ଶୁଆର କଣ୍ଢେଇ ବା ଫଟୋ ଲଗାଇଲେ କଣ ଲାଭହୁଏ ? ଶୁଆ ପାଳନ କଲେ କଣ କ୍ଷତିହୁଏ ?- Vastu Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ତେବେ ବାସ୍ତୁ ହିସାବରେ ଏମିତି ବହୁତ କଥା ଅଛି ଯାହା ବିଷୟରେ ସାଧାରଣ ବ୍ୟକ୍ତି ଅଗୋଚର ଅଟନ୍ତି ଓ ଅଜାଣତରେ ଅନେକ ଭୁଲ କରିବସନ୍ତି । ସେଇ ବାସ୍ତୁ ସମ୍ବନ୍ଧିତ କିଛି ତଥ୍ୟ ବିଷୟରେ ଆଜି ଆମେ ଆଲୋଚନା କରିବା । ଶୁଆର କଣ୍ଢେଇ ବା ଫଟୋ ଲଗାଇଲେ କଣ ଲାଭହୁଏ ? ଶୁଆ ପାଳନ କଲେ କଣ କ୍ଷତିହୁଏ ? ବାସ୍ତୁଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଓ ଲାଲ୍ କିତାବରେ ଶୁଆ ବିଷୟରେ କଣ ଲେଖାଯାଇଛି ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଜ୍ୟୋତିଷ ଶାସ୍ତ୍ର ଓ ଲାଲ୍ କିତାବରେ ଲେଖାଯାଇଛି ଶୁଆ ହେଉଛି ବୁଧ ଗ୍ରହଙ୍କର ପ୍ରତୀକ, ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗର କାନ୍ଥରେ ଶୁଆର ଚିତ୍ର ବା ଫଟୋ ଲଗାଇଲେ ପିଲାମାନଙ୍କର ପଢିବା ପାଇଁ ଆଗ୍ରହ ହୁଏ । ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଏ ।

୨- ପତି ପତ୍ନୀଙ୍କ ସମ୍ପର୍କ ଦୃଢ ହେବା ପାଇଁ ପେଙ୍ଗଶୁଇ ଅନୁସାରେ ଦୁଇଟି ଶୁଆର ଯୋଡି ଫଟୋ ରଖିଲେ ବା ହାତତିଆରି ଶୁଆର କଣ୍ଢେଇ ସ୍ଥାପିତ କରିଲେ ପତି ଓ ପତ୍ନୀଙ୍କ ସମ୍ପର୍କ ମଜବୁତ ହୁଏ ।

୩- ଶୁଆ ପ୍ରେମ, ସଚ୍ଚୋଟ, ଆୟୁଷବୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯଦି ଆପଣଙ୍କ ଘରେ ରୋଗ, ହତାଶ, ଦରିଦ୍ରତା ଓ ସୁଖର ଅଭାବ ଅନୁଭବ କରୁଛନ୍ତି ତେବେ ସୁଆର ଚିତ୍ର ବା ଫଟୋ ଲଗାଇ ପାରିବେ ଏବଂ ଶୁଆର ଯୁଗଳକଣ୍ଢେଇ ସ୍ଥାପିତ କରି ପାରିବେ ।

୪- ପଦ୍ମପୁରାଣରେ ଲେଖାଯାଇଛି ଯେ ଯେଉଁ ଘରେ ଶୁଆ ପାଳନ କରାଯାଏ ଓ ସେହି ସୁଆର ନାମ ଭଗବାନଙ୍କ ନାମ ଦିଆ ଯାଇ ଥାଏ । ଯଦି ସେହି ଘରେ ଶୁଆ ଖୁସିରେ ରୁହେ ତେବେ ଶନି, ରାହୁ ଓ କେତୁଙ୍କ ବକ୍ର ଦ୍ରୁଷ୍ଟି ପଡେ ନାହିଁ । ଘରେ ଅକାଳ ମୃତ୍ୟୁ ମଧ୍ୟ ଘଟେ ନାହିଁ । ସୌଭାଗ୍ୟର ବୃଦ୍ଧି ହୁଏ । ଶୁଆର ଏକ ବଳିଦାନର ଦୁଃଖଦ କାହାଣୀ ଶୁକୋପାଖ୍ୟାନମ୍ ଗ୍ରନ୍ଥରେ ଦେଖିବାକୁ ମିଳେ ।

୫- ପେଙ୍ଗଶୁଇ ଅନୁସାରେ ଶୁଆ ୫ଟି ତତ୍ଵକୁ ସନ୍ତୁଳନ କରିବାରେ ସହାୟକ ହୋଇଥାଏ । ଶୁଆଟିର ରଙ୍ଗୀନ ଡେଣା ଗୁଡିକ ପ୍ରକୃତରେ ପୃଥିବୀ, ଅଗ୍ନି, ଜଳ, କାଠ ଓ ଧାତୁର ପ୍ରତୀକ ହୋଇଥାଏ । ଯଦି ଘରେ ଏହି ତତ୍ଵର ଅଭାବ ଥାଏ ତେବେ ଏହା ଏଥିରୁ ପୂରଣ ହୋଇ ଥାଏ ।

ଲାଲ୍ କିତାବ ଅନୁସାରେ ଜାତକକୁ ଦେଖି ପକ୍ଷୀଟିକୁ ପାଳନ କରିବାର ଯୋଗ ଅଛି କି ନାହିଁ ତାହା ଉପଦେଶ ଦିଆଯାଏ । ବୁଧବାର ଦିନ ଶୁଆକୁ ପିଞ୍ଜରାରୁ ମୁକ୍ତ କରିବାକୁ କୁହାଯାଇଥାଏ । କିନ୍ତୁ ସେଥିପାଇଁ ନିୟମ ମଧ୍ୟ ଅଛି । ଯଦି ଅଜାଣତରେ କିଏ ଶୁଆ ପାଳନ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ଠାରୁ ଏହି ବିଷୟରେ ବୁଝିବା ଦରକାର । ଏହି ଶୁଆଟି ତୁମର ଦୁର୍ଭାଗ୍ୟ ଓ ବିନାଶର କାରଣ ହୋଇପାରେ ।

୧- ଯଦି ଆପଣଙ୍କ ବ୍ୟବସାୟ ଭଲ ହେଉ ନାହିଁ ତେବେ ବୁଧବାର ଦିନ ଏକ ଶୁଆ ପିଞ୍ଜରା ସହିତ କିଣି ଆଣି ତାକୁ ପିଞ୍ଜରାମୁକ୍ତ କରି ଦିଅନ୍ତୁ । ଶୁଆଟି ଯେତେ ଦୂର ଉଡି ଉଡି ଯିବ ଆପଣଙ୍କ ବ୍ୟବସାୟରେ ମଧ୍ୟ ସେତିକି ଉନ୍ନତି ହେବ ।

୨- ଯଦି ଜାତକରେ ଦ୍ଵିତୀୟ ଭାବରେ ବୁଧ ଗ୍ରହ ରହିଛନ୍ତି ତେବେ କୌଣସି ପଶୁ ବା ପକ୍ଷୀ ପାଳନ ନ କରିବା ଉଚିତ୍ । ଯେମିତି କି ମଇଁଷି, ଗାଈ, ଛେଳି, କୁକୁର, ନେଉଳ, ଧଳାମୁଷା ଓ ଶୁଆ, ସାରୀ, ବଣି ଆଦି ପାଳନ କରନ୍ତୁ ନାହିଁ ।

ଲାଲ୍ କିତାବ ଅନୁସାରେ ଗୋଟିଏ କ୍ଷତି –

୧- ବହୁତ ଲୋକମାନେ ସୁଆକୁ ପିଞ୍ଜରା ଭିତରେ ରଖନ୍ତି । କିନ୍ତୁ ଏହାକୁ ପାଳନ କରିବା ବହୁତ ଖରାପ ହୁଏ । ଯଦି ପାଳନ କରୁଥିବା ଶୁଆ ଖୁସି ହୁଏ ନାହିଁ ତେବେ ସେ ଶୁଆଟି ଅଭିଶାପ ଦିଏ । ତେଣୁ ଆପଣ ବୁଝିବାକୁ ହେବ ଯେ ପକ୍ଷୀଟିକୁ ବାନ୍ଧି ରଖିଲେ ପାପ ହୁଏ । ଏହା ଦ୍ଵାରା କେତେକ ଦୁଷ୍ପରିଣାମ ଭୋଗିବାକୁ ପଡିଥାଏ । ବାସ୍ତବରେ ଶୁଆଟି ଘରେ ଭିତରେ ଯେଉଁ କଥା ଗୁଡିକ ଶୁଣେ ତାହା ମନେ ରଖିବାର କ୍ଷମତା ମଧ୍ୟ ଥାଏ ।

ସେହି କଥାକୁ ସେ କହି ପୁନରାବୃତ୍ତି କରିଥାଏ । ଏହି ପରିସ୍ଥିତିରେ ଯଦି ଆପଣଙ୍କ ଘରେ ଦୁର୍ବ୍ୟବହାର କିମ୍ବା ଝଗଡା ହେଉଥାଏ ତେବେ ସେହି ଶୁଆ ମଧ୍ୟ ସମାନ ଆଚରଣ କରିଥାଏ । ଏହା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହୁଏ । ଏହିପରି ବାହାବାରେ ଶୁଆ ପାଳନ କରିବା କେତେକ କ୍ଷେତ୍ରରେ ଶୁଭ ହୁଏ ଓ ଅଶୁଭ ମଧ୍ୟ ହୁଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!