ଦୈନିକ ରାଶିଫଳ: 05 ଡିସେମ୍ବର ୨୦୨୦, ଶନିଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବରମାସ ୫ତାରିଖ, ଶନିବାର, ବିଛାମାସ ୨୦ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ପୁଷ୍ୟାନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବେଲ, ପଣସ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୭ଟା ୩୯ମିନିଟ୍ ରୁ ୮ଟା ୫୩ମିନିଟ୍, ଦିବା ୧୨ଟା ୧ମିନିଟ୍ ରୁ ୧୨ଟା ୫୭ମିନିଟ୍, ଦିବା ୨ଟା ୨୧ମିନିଟ୍ ରୁ ୨ଟା ୫୧ମିନିଟ୍, ଦିବା ୩ଟା ୩୭ମିନିଟ୍ ରୁ ୩ଟା ୪୦ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିପାରିବେ । ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ । ପାରିବାରିକ ଜୀବନରେ ଶାନ୍ତି ଆସିବ । ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହୋଇ ଆଶା ପୂରଣ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହୋଇ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ରାଜନୀତିରେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପରିବାର ମଧ୍ୟରେ ସମୟ ବିତେଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-

ମିତ୍ରଙ୍କ ସାହାଯ୍ୟ ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବା ସହ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସି ଅଧିକ ଘନିଷ୍ଠତା ହେବ । ପ୍ରେମପ୍ରସଙ୍ଗରେ ଆଶା ଜନକ ଫଳପ୍ରାପ୍ତି ହେବ । ନୂତନ ବସ୍ତୁ କ୍ରୟ କରି ପାରିବେ । ସ୍ୱାସ୍ଥ୍ୟ ଭଲ ରହିବ । କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ଏବଂ କଣ୍ଟ୍ରାକ୍ଟର ମାନେ ଆନନ୍ଦିତ ହେବେ । ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ଉଚିତ୍ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

କର୍କଟ:-

କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ଉପରିସ୍ଥ କର୍ମ ଚାରୀ, ଗୁରୁ ଗୁରୁଜନ ମାନଙ୍କର ସହଯୋଗ ପାଇବେ । ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଛାତ୍ର ଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ଲୋକପ୍ରିୟତା ବୃଦ୍ଧି ହେବ । କାର୍ଯ୍ୟକୁ ପୂର୍ଣ୍ଣ କରିବାର ଦୃଢ଼ତା ଆସିବ । ପଡିରହିଥିବା କାମକାର୍ଯ୍ୟରେ ନୂଆ ଏକ୍ସପେରିମେଣ୍ଟ ପ୍ରୟୋଗ କରିପାରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । ମାଆ ବାପାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବାଦବିବାଦ, ମାଲି ମୋକଦ୍ଦମାରେ ସଫଳ ହେବେ । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଆଧ୍ୟାତ୍ମିକ ବା ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-

ସାମାଜିକ କାର୍ଯ୍ୟରେ ମାନସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ପୁରାତନ ଶତୃମାନେ ଦୂରେଇ ଯିବା ଫଳରେ ବ୍ୟବସାୟ କ୍ଷେତ୍ରରୁ ଆଶାତୀତ ଲାଭ ପାଇବେ । ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରିଯିବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । ଭୌତିକ ଐଶ୍ଵର୍ଯ୍ୟ ସାଧନରେ ବୃଦ୍ଧି ହେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ । ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ନିଜର ରଚନାତ୍ମକତା ଚରମ ହେବ ତଥା ଲୋକଙ୍କୁ ନିଜର କରି ପାରିବେ । ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ପାରିବାରିକ ଜୀବନରେ ସୁଧାର ହେବ । ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ସାବଧାନ ରହି କାର୍ଯ୍ୟ କରିଲେ ଭଲ ହେବ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହୋଇ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । କୋର୍ଟକଚେରୀ ମାମଲା ସମାଧାନ ହୋଇଯିବ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ମିଷ୍ଠାନ୍ନ ଭୋଜନ, ଉଚ୍ଚ ଆଶା ପୂରଣ, ସୁଖ, ସମ୍ପତ୍ତି ଲାଭ ଓ ମିତ୍ର ସାହାଯ୍ୟ ପ୍ରାପ୍ତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ:-

ଅଧିନସ୍ଥ କର୍ମଚାରୀ ଓ ସହକର୍ମୀଙ୍କ କାମ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବନ୍ଧୁ ଓ ସହକର୍ମୀଙ୍କଠାରୁ ଆଶାତୀତ ସହଯୋଗ ମିଳିବ ରାଜନୀତିରେ ସଫଳତା ମିଳିବ । ବାଦବିବାଦ, ମାଲିମକଦ୍ଦମାରେ ଜୟଲାଭ କରିବେ । ସରକାରୀ କର୍ମଚାରୀଙ୍କର କଠିନ ପରିଶ୍ରମ ଯୋଗେ ଶରୀର ଅସୁସ୍ଥ ରହିବ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ସହ ଉତ୍ତମ ରୋଜଗାର ମିଳିବ । କର୍ମ କ୍ଷେତ୍ରରେ ପଦୋନ୍ନତିି ହେବ । ନୂତନକାର୍ଯ୍ୟର ପ୍ରେରଣା ପାଇବେ । ଅନେକଦିନ ଧରି ଯାହା ଚିନ୍ତା କରୁଥିଲେ ତାକୁ କାର୍ଯ୍ୟକାରି କରିପାରିବେ । ସମସ୍ତ ଦିଗରୁ ଜୟ ଜୟକାର ହେବ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ନୂତନ ବନ୍ଧୁ ଭେଟ ହେବେ ଓ ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ଗୃହସ୍ଥ ଜୀବନ ସୁଖମୟ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଶତୃ ପରାଜିତ ହୋଇ ବାକିଥିବା ଅର୍ଥପ୍ରାପ୍ତି ହେବା ଫଳରେ ଆର୍ଥିକକ୍ଷେତ୍ରରେ ଉନ୍ନତିହେବ । ସ୍ୱଭାବରେ ଦୃଢ଼ତା ଓ କଠୋରତା ସୃଷ୍ଟି ହେବ । କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମକାର୍ଯ୍ୟ କରି ପଦୋନ୍ନତି ପାଇବେ । ଉଚ୍ଚାଧିକାରୀ ବ୍ୟକ୍ତି କୌଣସି କାର୍ଯ୍ୟରେ ଆପଣଙ୍କୁ ସହାୟତା କରିବେ । ଆପଣଙ୍କ ପ୍ରଭାବ ଓ ପ୍ରତିଷ୍ଠା ଲୋକ ମୁକ୍ତକଣ୍ଠରେ ସ୍ୱୀକାର କରିବେ । ନୂତନ ଯୋଜନାରେ ସଫଳତା ମିଳିବା ସହ ମାନ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

ମୀନ:-

ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ବଡ଼ ଧରଣର କାର୍ଯ୍ୟ ସମ୍ପାଦନ କରିବେ । ବାଣିଜ୍ୟ ବ୍ୟବସାୟରେ ଭାଗୀଦାରଙ୍କ ସହ ମତଭେଦକୁ ନିରାକରଣ ଓ ସମାଧାନ କରିପାରିବେ ଏବଂ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ଶୁଭ ସମାଚାର ଶୁଣି ଖୁସି ହେବେ । ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ । କର୍ମଚାରୀମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!