Numerology: ମୂଳାଙ୍କ 5 ବା (୫, ୧୪ ଓ ୨୩) ରେ ଜନ୍ମିତ ବ୍ୟକ୍ତି ଅଙ୍କ ଜ୍ୟୋତିଷ ଦ୍ଵାରା ଜାଣନ୍ତୁ ୨୦୨୧ ମସିହା ର ଭାଗ୍ୟଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ଯଦିଜନ୍ମ ତାରିଖ ବା ଜନ୍ମତିଥି ଜାଣିଥିବେ ନତୁବା ନାମର ପ୍ରଥମ ଅକ୍ଷରରୁ ସଂଖ୍ୟା ଜାଣି ନିଜର ଭବିଷ୍ୟତ ବିଷୟରେ ଅବଗତ ହୋଇ ପାରିବେ । A B C D E F G H I J K L M N O P Q R S T U V W X Y Z ନାମର ପ୍ରଥମ ଅକ୍ଷର ଯେଉଁ ଲେଟରରୁ ଆରମ୍ଭ ହେଉଥିବ ସେହି ଲେଟର ହିସାବରେ ସଂଖ୍ୟା ଠିକ୍ କରିପାରେବେ ଯଥା- 1 2 3 4 5 6 7 8 9 1 2 3 4 5 6 7 8 9 1 2 3 4 5 6 7 8 । ଯଦି ଆପଣଙ୍କ ନାମ ଅଶୋକ ତେବେ ଆପଣଙ୍କ ମୂଳାଙ୍କ ୧ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆପଣଙ୍କ ନାମ କେଶବ ତେବେ ଆପଣଙ୍କ ମୂଳାଙ୍କ ୨ ହେବ । ଯଦି ଆପଣଙ୍କ ନାମ ୟାରିଆନ ତେବେ ଆପଣଙ୍କ ମୂଳାଙ୍କ ୭ ହେବ । ଅଙ୍କ ଜ୍ୟୋତିଷରେ ସଂଖ୍ୟାର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ ଜଣାଯାଏ । ଯଦି ଆପଣ ୨୦୨୧ ମସିହାର ଅଙ୍କକୁ ଯୋଗ କରିବେ ଯାହା ଯୋଗଫଳ ହେବ ତାହା ଏହି ବର୍ଷର ମୁଳାଙ୍କ ହେବ ।

ଯେପରି ସୂର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ ପ୍ରକାଶ ବିତରିତ କରିଥାନ୍ତି ଓ ସୂର୍ଯ୍ୟଙ୍କ ଆଲୋକ ଅଲଗା ଅଲଗା କ୍ଷେତ୍ରରେ ଅଲଗା ପ୍ରକାରର ଆବୃତି ସହ ପହଞ୍ଚି ଥାଏ । ଠିକ୍ ସେହିପରି ଏହି ସଂଖ୍ୟା ମଧ୍ୟ ଅଲଗା ଅଲଗା ପ୍ରକାରରେ ପ୍ରଭାବିତ କରିଥାଏ । ଯେପରି ୨୦୨୧ ମସିହାକୁ ମିଶାଇଲେ ୨ + ୦ + ୨ + ୧ = ୫ ଉତ୍ତର ୫ ହେବ । ଠିକ୍ ସେହିପରି ଜନ୍ମତିଥି ବା ଜନ୍ମତାରିଖକୁ ମିଶେଇ ଏକ ଅଙ୍କ କରିବାକୁ ହେବ ଯାହାକି ୧ ଠାରୁ ୯ ପର୍ଯ୍ୟନ୍ତ ଗୋଟିଏ ଅଙ୍କ ସଂଖ୍ୟା ହୋଇ ଥାଏ ।

ଏହି ସଂଖ୍ୟାର ଆଧାରରେ ଭବିଷ୍ୟତ ବିଚାର କରାଯାଇ ପାରିବ । ଯଥା- ଯେଉଁ ମାନଙ୍କର ଯେ କୌଣସି ମାସର ୫, ୧୪ ଓ ୨୩ ତାରିଖରେ କିମ୍ବା ପଞ୍ଚମୀ ବା ଚତୁର୍ଦ୍ଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସଂଖ୍ୟାର ମୂଳାଙ୍କ ୫ ହେବ । ମୂଳାଙ୍କ ୫ ର ସ୍ଵାମୀ ବୁଧଗ୍ରହ ହେବେ । ଅଙ୍କ ଜ୍ୟୋତିଷରେ ମୂଳାଙ୍କ ୫ର ସ୍ଵାମୀ ବୁଧ ଗ୍ରହଙ୍କ ପ୍ରଭାବ ରହୁଥିବାରୁ ଓ ଆପଣଙ୍କର ମୂଳାଙ୍କ ୫ ହୋଇଥିବାରୁ ବହୁତ ଭଲ ଫଳ ମିଳିବ । ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ ।

ବ୍ୟବସାୟରେ ବିସ୍ତାର କରିବାକୁ ଚିନ୍ତା କରିବେ । ସରକାରୀ ଚାକିରୀ ମିଳିବାର ସମ୍ଭାବନା ରହିଛି । ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳ ହେବେ । ଜୀବନ ସାଥୀଙ୍କ ସହିତ ସମୟ ବିତାଇବାକୁ ସମୟ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ଜୀବନ ସାଥୀଙ୍କ ଆୟରେ ବୃଦ୍ଧି ହେବ । ପାରିବାରିକ ସମ୍ପର୍କ ମଧ୍ୟ ଭଲ ରହିବ । ସନ୍ତାନଙ୍କ ତରଫରୁ ଖୁସି ରହିବେ । ନିଜର ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିପାରିବେ । ସେଥିପାଇଁ ଆର୍ଥିକ ଅଭାବ ଦୂର ହେବ । ୨୦୨୧ମସିହାରେ ଅଧିକ ଶୁଭଫଳ ପାଇବା ପାଇଁ ଏହି ୧୦ଟି ବିଶେଷ ଉପାୟ ଯଦିକରି ଚାଲନ୍ତି ତେବେ ବହୁତ ଭଲରେ ସମୟ କଟେଇ ଦେଇ ପାରିବେ ।

ଆସନ୍ତୁ ଜାଣିବା ସେଉପାୟ ଗୁଡିକ କଣ ? ୧- ୧୦ବର୍ଷରୁ କମ୍ ବୟସର କନ୍ୟା ମାନଙ୍କୁ ଖାଇବାକୁ ଦିଅନ୍ତୁ । ୨- ଅଟାରେ ଗୋଲି ତିଆରି କରି ମାଛ ମାନଙ୍କୁ ଖାଇବାକୁ ଦିଅନ୍ତୁ । ୩- ନିଜ ବଚନକୁ ସଂଯମତା ରଖି ନିର୍ଦେଶ ଦିଅନ୍ତୁ । ୪- ସୂର୍ଯ୍ୟାସ୍ତ ପରେ ଶନି ଚାଳିଶା ପାଠ କରନ୍ତୁ । ୫- ସହକର୍ମୀ ଓ ଭାଇମାନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୬- ଯଦି ଶତୃମାନଙ୍କ ଠାରୁ କଷ୍ଟ ପାଉଛନ୍ତି ତେବେ ମାତା ଦୂର୍ଗାଙ୍କ ପୂଜା ଉପାସନା କରନ୍ତୁ । ୭- ଯଦି ଅବିବାହିତ ଅଛନ୍ତି ତେବେ ବିବାହ କରିପାରିବେ ।

୮- କାହାକୁ ଦେଇଥିବା ପ୍ରତିଶୃତିକୁ ଖିଲାପ କରନ୍ତୁ ନାହିଁ । ଏପରି ପ୍ରତିଶୃତି ଦିଅନ୍ତୁ ଯାହାକୁ ପୂରଣ କରିପାରିବେ । ୯- ସଫେଇ କର୍ମଚାରୀଙ୍କୁ ଝାଡୁ ଓ ପଇସା ଦାନ କରନ୍ତୁ ଏବଂ ଉତ୍ତମ ଆଚରଣ କରନ୍ତୁ । ୧୦- ସତର୍କ ରୁହନ୍ତୁ, ପୁଞ୍ଜି ସଞ୍ଚୟ କରନ୍ତୁ । ଯେକୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!