ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କର କୃପା ପାଇବା ପାଇଁ କରନ୍ତୁ ଏହି ସବୁ ଉପାୟ।
ସୂର୍ଯ୍ୟ ସବୁ ଗ୍ରହ ନକ୍ଷତ୍ରଙ୍କ ର ଅଧିପତି। କୌଣସି ବି ଗ୍ରହଙ୍କୁ ପ୍ରସନ୍ନ କରିବାର ସବୁଠୁ ସହଜ ଉପାୟ ହେଉଛି ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା। ସୂର୍ଯ୍ୟ ପ୍ରସନ୍ନ ହେଲେ ଉଚ୍ଚ ପଦ, ଧନ, ସମ୍ପତି ଏବଂ ସମ୍ମାନ ମିଳେ। ସୂର୍ଯ୍ୟ ଦେବଙ୍କୁ ସିଂହ ରାଶିର ଦେବତା ବୋଲି ମଧ୍ୟ କୁହାଯାଏ।
Join Jantra Jyotisha WhatsApp Channel for Latest Astrology Updates
Follow Now
Jantra Jyotisha is now on Telegram
Join Now

ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବାର କିଛି ଉପାୟ।
- ମାଣିକ୍ୟ ହେଉଛି ସୂର୍ଯ୍ୟଙ୍କର ରତ୍ନ, ଯାହାର କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ସେମାନେ କୌଣସି ବିଦ୍ୱାନ ପଣ୍ଡିତଙ୍କ ପରାମର୍ଶ ନେଇ ମାଣିକ୍ୟ ଧାରଣ କରିବା ଉଚିତ୍।
- ସୂର୍ଯ୍ୟଙ୍କର ପ୍ରିୟ ବସ୍ତୁ ଗାଈ, ଗୁଡ ଏବଂ ଲାଲ୍ ବସ୍ତ୍ର। ତମ୍ବା ଓ ସୁନା ସୂର୍ଯ୍ୟଙ୍କର ପ୍ରିୟ ଧାତୁ ବୋଲି କୁହାଯାଇଥାଏ।
- ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନଟି ଉତ୍ତମ ବୋଲି ଶାସ୍ତ୍ରର କୁହାଯାଇଛି।
- ରବିବାର ଦିନ ଗହମ ବା ଗୁଡ ଗାଈକୁ ଖାଇବାକୁ ଦେଲେ ବା କୌଣସି ବ୍ରାହ୍ମଣଙ୍କୁ ଦାନ ଦେଲେ ପୁଣ୍ୟ ମିଳିଥାଏ ଏବଂ କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ବଳବାନ୍ ହୋଇଥାଏ।
- ଭଗବାନ ସୂର୍ଯ୍ୟଙ୍କୁ ଖୁସି କରିବା ପାଇଁ ସୂର୍ଯ୍ୟ ଅସ୍ତ ସମୟରେ କଦମ୍ବ ଫୁଲ ଅର୍ପଣ କରିବା ସବୁଠାରୁ ଶ୍ରେୟସ୍କର ବୋଲି କୁହାଯାଇଥାଏ।
- ବିଷ୍ଣୁ ପୁରାଣ ଅନୁସାରେ ରବିବାର ଦିନ ସୂର୍ଯ୍ୟଙ୍କୁ ଗୋଟେ ଅରଖ ଫୁଲ ଶ୍ରଦ୍ଧାର ସହ ଅର୍ପଣ କଲେ ମନୁଷ୍ୟକୁ ପ୍ରଚୁର ଧନ ପ୍ରାପ୍ତି ହୋଇଥାଏ।
- ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ତରାଟ ଫୁଲ ହିଁ ଏକ ଏମିତି ଫୁଲ ଯାହାକୁ ସୂର୍ଯ୍ୟ ଉଦୟ କିମ୍ବା ସୂର୍ଯ୍ୟ ଅସ୍ତ କୌଣସି ବି ସମୟରେ ଅର୍ପଣ କରାଯାଇପାରେ।