ଫେବୃୟାରୀ ୬ ତାରିଖରେ ମଙ୍ଗଳ ଅଶ୍ଵିନୀନକ୍ଷତ୍ର ମେଷ ରାଶିକୁ ଚଳିବେ ଓ ମାର୍ଚ୍ଚ ୨୨ ତାରିଖଯାଏ ମେଷ ରାଶିରେ ରହିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପେଷା, ରାଜନୀତି ଓ ବ୍ୟବସାୟରେ ଶୁଭାଶୁଭ ଫଳ ଜାଣନ୍ତୁ। ମଙ୍ଗଳମହାଗ୍ରହ ହେଉଛନ୍ତି ଭୂମିକାରକ, ଭାତୃ କାରକ, ଯୌନସୁଖ କାରକ, ପୋଲିସ ବିଭାଗ, ଇଲେକ୍ଟ୍ରି ବିଭାଗ, ଚିକିତ୍ସା ବିଭାଗର ଅଧିପତି ଗ୍ରହ ବା ଏହିସବୁ ବିଭାଗ ଉପରେ ମଙ୍ଗଳଙ୍କର ଅଧିକାର।
ମଙ୍ଗଳଗ୍ରହ ପ୍ରଭାବିତ ବ୍ୟକ୍ତି ବୁଦ୍ଧିମାନ, ଚାଲାକ, ସାହସୀ, କର୍ମଠ, ବିଚାରବାନ ଓ ଖେଳ କସରତରେ ପ୍ରତିଭାବାନ ଅଟନ୍ତି । ମଙ୍ଗଳ ପ୍ରଧାନ ବ୍ୟକ୍ତି ୫୦/୬୦ବର୍ଷ ବୟସରେ ସୁଦ୍ଧା ଯୌବନ ସ୍ଥିର ରଖିପାରନ୍ତି । ଏମାନଙ୍କର ଅବଗୁଣ ଭିତରେ ଅସ୍ଥିରଚିତ୍ତ, ଧୌର୍ଯ୍ୟହୀନ, ଅଭିମାନୀ, ଅବିଶ୍ୱାସୀ, କ୍ରୋଧୀ ଏବଂ ସ୍ୱାର୍ଥଲାଳସା । ଏକ ସାଥିରେ ବହୁ କାମ ଆରମ୍ଭ କରନ୍ତି, କିନ୍ତୁ କୌଣସି କାମ ସମୟାନୁସାରେ ସମାପ୍ତ ହୋଇପାରେ ନାହିଁ । ଏପରି ବ୍ୟକ୍ତି ମାନଙ୍କର କାମ ବାସନା ପ୍ରବଳ । ଫଳରେ ଏମାନେ ବାସନାର ବଶହୋଇ ରହିଥାନ୍ତି ।
ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ମଙ୍ଗଳବାରେ କରଜ କରାଯାଏ ତେବେ ସମ୍ପୂର୍ଣ୍ଣ ଜୀବନ ଭିତରେ କରଜ ଶୁଝିବା କଷ୍ଟକର ହୋଇପଡେ । ଯଦି କାହାକୁ ପଇସା ଫେରାଇବାକୁ ଥାଏ କିମ୍ବା କରଜ ସୁଝିବାକୁ ହୁଏ ତେବେ ମଙ୍ଗଳବାରେ ଫେରାନ୍ତୁ ।
ମଙ୍ଗଳ ଦଶାରେ ଗ୍ରସ୍ତ ଲୋକ ପିତ୍ତଦୋଷ, କର୍ଣ୍ଣରୋଗ, ଦାନ୍ତରୋଗ, ମୁକ, କାଛୁକୁଣ୍ଡିଆ, ରକ୍ତ ବିକାର, ନିମ୍ନ ରକ୍ତଚାପ, ପ୍ରଦର, ରଜସ୍ରାବ, ଅର୍ଶ ଭଗନ୍ଦର, ଅସ୍ତ୍ରାଘାତ, ଅସ୍ତ୍ରୋପଚାର, ଦୁର୍ଘଟଣା ଆଦି ରୋଗରେ ପୀଡିତ ହୋଇଥାନ୍ତି । ଯଦି ଏହି ରୋଗର ପ୍ରଭାବରେ କେହି କଷ୍ଟ ପାଉଥାନ୍ତି କିମ୍ବା ଔଷଧ ସେବନ ଦ୍ୱାରା ଉପଶମ ହେଉ ନ ଥାଏ ତେବେ ଜାଣିବାକୁ ହେବାଜେ ଏହା ଅଶୁଭ ମଙ୍ଗଳଙ୍କ ଦୋଷରୁ ହେଉଛି । ତେଣୁ ସେଥିପାଇଁ ନିମ୍ନ ଉପଚାର କରିବା ଉଚିତ୍ ।
୧- ପୂର୍ଣ୍ଣ ବିଧିବିଧାନ ସହିତ ମାଆ ମଙ୍ଗଳାଙ୍କର ଉପାସନା କରନ୍ତୁ ଓ ମଙ୍ଗଳବାର ବ୍ରତ ପାଳନ କରନ୍ତୁ । ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।
୨- ମହାକାଳ ଗଛର ଚେର ବା ଅନନ୍ତ ମୂଳକୁ ମଙ୍ଗଳବାର ଦିନ ସଂଗ୍ରହ କରି ଲାଲ୍ ସୂତାରେ ଗୁଡେଇ ପୁରୁଷ ମାନେ ଦକ୍ଷିଣ ବହୁରେ ଧାରଣ କରନ୍ତୁ ଓ ମହିଳା ମାନେ ବାମ ବହୁରେ ଧାରଣ କରନ୍ତୁ ।
୩- ମାଙ୍କଡକୁ ଗୁଡ, ଚଣା, କଦଳୀ ଆଦି ଖାଇବାକୁ ଦିଅନ୍ତୁ ।
୪- ମଙ୍ଗଳବାର ଦିନ ଆମିଷ ଖାଇବେ ନାହିଁ ।
୫- ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୯ ମାଳା ଜପ କରନ୍ତୁ ।
ମନ୍ତ୍ର- ଓଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ ।
ଏହି ତିନୋଟି ରାଶିର ସମସ୍ତ ମନବାଞ୍ଛା ପୂର୍ଣ୍ଣ ହେବ।
ମିଥୁନ:-
ଜାଗା, ଜମି, ଗୃହ, ନୂତନ ବାହନ ଆଦି କ୍ରୟ କରିପାରିବେ। ତେଜରାତି ଦୋକାନ, ହୋଟେଲ, ବାଲି, ସିମେଣ୍ଟ, ଇଟା ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ଉଠେଇ ପାରିବେ। ପନିପରିବା ବା ରବି ଫସଲ ଓ ବ୍ୟବସାୟରୁ ମନ ମୁତାବକ ଅର୍ଥ ପ୍ରାପ୍ତି ହେବ। ପରିବାର ମଧ୍ୟରେ ବୁଝାମଣା ଠିକ୍ ରହିବା ଯୋଗେ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ଚେଷ୍ଟା କରିବେ। ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମନବଳକୁ ବଢେଇ ଦେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ଅସ୍ତ୍ରୋପଚାର କରିବାର ଥିଲେ ଏହି ସମୟ ମଧ୍ୟରେ କରେଇ ନିଅନ୍ତୁ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।
ସିଂହ:-
ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧରେ ନିକଟବର୍ତ୍ତୀ ହେବେ ଓ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ସୁଖମୟ ବିବାହ ସମ୍ବନ୍ଧରେ ପରିଣତ ହୋଇପାରେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ନୂତନ କର୍ମର ସଂକେତ ପାଇବେ। ଅସ୍ତ୍ରୋପଚାର, ଦାନ୍ତ, କାନ, ନିମ୍ନ ରକ୍ତଚାପ ଓ ଯୌନରୋଗରୁ ଉପଶମ ମିଳିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ରାଜନୀତି କ୍ଷେତ୍ରରେ ଶତୃମାନେ କବଳିତ ହେବା ଦ୍ଵାରା ମାନ-ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ:-
ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ନୂତନ ଗୃହସୁଖ ମିଳିବ। ଯାନ ବାହନ ସୁଖ ମିଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଏବଂ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତା ହେବେ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟ ବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ ବିଭାଗୀୟପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳ ହେବ ଓ ନୂତନକର୍ମରେ ନିଯୁକ୍ତିପାଇବେ। ଯୌନରୋଗରୁ ଉପଶମ ମିଳିବ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।
ଏହି ଗୋଟିଏ ରାଶି ପ୍ରତିକାର କରିବାଦ୍ବାରା ବିଶେଷ ଉପକୃତ ହେବେ।
ମୀନ:-
ଏହି ଗ୍ରହ ଚଳନ ଫଳରେ ମୀନ ରାଶିର ଟିକେ ଖରାପ ଥିବାରୁ ଉପୋରୋକ୍ତ ପ୍ରତିକାର କରିଲେ ସମସ୍ତ କାର୍ଯ୍ୟ ସଫଳ ହେବ ଓ ଶୁଭ ଫଳ ପ୍ରାପ୍ତି ହେବ। ଯେମିତିକି ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ସହପାଠୀ, ଶିକ୍ଷକ, ପ୍ରଶିକ୍ଷକ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ଭାଇ, ବନ୍ଧୁଙ୍କ ସାହାଯ୍ୟ ପାଇ ମାନସିକ ସ୍ଥିରତା ଦେଖାଦେବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଜୟଯୁକ୍ତ ହେବେ। ଚାଷ ବିଭାଗ, ରାସ୍ତାଘାଟ, ଗୃହ ନିର୍ମାଣ, ଜାଗା ଜମି କ୍ରୟ ବିକ୍ରୟ, କାନ ଓ ଦାନ୍ତର ଚିକିତ୍ସା ବିଭାଗ, ଔଷଧ ନିର୍ମାଣ ବିଭାଗ, ବ୍ୟାଙ୍କ ଓ ପୁଲିସ ବିଭାଗରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହୋଇ ପାରନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନ ଅସନ୍ତୁଷ୍ଟ ରହିପାରେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।