ଦୈନିକ ରାଶିଫଳ: ୪ ଫେବୃୟାରୀ ୨୦୧୯, ମହାଦେବଙ୍କ ଆଶୀର୍ବାଦରୁ ଏହି ସବୁ ରାଶିର ବ୍ୟକ୍ତି ଧର୍ମ କାର୍ଯ୍ୟରେ ଯୋଗ ଦେଇ ମାନସମ୍ମାନ ଲାଭ କରିବେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୪ ଫେବୃୟାରୀ ୨୦୧୯

ମେଷ:-

ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟରେ ପ୍ରଶଂସା ପାଇବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ମହିଳାମାନେ ବନ୍ଧୁମିତ୍ରଙ୍କ ସାହାଯ୍ୟରେ ଯାତ୍ରାରେ ବିଶେଷ ଲାଭାନ୍ୱିତା ହେବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନିକଟକୁ ଯାତ୍ରା କରି ବିଗିଡିଯାଇଥିବା କାର୍ଯ୍ୟ ସୁଧାରି ଦେବା ଫଳରେ ଲାଭବାନ୍ ହେବେ। ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବୁଦ୍ଧି ବଳରେ  ପ୍ରଚୁର ଅର୍ଥ ଲାଭହେବ ଓ ଆର୍ଥିକ ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ। ବିଦ୍ୟା ଓ ଖେଳରେ ଉନ୍ନତି ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରେଇବା ଦ୍ଵାରା ମାନ-ପ୍ରତିଷ୍ଠା ବଢିବ। ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ। ରାଜନୀତିରେ କୃତକାର୍ଯ୍ୟ ହେବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ଗୃହ ସମସ୍ୟା ଦୂର ହୋଇ କାର୍ଯ୍ୟ ମଧ୍ୟମ ଧରଣର ହେବ। ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେନାହିଁ। ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ। ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ମଉଜମସ୍ତୀରେ ସମୟ କତିବେ। ସତର୍କ ରହିଲେ ଲାଭଦାୟକ ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

କର୍ମକ୍ଷେତ୍ରରେ ବନ୍ଧୁଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ରାଜନୀତିରେ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ମହିଳାମାନେ ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ବିଦ୍ୟାରେ ଉନ୍ନତି, ଖେଳରେ ଶାନ୍ତି ହେବେ। ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ।  ଯାନବାହାନ କିଣନ୍ତୁ ନାହିଁ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହୋଇପାରେ । ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

କର୍କଟ:-

ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ଆର୍ଥିକସ୍ଥିତି ପୂର୍ବପରି ରହିବ। ସାମୟିକ ଚିନ୍ତା ଦୂରହେବ। ମହିଳାମାନେ ପିଲାଙ୍କସହ ଖୁସିରେ ରହିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, ଖେଳରେ ବିଜୟୀ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-

ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମରେ ସ୍ଥିରତା ଆସିବ। ରାଜନୀତିରେ ଯାତ୍ରାରେ ସମୟ କଟିବ ଓ ଲାଭ ପାଇ ପ୍ରସଂଶିତ ହେବେ। ବିଦ୍ୟାକ୍ଷେତ୍ରରେଧୈର୍ଯ୍ୟ ଓ ସଂଯମ ରଖି ବିଶେଷ ଲାଭାନ୍ୱିତ ହେବେ। କୃଷିରେ ଉନ୍ନତି ଫଳରେ ମନସନ୍ତୁଷ୍ଟ ରହିବ। ଖେଳରେ ବିଜୟୀ ହେବେ। ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ବନ୍ଧୁ ଭେଟ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ସମୟ ଗୁଡିକ ହସ ଖୁସିରେ ବିତିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

କନ୍ୟା:-

ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ନୂତନ ବନ୍ଧୁଙ୍କ ଯୋଗେ ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ରାଜନୀତିରେ ପ୍ରସଂଶା, ବିଦ୍ୟାରେଉନ୍ନତି, କୃଷିରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ। ମନୋରଞ୍ଜନ କରିବା ପାଇଁ ସମୟ ମିଳିବ। ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-

ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ନୂଆ ନିଯୁକ୍ତିର ସୁଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଦୁଃଖୀ ଲୋକଙ୍କୁ ସାହାରାହେବେ ବା ସାହାଯ୍ୟ କରିବେ। ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ବିଦ୍ୟାରେଉନ୍ନତି ଓ ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପ୍ରତିକାର- ଗାଈକୁ ଖାଇବାକୁ ଦେବେ।

ବିଛା:-

କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ରୋଗୀ, ବୃଦ୍ଧଜନ ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ବିତିଯାଇଥିବା ମାମଲାରେ ସଫଳତା ମିଳିବ। ରାଜନୀତିରେ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ବିଦ୍ୟାର୍ଥୀଙ୍କର ବିଦ୍ୟାରେଉନ୍ନତି ହେବାରୁ ମନ ଖୁସି ରହିବ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ ଓ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ମହିଳାମାନଙ୍କର ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ପ୍ରତିକାର- କିନ୍ନର ଙ୍କୁ କିଛି ଦାନ ଦିଅନ୍ତୁ।

ଧନୁ:-

ରାଜନୀତିରେ ନିଜଲୋକମାନେ ବା ଦୂରେଇ ଯାଇଥିବା ସହକର୍ମୀ ମାନେ ପ୍ରସଂଶା କରିବେ। ମହିଳାମାନେ ଯାତ୍ରାରେ ବିଶେଷ ଲାଭାନ୍ୱିତ ହୋଇ ମାନସିକ ଶାନ୍ତି ଅନୁଭବ କରିବେ। ବିଦ୍ୟାରେ ଉନ୍ନତି ପାଇଁ ମନ ନିବେଶ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ। ଅଚାନକ ଧନ ଲାଭ ହେବାରୁ ମନ ଖୁସି ରହିବ। ଖେଳରେ ବିଜୟୀ ହେବେ ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ। ବ୍ୟକ୍ତିଗତ ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ଫୋନ, ମୋବାଇଲ୍, ଇଣ୍ଟରନେଟ୍ ରେ ପୁରୁଣା ମିତ୍ରଙ୍କ ଦ୍ଵାରା ସୁସମ୍ବାଦ ପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ। ଘର ପରିବାରରେ କୌଣସି ଖୁସି ପ୍ରସଙ୍ଗ ଆସିବ। ମନ ଲଗାଇ କାର୍ଯ୍ୟ କରିବା ଫଳରେ ଧନ ପ୍ରାପ୍ତି ହେବ। ଚାକିରୀରେ ପ୍ରମୋଶନ ମିଳିବାର ସମ୍ଭାବନା ଅଛି। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। କାରବାରରେ ସ୍ଥିତି ଠିକ୍ ରହିବ। ବିଦ୍ୟାର୍ଥୀଙ୍କ ମାନସିକସ୍ଥିତି ଭଲ ରହିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ ହେବ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଶତୃନାଶ, ଋଣନାଶ ଓ ପୁରାତନ ରୋଗପୀଡ଼ାର ଉପଶମ ହେବ। ପରୀକ୍ଷାରେ ସଫଳତା ପାଇବେ। ସମ୍ପତ୍ତି କ୍ରୟ କରିବେ। ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ। କାରବାରରେ ସ୍ଥିତି ଠିକ୍ ରହିବ। ମହିଳାଙ୍କ ମାନସିକସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟସମସ୍ୟା ସୁଧୁରି ଯିବ। ନୂତନ ଲୋକଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହେବ। ପ୍ରତିକାର-ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:-

ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତହେବେ। ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରାଭୂଷଣାଦି ଲାଭହେବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ଝମେଲାର ସମାଧାନ ହେବ। ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବିଦେଶ ଯାତ୍ରାରେ ସୁଖଶାନ୍ତି ପାଇବା ସହ ଯଶ ଲାଭ ହେବ। ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି। ସରକାରୀ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!