, ପବିତ୍ର, କାବ୍ୟକୁଶଳ, ସାହସୀ, ନିଷ୍କପଟ, ବିନୟୀ, କଷ୍ଟ ସହିଷ୍ଣୁ, ତପସ୍ୱୀ ।

ଶାନ୍ତ ସ୍ୱଭାବ, ବୁଦ୍ଧିମାନ, ଅଳ୍ପାହାରୀ, କାର୍ଯ୍ୟକୁଶଳ, ଅନେକ ବିଦ୍ୟାଭାସୀ, ଅନେକ ବ୍ୟବସାୟ ରତ, ଧର୍ମାତ୍ମା, ଚତୁର, ପୁତ୍ରବାନ, ବ୍ରାହ୍ମଣ ତଥା ଦେବତାଙ୍କ ଭକ୍ତ ଓ ସମସ୍ତ ପ୍ରକାର ବସ୍ତୁକୁ ସଂଗ୍ରହ କରିବେ । କୂଳ ମର୍ଯ୍ୟାଦା ରକ୍ଷାକାରୀ, ଭାଗ୍ୟବାନ, ପରାକ୍ରମୀ, ଭଲ ମିତ୍ର ପ୍ରାପ୍ତି ତଥା ଧୈର୍ଯ୍ୟବାନହେବେ । ରାଶିର ସକରାତ୍ମକ ତଥ୍ୟ- ଦେବଭକ୍ତ, ଦୟାବାନ, ସ୍ଥିରଚିତ୍ତ, ଶ୍ରେଷ୍ଠ ଧନପ୍ରାପ୍ତି, ଅଳ୍ପ ସନ୍ତାନ, ସଭାରେ ଚତୁର, ସମସ୍ତଙ୍କ ପ୍ରିୟ, କବି, ପବିତ୍ର, ଶ୍ରେଷ୍ଠ ବୁଦ୍ଧି, ଭଲ ନଖ, ସୁନ୍ଦର ବାଳ, କୋମଳ ପାଦ, ତଥା କଣ୍ଠ, ଦାନ୍ତ ଓ ପାଟି ସୁନ୍ଦର ହେବ । ରାଶିର ନକରାତ୍ମକ ତଥ୍ୟ- ପରବୁଦ୍ଧିଆ, ପଛବୁଦ୍ଧିଆ, ପୂର୍ବାର୍ଜିତ ସ୍ଥାବର ସମ୍ପତ୍ତିହାନୀ କାରକ । ତର୍କବଳରେ ଲକ୍ଷ୍ୟପ୍ରାପ୍ତି କରିବେ ।

ରାଶିର ନକ୍ଷତ୍ର :- ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା ।

ମୂଳା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଯେ, ଯୋ, ଭା, ଭୀ ହୋଇଥାଏ, ତେବେ ଆପଣଙ୍କର ଧନୁରାଶି ମୂଳା ନକ୍ଷତ୍ରରେ ୭ବର୍ଷ କେତୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ଦୁଇ ଚରଣର ବର୍ଗ-ହରିଣ ଓ ଅନ୍ତିମ ଦୁଇ ଚରଣର ବର୍ଗ-ମୂଷିକ, ଯୋନି-ସ୍ୱାନ, ଗଣ-ଦାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ମଧ୍ୟ, ପାଦ-ତମ୍ବା ହେବ । ଆପଣ ଗୁଣଗ୍ରାହୀ ପ୍ରବୃତି, ଅଧ୍ୟୟନପ୍ରିୟ । ବହୁତ ତେଜସ୍ୱୀ, ଧନୀ ଓ ସୁଖୀ ହେବେ ।

ପୂର୍ବାଷାଢ଼ା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଭୂ, ଧା, ଫା, ଠା ହୋଇଥାଏ ତେବେ ଆପଣଙ୍କର ଧନୁରାଶି ପୂର୍ବାଷାଢା ନକ୍ଷତ୍ରରେ ୨୦ବର୍ଷ ଶୁକ୍ରଙ୍କ ମହାଦଶାରେ ଆପଣଙ୍କ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୂଷିକ, ଯୋନି-ମର୍କଟ, ଗଣ-ମାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ଆଦ୍ୟ, ପାଦ-ତମ୍ବା ହେବ । ଏହା ଜଳ ନକ୍ଷତ୍ର ଅଟେ । ଆପଣ ଶାନ୍ତସ୍ୱଭାବ, ସ୍ୱାଭିମାନୀ, ବାରମ୍ବାର ତରଳ ପଦାର୍ଥ ବା ପାଣି ପିଇବାର ଅଭ୍ୟାସ ରହିବ ।

ଉତ୍ତରାଷାଢ଼ା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଭେ ହୋଇଥାଏ ତେବେ ଆପଣଙ୍କର ଧନୁରାଶି ଉତ୍ତରାଷାଢା ନକ୍ଷତ୍ରରେ ୬ବର୍ଷ ରବିଙ୍କ ମହାଦଶାରେ ଆପଣଙ୍କ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମୂଷିକ, ଯୋନି-ନକୁଳ, ଗଣ-ମାନବ, ବର୍ଣ୍ଣ-କ୍ଷତ୍ରୀୟ, ହଂସକ ବା ତତ୍ୱ-ଅଗ୍ନି, ନାଡ଼ୀ-ଆଦ୍ୟ, ପାଦ-ତମ୍ବା ହେବ । ଆପଣ ଧର୍ମଭୀରୁ, କୃତଜ୍ଞ ଓ ଅତ୍ୟଧିକ ମିତ୍ର ସୃଷ୍ଟିବାକୁ ଇଛା କରିବେ ।

ଶୁଭଫଳ ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨-ଯେ କୌଣସି ଧାର୍ମିକ ସ୍ଥାନରେ ବାଦାମ ଦାନ କରନ୍ତୁ । ୩- ସ୍ନାନ କରିବା ପୂର୍ବରୁ ପାଣିରେ କିଛି ଗାଈକ୍ଷୀର ମିଶାଇ ସ୍ନାନ କରନ୍ତୁ । ୪- କ୍ଷୀର ଦାନ କରନ୍ତୁ । ୫- ଯେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ନିଜ ନାକକୁ ସଫା କରନ୍ତୁ । ୬- ପ୍ରତିଦିନ କେଶର ତିଲକ ଲଗାନ୍ତୁ । ୭- ଗୁରୁବାର କିମ୍ବା ଏକାଦଶୀରେ ବ୍ରତ ଉପବାସ ରଖନ୍ତୁ । ୮- ପ୍ରତ୍ୟେକ ଶନିବାର ମାନଙ୍କରେ ଅଶୋସ୍ଥ ଗଛରେ ପାଣି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!