ଦୈନିକ ରାଶିଫଳ: 03 ଜାନୁୟାରୀ ୨୦୨୧, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ସବୁ ରାଶିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୩ତାରିଖ, ରବିବାର, ଧନୁମାସ ୨୦ଦିନ, ପୌଷମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ସକାଳ ୮ଟା ୨୨ମିନିଟ୍ ଗତେ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ମେଷ ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ, ସକାଳ ୮ଟା ୨୨ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୭ଟା ୧୦ମିନିଟ୍ ରୁ ୯ଟା ୧୮ମିନିଟ୍, ଦିବା ୧ଟା ୧୩ମିନିଟ୍ ରୁ ୩ଟା ୫ମିନିଟ୍, ଦିବା ୩ଟା ୫୦ମିନିଟ୍ ରୁ ୩ଟା ୫୪ମିନିଟ୍, ରାତ୍ର ୭ଟା ୫୫ମିନିଟ୍ ରୁ ରାତ୍ର ୯ଟା ୩୮ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ପ୍ରଚୁର ଲାଭ ହେବ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କଲେ ସଫଳତା ପ୍ରାପ୍ତି ହେବ । ରାଜନୀତିରେ ତଳ ମହଲରୁ ଆଶାତୀତ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ । ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ଶୁଭ ସମାଚାର ମିଳିବ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଅଭିଳଷିତ ଜିନିଷ କ୍ରୟ କରି ପାରନ୍ତି । କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ବିବାଦରେ ବିଜୟ ପ୍ରାପ୍ତି ହେବା ସହ ରୋଜଗାର ବୃଦ୍ଧି ହେବ । ତଳ ମହଲରୁ ଆଶାତୀତ ଲାଭ ପାଇବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ ଓ ବଡ଼ନେତାଙ୍କୁ ସନ୍ତୁଷ୍ଟ କରି ଶାନ୍ତି ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-

ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ବିଦେଶ ଯାତ୍ରା, ସୁଖ ଶାନ୍ତି, ଯଶ ଲାଭ ସୁଖ ସମୃଦ୍ଧି ବୃଦ୍ଧି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ପାଇ ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ବ୍ୟବସାୟୀ ମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ । ପ୍ରେମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:-

ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଆର୍ଥିକ ସ୍ଥିତି ସ୍ଵଛଳ ରହିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ବାଦବିବାଦ, କ୍ରିଡା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ବାଦବିବାଦ, କ୍ରିଡା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ । ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ହେବା ସହ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖସୌଭାଗ୍ୟ ତଥା ଯଶପ୍ରସିଦ୍ଧି ଆଶା କରି ହେବ । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା:-

ସାମାଜିକକ୍ଷେତ୍ରରେ ପ୍ରଶଂସିତ ହେବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସିହେବେ । ବହୁ ଲୋକଙ୍କର ପ୍ରଶଂସା ପାଇବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ପ୍ରତିଷ୍ଠା ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢିବା ଫଳରେ ଶତୃପକ୍ଷ ଦୁର୍ବଳ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ । ପାରିବାରିକ ସମ୍ପର୍କରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ଚଳିବା ହିତକର । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ । ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ଧନୁ:-

ଦୂରଯାତ୍ରାରେ ସଫଳ ହେବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ । ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ସହଯୋଗ ମିଳିବ । ଅଟକିଥିବା କାର୍ଯ୍ୟ ପୂରଣ ହେବ । ଖେଳକୁଦ, ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରଙ୍କଠାରୁ ସହଯୋଗ ପାଇବେ । ବିଦ୍ୟା, ଖେଳରେ ପ୍ରଶଂସିତ ହେବେ । ଭୋଗବିଳାସରେ ଦିନଟି କାଟିବା ପାଇଁ ଆଗ୍ରହୀ ହେବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ମକର:-

ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ଯେଉଁମାନେ ନ୍ୟାୟ କିମ୍ବା ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଉନ୍ନତି ହେବ । ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ଯଦି ପାରି ବାରିକ ଜୀବନରେ ସମ୍ପର୍କରେ କୌଣସି ଦ୍ଵନ୍ଦ ଥାଏ ତେବେ ସମାଧାନ ହୋଇଯିବ । ପିତାଙ୍କ ସହିତ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇ ପାରେ । କିଛି ସମୟ ପାଇଁ କାର୍ଯ୍ୟରେ ବାଧା ଉପୁଜିପାରେ, ସେଥିପାଇଁ ସତର୍କ ରହିବାକୁ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-

ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଯଦି କାର୍ଯ୍ୟରେ ବାଧା ହେଉଥାଏ ତେବେ ସେଥିରୁ ମୁକ୍ତି ପାଇବେ । ବିଚାରଧୀନ କାର୍ଯ୍ୟ ମଧ୍ୟ ଉନ୍ନତି ହେବ । ଯୋଜନା କରିଥିବା କାର୍ଯ୍ୟକୁ ଆରମ୍ଭ କରିପାରିବେ । ମନରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ସୃଜନଶୀଳ ଲୋକଙ୍କ ପାଇଁ ସମୟ ଭଲ ରହିବ । ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଛାତ୍ର ଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

ମୀନ:-

ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ । ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ପିଲାମାନଙ୍କ ସଫଳତାରେ ଖୁସିହେବେ । ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଦୁଃଖୀ ଲୋକଙ୍କୁ ସାହାରା ହେବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!