ଭୁଲରେବି ଦାନ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ…

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧାର୍ମିକ ମାନ୍ୟତା ଅନୁସାରେ, ପୁରାଣ ଓ ଶାସ୍ତ୍ର ଅନୁସାରେ ଦାନକୁ ସର୍ବଶ୍ରେଷ୍ଠ ମାନନ୍ତି ସେ କନ୍ୟା ଦାନ ହେଉ ବା କୌଣସି ଜିନିଷର ଦାନ ହେଉ । ଦାନ କରିବା ଦ୍ଵାରା ମଣିଷକୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣ ଅଜଣାରେ କୌଣସି ଭୁଲ ଜିନିଷର ଦାନ କରିଦିଅନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଜୀବନରେ ଓଲଟା ପଡିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭୁଲରେବି ବି ଦାନ କରନ୍ତୁ ନାହିଁ ଏହି ୫ ଟି ଜିନିଷ-

୧ । ଝାଡୁ ଦାନ କରିବା ଶାସ୍ତ୍ର ଅନୁସାରେ ଝାଡୁ ଦାନ କରିବା ବହୁତ ଅଶୁଭ ହୋଇଥାଏ । ଏମିତି କୁହାଯାଏ କି ଝାଡୁ ଦାନ କରିବା ଦ୍ଵାରା ମା’ ଲକ୍ଷ୍ମୀ ରାଗିଯାନ୍ତି ଓ ସେହି ଘର ଛାଡି ଚାଲିଯାନ୍ତି । ଏହା ପରେ ସେହି ଘରେ ପଇସା ରୁହେ ନାହିଁ ଓ ଯଦି ସେ ବ୍ୟାପାର କରୁଥାନ୍ତି ଅଟନ୍ତି ତାଙ୍କୁ ବହୁତ କ୍ଷତିର ସାମ୍ନା କରିବାକୁ ପଡେ । କେବଳ ଝିଅକୁ ଝାଡୁ ଦାନ କରିବା ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଶୁଭ ।

୨ । ବ୍ୟବହାର ହୋଇଥିବା ଷ୍ଟିଲବାସନ ବା ବାସ୍ତୁ ଶାସ୍ତ୍ରରେ କେଉଁଠି ବି ଷ୍ଟିଲ ବାସନ ଦାନ କରିବା ବିଷୟରେ କୁହାଯାଇ ନାହିଁ । ପୁରୁଣା ଷ୍ଟିଲ ବାସନ ବା କୌଣସି ଜିନିଷ ଦାନ ଦେବାରୁ ବଞ୍ଚିବା ଆବଶ୍ୟକ । ଏମିତି କୁହାଯାଏ କି ପୁରୁଣା, ଭଙ୍ଗାତୁଟା, ଫୁଟାଷ୍ଟିଲ ପାତ୍ର ବା ଦ୍ରବ୍ୟ ଦାନ କରିବା ଦ୍ଵାରା ଘରର ସୁଖ ଶାନ୍ତି ଶେଷ ହୋଇଯାଏ ଓ ଦାନ ଦେଉଥିବା ଲୋକର ସମ୍ବନ୍ଧ ଉପରେ ଖରାପ ପ୍ରଭାବ ପଡିଥାଏ ।

୩ । ବସ୍ତ୍ର ଦାନ କରିବା କୌଣସି ବି ନିବସ୍ତ୍ର ର ଶରୀରକୁ ଢାଙ୍କିବା ବହୁତ ପୁଣ୍ୟର କାମ ହୋଇଥାଏ । କାହାକୁ ପୁରୁଣା ବା ପିନ୍ଧିଥିବା ବସ୍ତ୍ର ଦାନ କରିବା ବହୁତ ଭୁଲ ଅଟେ । କୌଣସି ଆବଶ୍ୟକତା ଥିବା ଲୋକଙ୍କୁ ପିନ୍ଧିବାକୁ ଦେବାପାଇଁ ବସ୍ତ୍ର ଦାନ କରି ପାରନ୍ତି, କିନ୍ତୁ ଯଦି ଆପଣ ବସ୍ତ୍ର ଦାନ କରୁଛନ୍ତି ତେବେ ତାହା ନୂଆ ବସ୍ତ୍ର ହୋଇଥିବା ଆବଶ୍ୟକ ନତୁବା ଆପଣଙ୍କ ଘରେ ଧନର ହାନି ହୋଇ ପାରେ ।

୪ । ତେଲ ଓଲଟା ଦାନ କରିବାକୁ ପଡିଥାଏ ଶନିବାର ଦିନ ବା ଅନ୍ୟ କୌଣସି ଦିନ ଶନିଦେବଙ୍କୁ ଶାନ୍ତି କରିବା ପାଇଁ ଶୋରିଷ ତେଲ ବା ରାଶିତେଲ ଦାନ କରିବା ବହୁତ ଶୁଭ ହୋଇଥାଏ । କିନ୍ତୁ ଖରାପ ତେଲ ବା ଉପଯୋଗ କରାଯାଇଥିବା ତେଲ ଆପଣ ଭୁଲରେବି ଯଦି ଦିଅନ୍ତି ତେବେ ଆପଣଙ୍କୁ ଶନିଦେବଙ୍କ କ୍ରୋଦ୍ଧର ଶିକାର ହେବାକୁ ପଡିବ ।

୫ । ବାସି ଖାଦ୍ୟ କେବେ ବି ଦାନ କରନ୍ତୁ ନାହିଁ ସଂସାରରେ କୌଣସି ଭୋକିଲା ମଣିଷକୁ ଖାଦ୍ୟ ଦେବା ସବୁଠୁ ପୁଣ୍ୟ ହୋଇଥାଏ । ସଜ ଖାଦ୍ୟ ଦେଲେ ଯେଉଁ ଫଳ ମିଳିଥାଏ କିନ୍ତୁ ବାସି ଖାଦ୍ୟ ଦେବା ଦ୍ଵାରା ତାର ଓଲଟା ପ୍ରଭାବ ପଡିଥାଏ । ଯଦି ଆପଣ କୌଣସି ଭୋକିଲାକୁ ଘରର ବାସି ଖାଦ୍ୟ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କର ଘରର କୌଣସି ସଦସ୍ୟ ରୋଗରେ ପଡି ପାରନ୍ତି । ଏହା ସହିତ ଘରେ ପାରିବାରିକ ବାଦବିବାଦ ମଧ୍ୟ ବଢିଥାଏ । ଯଦି ଆପଣମାନେ ବି ଏହି ସବୁ ଦାନ କରନ୍ତି ତେବେ ଆପଣଙ୍କୁ ଏଥିରୁ ବଞ୍ଚିବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!