ବାସ୍ତୁ ଟିପ୍ସ – ଜାଣନ୍ତୁ କେଉଁ ଦିଗରେ ରଖିବା ଦରକାର ତୁଳସୀ ଗଛ, ଏବଂ କାହିଁକି ମନ୍ଦିରରେ ଇତର ଛିଞ୍ଚିବା ଅଟେ ଆବଶ୍ୟକ ନିଶ୍ଚୟ ପଢନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଘରେ ସବୁ ଜରୁରୀ ଜିନିଷ ପାଇଁ ଶୁଭ ଅଶୁଭର ଧ୍ୟାନ ରଖାଯାଏ ତେବେ ନାକାରାତ୍ମକ ଠାରୁ ମୁକ୍ତି ମିଳିପାରେ । ବାସ୍ତୁ ରେ ଘରର ଜିନିଷ ପାଇଁ ବହୁତ ନିୟମ ଅଛି, ଏହାର ପାଳନ କଲେ ଘରେ ପବିତ୍ରତା ରହିଥାଏ । ତେବେ ଚାଲନ୍ତୁ ଜାଣିବା ଘରେ କେଉଁ ଜିନିଷର ଧ୍ୟାନ ରଖିବା ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧. ଘରର ମୁଖ୍ୟ ଦ୍ଵାର ପୂର୍ବ ବା ଉତ୍ତର ଦିଗରେ ହୋଇଥିଲେ ଶ୍ରେଷ୍ଠ ହୋଇଥାଏ, ଯଦି ଏମିତି ହୋଇ ନଥାଏ ତେବେ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ବା ଶ୍ରୀ ଗଣେଶ ଙ୍କ ଚିହ୍ନ ଲଗାଇବା ଆବଶ୍ୟକ ।

୨. ଘରର ମୁଖ୍ୟ ଦ୍ଵାରରେ ତୁଳସୀ ଗଛ ରଖିବା ଆବଶ୍ୟକ । ସକାଳୁ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ । ସନ୍ଧ୍ୟାରେ ତୁଳସୀ ପାଖରେ ଦୀପ ଜଳାନ୍ତୁ । ପୂର୍ବ ବା ଉତ୍ତର ଦିଗରେ ତୁଳସୀ ଲଗାଇବା ଦ୍ଵାରା ଘରେ ସାକାରାତ୍ମକ ରହିଥାଏ ।

୩. ଘରର ଝରକା ଓ କବାଟର ସଂଖ୍ୟା ଯୁଗ୍ମ ହୋଇଥିଲେ ଶୁଭ ହୋଇଥାଏ । ଯୁଗ୍ମ ମାନେ ୨, ୪, ୬, ୮ ବା ୧୦ । କବାଟ ଓ ଝରକା ଭିତରକୁ ହିଁ ଖୋଲିବା ଆବଶ୍ୟକ, ଏହା ଶ୍ରେଷ୍ଠ ହୋଇଥାଏ ।

୪. ଘରେ ଫାଲତୁ ବା ବେକାର ଜିନିଷ ରହିବା ଆବଶ୍ୟକ ନୁହେଁ । ଏହି ଜିନିଷ ଦ୍ଵାରା ଘରେ ଅଶାନ୍ତି ରହିଥାଏ ।

୫. ଧନ ସମ୍ବନ୍ଧୀୟ ଲାଭ ଚାହାଁନ୍ତି ତେବେ ତିଜୋରି ର ମୁହଁ ଉତ୍ତର ବା ପୂର୍ବ ଦିଗକୁ ରଖିବା ଆବଶ୍ୟକ । ଧନର ସ୍ଥାନକୁ ସୁଗନ୍ଧିତ ରଖିବା ଆବଶ୍ୟକ ।

୬. ତିଜୋରି ମୁହଁରେ ପଦ୍ମ ଉପରେ ବସିଥିବା ମା’ ଲକ୍ଷ୍ମୀଙ୍କ ଫୋଟୋ ଲଗାଇବା ଆବଶ୍ୟକ ।

୭. ଘରର ଦକ୍ଷିଣ ଦିଗର କାନ୍ଥରେ ଦର୍ପଣ ଲାଗାଇବା ଉଚିତ ନୁହେଁ । ଦର୍ପଣ ପୂର୍ବ ବା ଉତ୍ତର କାନ୍ଥରେ ଲଗାଇବା ଶୁଭ ହୋଇଥାଏ ।

୮. କାନ୍ଥ ବା ଛାତରେ ଫାଟ ରହିଲେ ତାକୁ ଶୀଘ୍ର ଠିକ କରାଇବା ଆବଶ୍ୟକ ।

୯. ସନ୍ଧ୍ୟା ସମୟରେ କିଛି ସମୟ ପାଇଁ ପୁରା ଘରକୁ ଆଲୋକମୟ କରିବା ଆବଶ୍ୟକ ଅଟେ ।

୧୦. ଘରେ ବୁଢିଆଣୀ ଜାଲ ରହିବା ଉଚିତ ନୁହେଁ । ଏମିତି ହେଲେ ଘରେ ନାକାରାତ୍ମକ ରହିଥାଏ ।

ଆଶା କରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କ କାମରେ ଆସିବ, ଆଗକୁ ଏହିଭଳି ବାସ୍ତୁ ଟିପ୍ସ ପାଇଁ ଆମ ପଜେକୁ ଲାଇକ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!