ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ହୀ, ହୁ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୪)- କର୍କଟରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ହୀ, ହୁ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ ହୋଇଥାଏ ତେବେ ଆପଣଙ୍କ ରାଶି କର୍କଟ ହେବ । ଆପଣଙ୍କ ରାଶିର ଚିହ୍ନ-କଙ୍କଡା, ରାଶିସ୍ୱାମୀ-ଚନ୍ଦ୍ର, ରାଶିତତ୍ୱ-ଜଳ, ରାଶିସ୍ୱରୂପ-ଚର, ରାଶିଦିଗ-ଉତ୍ତର । ରାଶିଗୁଣ-ସ୍ତ୍ରୀ ସତୋଗୁଣୀ । ରାଶିଜାତି-ବ୍ରାହ୍ମଣ । ରାଶିପ୍ରକୃତି-କଫ । ରାଶିସ୍ୱଭାବ-ସୌମ୍ୟ । ରାଶିଅଙ୍ଗ-ଛାତି ଓ ହୃଦୟ । ରାଶିର ଶୁଭରତ୍ନ-ମୋତି । ରାଶିର ଶୁଭରଙ୍ଗ-ଧଳା ଓ କ୍ରିମ । ରାଶିର ଶୁଭବାର-ସୋମବାର । ରାଶିର ଶୁଭ ଦେବତା-ଶିବ । ରାଶିର ଶୁଭ ଦେବୀ-ଭୂବନେଶ୍ଵରୀ । ରାଶିର ବ୍ରତ, ଉପବାସ-ସୋମବାର । ରାଶିର ଅଙ୍କ ବା ସଂଖ୍ୟା-୨ । ରାଶିର ତାରିଖ-୨, ୧୧, ୨୦, ୨୯ । ରାଶିର ମିତ୍ରରାଶି- ସମସ୍ତ ରାଶି । ରାଶିର ଶତୃ-କେହି ନାହାନ୍ତି ।

ଘାତବାର-ବୁଧବାର, ଘାତନକ୍ଷତ୍ର-ଅନୁରାଧା, ଘାତତିଥି-ଷଷ୍ଠୀ, ଘାତଚନ୍ଦ୍ର-ସିଂହଚନ୍ଦ୍ର । ରାଶିର ବ୍ୟକ୍ତିତ୍ୱ-ଅଧ୍ୟୟନ ପ୍ରିୟ, ସଦାଚାରୀ, ବଳବାନ, ବେଦଶାସ୍ତ୍ରଜ୍ଞ, କଳାକୁଶଳ, ଲୋକବିଖ୍ୟାତ, କୀର୍ତ୍ତିବାନ, ଧନବାନ, ଘର, ଭୂମିରେ ସୁଖୀ, ପରୋପକାରୀ, ଧର୍ମାତ୍ମା, ପୁଣ୍ୟକର୍ମକର୍ତ୍ତା, ଯଶସ୍ୱୀ, ସୁଶୀଳ, ଶତୃଜୟୀ, ସତ୍ୟବାଦୀ, ପରାକ୍ରମୀ, ପ୍ରେମୀ, ବାପା ମାଆ ଗୁରୁଜନଙ୍କ ଭକ୍ତ, ଶୀଘ୍ର ଗମନକାରୀ, ବସ୍ତୁ ସଂଗ୍ରହକାରୀ, ଅଧିକାର, ବ୍ୟବସାୟରେ ଉନ୍ନତି, କାବ୍ୟ ସଂଗୀତ, ଚିତ୍ରକଳାପ୍ରେମୀ, ଜଳଯାତ୍ରା ପ୍ରେମୀ, ଗଣିତଜ୍ଞ, ଜ୍ୟୋତିଷପ୍ରେମୀ, କୃତଜ୍ଞ, ଶ୍ରେଷ୍ଠବୁଦ୍ଧି, ଜୀବନସାଥୀଙ୍କ ବଶିଭୂତ ହେବେ । ରାଶିର ସକରାତ୍ମକ ତଥ୍ୟ- ଭାବୁକ, କୁଶଳ ପ୍ରବନ୍ଧକ, ଜଳପ୍ରିୟ, କଳ୍ପନାଶୀଳ, ଯୋଜନା ପ୍ରସ୍ତୁତ କରିବା ଓ ସତ୍ୟପ୍ରେମୀ ହେବେ । ରାଶିର ନକରାତ୍ମକ ତଥ୍ୟ- ଚିଡିଚିଡା ସ୍ଵଭାବ, ଅସ୍ଥିରଚିତ୍ତ, ବାୟୁ କଫ ଜନିତ ରୋଗରେ ପୀଡିତ ହୋଇଥାନ୍ତି ।

ରାଶିର ନକ୍ଷତ୍ର :- ପୁନର୍ବସୁ, ପୁଷ୍ୟା, ଅଶ୍ଳେଷା ।

ପୁନର୍ବସୁ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଚତୁର୍ଥ ଚରଣରେ ହୀ ହୋଇଥାଏ ତେବେ ଆପଣଙ୍କର କର୍କଟରାଶି ପୁନର୍ବସୁ ନକ୍ଷତ୍ରରେ ୧୬ବର୍ଷ ଗୁରୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମେଣ୍ଢା, ଯୋନି-ମାର୍ଜାର, ଗଣ-ଦେବତା, ବର୍ଣ୍ଣ-ବିପ୍ର, ହଂସକ ବା ତତ୍ୱ-ଜଳ, ନାଡ଼ୀ-ମଧ୍ୟ, ପାଦ-ଚାନ୍ଦି ହେବ । ଆପଣ ସୁନ୍ଦର ଶରୀର, ମଜବୁତ୍‌ ଦାନ୍ତ, ବଦାନ୍ୟ, ଦାନୀ, ଜ୍ଞାନୀ, ବୁଦ୍ଧିମାନ ଓ କ୍ରୟ-ବିକ୍ରୟରେ ନିପୁଣ ହେବେ । ବହୁତ ଧନ ଅର୍ଜନ କରିପାରିବେ ।

ପୁଷ୍ୟା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ହୁ, ହେ, ହୋ, ଡା ହୋଇଥାଏ ତେବେ ଆପଣଙ୍କର କର୍କଟରାଶି ପଷ୍ୟା ନକ୍ଷତ୍ରରେ ୧୯ବର୍ଷ ଶନିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ମେଷ, ଯୋନି-ମେଷ, ଗଣ-ଦେବତା, ବର୍ଣ୍ଣ-ବିପ୍ର, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଆଦ୍ୟ, ପାଦ-ଚାନ୍ଦି ହେବ । ଆପଣ ସ୍ଵାଧୀନଚେତା, ବିଭିନ୍ନ କଳାଜ୍ଞାତା, ଦୟାଳୁ, ପରୋପକାରୀ, ଚତୁର, ଆଳାପୀ, ଜ୍ଞାନୀ, କଠିନ ପରିଶ୍ରମୀ ଓ ସମାଜରେ ଅଗ୍ରଗଣ୍ୟ ବ୍ୟକ୍ତିଭାବେ ପରିଚିତ ହେବେ ।

ଅଶ୍ଳେଷା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଡୀ, ଡୂ, ଡେ, ଡୋ ହୋଇଥାଏ ତେବେ ଆପଣଙ୍କର କର୍କଟରାଶି ଅଶ୍ଳେଷା ନକ୍ଷତ୍ରରେ ୧୭ବର୍ଷ ବୁଧଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସ୍ୱାନ, ଯୋନି-ମାର୍ଜାର, ଗଣ-ଦାନବ, ବର୍ଣ୍ଣ-ବିପ୍ର, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଆଦ୍ୟ, ପାଦ-ଚାନ୍ଦି ହେବ । ଆପଣଙ୍କ ନକ୍ଷତ୍ରର ଅଧିଦେବତା ସର୍ପ ଅଟନ୍ତି । ଆପଣ ଧନବାନ, ନେତୃତ୍ଵ ପ୍ରିୟ, କଠିନ ପରିଶ୍ରମୀ, ଚତୁର, ଆତ୍ମବିଶ୍ଵାସୀ, ଉପସ୍ଥିତି ବୁଦ୍ଧି ସମ୍ପନ୍ନ, ଶୀଘ୍ର କ୍ରୋଧିତ, ଉତ୍ତେଜିତ ଓ ପ୍ରତିଶୋଧ ପରାୟଣ ହେବେ ।

ଶୁଭଫଳ ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ସୂର୍ଯ୍ୟଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ସୁନା, ତମ୍ବା, ଗହମ, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, ଲାଲ୍ ଚନ୍ଦନ ଓ କେଶର ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨- ଶ୍ୱଶୁରଘରୁ ଚନ୍ଦ୍ର ସମ୍ବନ୍ଧିତ ବସ୍ତୁ ପ୍ରାପ୍ତ କରିଲେ ଚନ୍ଦ୍ରଙ୍କ ଶୁଭଫଳ ପ୍ରାପ୍ତି ହୁଏ । ୩- ରାତ୍ରରେ କ୍ଷୀର ସେବନ କରନ୍ତୁ ନାହିଁ । ୪- ପ୍ରତି ସୋମବାର ଦିନ ଅଶୋସ୍ଥ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ୫- ପ୍ରତି ସୋମବାର ଦିନ ଶିବଙ୍କ ଉପାସନା କରି କଦଳୀ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟି ଦିଅନ୍ତୁ । ୬- କେବେ ମଧ୍ୟ ପୈତୃକ ସମ୍ପତ୍ତି ବିକ୍ରୟ କରନ୍ତୁ ନାହିଁ । ୭- ପ୍ରତ୍ୟେକ ସଙ୍କ୍ରାନ୍ତିରେ ଘର ବାହାରେ ଐଶାନ୍ୟ କୋଣରେ ମାଟିପାତ୍ରରେ କିଛି କ୍ଷୀର ରଖି ଦିଅନ୍ତୁ । ୮- ଜେଜୀମାଆ, ଆଇ ଓ ମାଆଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!