ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (କା, କୀ, କୁ, ଧ, ଡ, ଛ, କେ, କୋ, ହା) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମିଥୁନ ରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କା, କୀ, କୁ, ଧ, ଡ, ଛ, କେ, କୋ, ହା ହୋଇଥାଏ ତେବେ ଆପଣଙ୍କ ରାଶି ମିଥୁନ ହେବ । ଆପଣଙ୍କ ରାଶିର ଚିହ୍ନ-ସ୍ତ୍ରୀ-ପୁରୁଷ ଯୁକ୍ତ, ରାଶି ସ୍ୱାମୀ-ବୁଧ, ରାଶି ତତ୍ୱ-ବାୟୁ, ରାଶି ସ୍ୱରୂପ-ଦ୍ୱିସ୍ୱଭାବ, ରାଶି ଦିଗ-ପଶ୍ଚିମ । ରାଶି ଗୁଣ-ପୁରୁଷ (କୁମାର) । ରାଶି ଜାତି-ଶୂଦ୍ର । ରାଶି ପ୍ରକୃତି-ତ୍ରିଧାତୁ । ରାଶି ସ୍ୱଭାବ-କ୍ରୁର ସ୍ୱଭାବ । ରାଶି ଅଙ୍ଗ-ଦୁଇକାନ୍ଧ । ରାଶିର ଶୁଭରତ୍ନ-ପାନ୍ନା । ରାଶିର ଶୁଭ ରଙ୍ଗ-ଶାଗୁଆ । ରାଶିର ଶୁଭବାର-ବୁଧବାର । ରାଶିର ଶୁଭ ଦେବତା- ଶ୍ରୀଗଣେଶ ।

ରାଶିର ଶୁଭଦେବୀ-ତ୍ରିପୁରାସୁନ୍ଦରୀ । ରାଶିର ବ୍ରତ, ଉପବାସ-ବୁଧବାର । ରାଶିର ଅଙ୍କ ବା ସଂଖ୍ୟା-୫ । ରାଶିର ତାରିଖ-୫, ୧୪, ୨୩ । ରାଶିର ମିତ୍ର ରାଶି- ମେଷ, ତୁଳା, କୁମ୍ଭ, ସିଂହ, କନ୍ୟା । ରାଶିର ଶତୃ ରାଶି-କର୍କଟ । ଘାତବାର-ସୋମବାର, ଘାତନକ୍ଷତ୍ର-ସ୍ୱାତୀ, ଘାତତିଥି-ଅଷ୍ଟମୀ, ଘାତଚନ୍ଦ୍ର- କୁମ୍ଭଚନ୍ଦ୍ର । ରାଶି ବ୍ୟକ୍ତିତ୍ୱ-ଚତୁର, ବୁଦ୍ଧିମାନ, ଦୂରଦର୍ଶୀ, ବିଦ୍ଵାନ, ପଣ୍ଡିତ, ଗଣିତଶାସ୍ତ୍ର ବିଷାରଦ ଓ ଅନେକ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ରାଶିର ସକରାତ୍ମକ ତଥ୍ୟ-ବାକ୍‌ପଟୁ, ବ୍ୟବସାୟ କୁଶଳ, ଟିକିନିଖି ହିସାବ ପରେ ସିଦ୍ଧାନ୍ତ ନେଇଥାନ୍ତି । ରାଶିର ନକରାତ୍ମକ ତଥ୍ୟ-ନିର୍ମୋହୀ, ଆତ୍ମକେନ୍ଦ୍ରିକ ଓ ବେଳେବେଳେ ନିଷ୍ଠୁର ହୋଇଥାନ୍ତି । ରାଶିର ନକ୍ଷତ୍ର- ମୃଗଶିରା, ଆର୍ଦ୍ରା, ପୁନର୍ବସୁ ।

ରାଶିର ନକ୍ଷତ୍ର :-

ମୃଗଶିରା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ତୃତୀୟ ଓ ଚତୁର୍ଥ ଚରଣରେ କା, କୀ ହୋଇଥାଏ ତେବେ ଆପଣଙ୍କର ମିଥୁନରାଶି ମୃଗଶିରା ନକ୍ଷତ୍ରରେ ୭ବର୍ଷ ମଙ୍ଗଳଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ବିଲେଇ, ଯୋନି-ସର୍ପ, ଗଣ-ଦେବତା, ବର୍ଣ୍ଣ-ଶୂଦ୍ର, ଦିଗ-ପୂର୍ବ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ସୁବର୍ଣ୍ଣ ହେବ । ଆପଣ ବିଦ୍ୟାଧ୍ୟୟନ, ଶିଳ୍ପୀ, ବହୁତ ଚତୁର, ସୁନ୍ଦର ଓ ମଧ୍ୟମ ଧରଣର ଚେହେରା, ଆର୍ଥିକ ଦୃଷ୍ଟିକୋଣରେ ମିତବ୍ୟୟୀ ଓ ବୁଝି ବିଚାରୀ ଖର୍ଚ୍ଚ କରନ୍ତି, ପ୍ରଗତିରେ ନିରନ୍ତର ବାଧା ଲାଗିରହେ ଓ ଜୀବନରେ ପରିବର୍ତ୍ତନ ହୁଏ । ପ୍ରାୟତଃ ଗୋଟିଏ ଧନ୍ଦାକୁ ଛାଡି ଅନ୍ୟ ଧନ୍ଦାରେ ମତି ରହେ ।

ଆର୍ଦ୍ରା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କୁ, ଧ, ଡ, ଛ ହୋଇଥାଏ ତେବେ ଆପଣଙ୍କର ମିଥୁନରାଶି ଆର୍ଦ୍ରା ନକ୍ଷତ୍ରରେ ୧୮ବର୍ଷ ରାହୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଚରଣର ବର୍ଗ-ବିଲେଇ ଓ ଚତୁର୍ଥ ଚରଣରେ ବର୍ଗ-ସିଂହ, ଯୋନି-ସ୍ୱାନ, ଗଣ-ମାନବ, ବର୍ଣ୍ଣ-ଶୂଦ୍ର, ଦିଗ-ଐଶାନ୍ୟ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ଅନ୍ତ୍ୟ, ପାଦ-ଚାନ୍ଦି ହେବ । ଆପଣ କ୍ରୟ-ବିକ୍ରୟରେ ନିପୁଣ, କ୍ରୋଧୀ, ଗର୍ବୀ ଓ ଆର୍ଦ୍ରା ନକ୍ଷତ୍ରର ସ୍ୱାମୀ ରୁଦ୍ର ହୋଇଥିବାରୁ କ୍ଷଣେରୁଷ୍ଟ କ୍ଷଣେତୁଷ୍ଟ ସ୍ଵଭାବ ପ୍ରକାଶ ପାଏ ।

ପୁନର୍ବସୁ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, କୋ, ହା ହୋଇଥାଏ ତେବେ ଆପଣଙ୍କର ମିଥୁନରାଶି ପୁନର୍ବସୁ ନକ୍ଷତ୍ରରେ ୧୬ବର୍ଷ ଗୁରୁଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ଦ୍ୱିତୀୟ ଚରଣର ବର୍ଗ-ବିଲେଇ ଓ ତୃତୀୟ ଚରଣର ବର୍ଗ-ହରିଣ, ଯୋନି- ବିଲେଇ, ଗଣ-ଦେବତା, ବର୍ଣ୍ଣ-ଶୂଦ୍ର, ଦିଗ-ବାୟୁ, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ମଧ୍ୟ, ପାଦ-ଚାନ୍ଦି ହେବ । ଆପଣ ଧନ ଏକତ୍ରିତ କରିବାରେ ନିପୁଣ ହୁଅନ୍ତି । ନିଜର ଦୂରଦୃଷ୍ଟି ଓ ଇଛାରେ ବିଶେଷ ନିୟନ୍ତ୍ରଣ ରହିଥାନ୍ତି ।

ଶୁଭଫଳ ପାଇବା ପାଇଁ ୧- ଈଶ୍ୱରଙ୍କ ପ୍ରତି ବିଶ୍ୱାସ ରଖନ୍ତୁ ଓ ଧର୍ମ ପ୍ରତି ଆସ୍ଥାବାନ ହୁଅନ୍ତୁ । ୨- ମାସର ଯେକୌଣସି ବୁଧବାରଦିନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରି ପ୍ରସାଦ ଭୋଗ କରନ୍ତୁ । ୩- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳା ଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୪- ନିଜର ଚରିତ୍ର ସ୍ୱଭାବକୁ ଉଜ୍ୱଳ ରଖନ୍ତୁ । ୫- ମାଆ ବାପାଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ । ୬- ବିବାହ ସମୟରେ ଚନ୍ଦ୍ର ସମ୍ବନ୍ଧିତ ବସ୍ତୁ ଦାନ ରୂପରେ ଗ୍ରହଣ କରନ୍ତୁ । ୭- ବୃଦ୍ଧାବୃଦ୍ଧ ମାନଙ୍କୁ ଧଳା ରଙ୍ଗର ବସ୍ତ୍ର ଦାନ କରିଲେ ଶୁଭ ହୋଇଥାଏ । ୮- ପ୍ରତି ବୁଧବାର ଦିନ ବରଗଛରେ ପାଣି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!