ଜାଣନ୍ତୁ କୁଣ୍ଡଳୀର ମକର ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମକରରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ । ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ ।

ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ । ମକରରାଶିରେ ଚନ୍ଦ୍ରଥିଲେ ଜାତକ ମକରରାଶି ହେବ । ଯାହାଫଳରେ ଜାତକ ସୁନ୍ଦର, ସ୍ୱରୂପ, କ୍ଷିଣକଟି, ସ୍ଥୂଳଶରୀର, ସଙ୍ଗୀତଜ୍ଞ, ସ୍ୱଧର୍ମ, ସ୍ୱକୂଳ ନୀତିଜ୍ଞ, ପ୍ରବାସୀ, ଧନୀ, ଧୈର୍ଯ୍ୟବାନ, ସବୁ ଲକ୍ଷଣରେ ପ୍ରସନ୍ନ, ରାଜ୍ୟପ୍ରାପ୍ତି, ସନ୍ତତିବାନ ।

ସତ୍ୟବାଦୀ, ଦୟାଳୁ, ଶ୍ରେଷ୍ଠସ୍ମରଣ ଶକ୍ତିବାନ୍, କବି, ଦୃଢ଼ ପ୍ରତିଜ୍ଞ, ଧାର୍ମିକ, ଭାଗ୍ୟଶାଳୀ, ଯଶସ୍ୱୀ, ଉଚ୍ଚପଦାଧିକାରୀ, ବିଦ୍ୱାନ, ଦାନୀ, ପ୍ରଭାବଶାଳୀ, ଉତ୍ତମ କୁଳବୃତ୍ତି, ଦାମ୍ପତ୍ୟସୁଖୀ, ଅଧିକାରୀଙ୍କ ଅଧିକାର, ଶତୃଙ୍କଠାରୁ ବିଜୟୀ, ସୁଖୀ, ଗାଇବା ବଜେଇବାରେ ଆଗ୍ରହୀ, ପରୋପକାରୀ ଓ ଯଶସ୍ବୀ ହୋଇଥାନ୍ତି । ସୁନ୍ଦର ପୁତ୍ରବାନ, ପ୍ରସନ୍ନ ମନ, ଶ୍ରେଷ୍ଠ ରାଜାଙ୍କ ପ୍ରିୟ ଓ କୃପାଳୁ ହୋଇଥାନ୍ତି । କିନ୍ତୁ ଯେଉଁ ଜାତକରେ ଚନ୍ଦ୍ର ମକରରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ଅସ୍ଥିର, ଲୋଭି, ଦମ୍ଭୀ, କ୍ରୋଧି, ପୁତ୍ର ତଥା ଜୀବନସାଥିରେ ଆଶକ୍ତି, ଆଳସ୍ୟ, ଗମ୍ଭୀର, କେହି ସୁଖ୍ୟାତି ତ କେହି କୁଖ୍ୟାତ, ନିଜେ ଶତୃ ସୃଷ୍ଟିକାରୀ, ଜଳଭୟ, ଅନ୍ୟସହ ଦାମ୍ପତ୍ୟସମ୍ପର୍କ, ଚତୁର କ୍ଳେଶଯୁକ୍ତ, କାମାତୁର, ଗୁପ୍ତଚିନ୍ତାଗ୍ରସ୍ଥ, ଅସତ୍ୟକଥା କହିଥାନ୍ତି ।

୩, ୧୬, ୨୩ବର୍ଷ ମାନଙ୍କରେ ଅଶୁଭଫଳ ମିଳିଥାଏ । ପାଞ୍ଚ ବର୍ଷରେ ଚର୍ମରୋଗ ହୁଏ । ସାତ ବର୍ଷ ବୟସରେ ଜଳଭୟ, ଦଶବର୍ଷରେ ଉଚ୍ଚରୁ ପତନ, ବାରବର୍ଷରେ ଶସ୍ତ୍ରରେ ଆଘାତ ହେବ, କୋଡିଏ ବର୍ଷରେ ଜ୍ୱରରେ ପୀଡିତ ରହିବେ । ପଚିଶ ବର୍ଷ ବୟସରେ ଜ୍ୱର ହେବ, ୩୫ବର୍ଷରେ କଷ୍ଟ ଭୋଗ, ବାମପଟ ଅଙ୍ଗରେ ଅଗ୍ନିପୀଡା ଓ ୯୦ବର୍ଷ ପର୍ଯ୍ୟନ୍ତ ପରମାୟୁ ଭୋଗ କରିବେ । ଶ୍ରାବଣମାସ ଶୁକ୍ଳପକ୍ଷ ଦଶମୀତିଥି ମଙ୍ଗଳବାର ଦିନ ଜ୍ୟେଷ୍ଠା ନକ୍ଷତ୍ରରେ ଦେହାନ୍ତ ପ୍ରାପ୍ତ ହୋଇଥାଏ ।

ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨- ବୃହସ୍ପତିଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ମହୁ, ହଳଦିଆବସ୍ତ୍ର, ହଳଦିଆଫୁଲ, ହଳଦିଆପୁସ୍ତକ, ହଳଦିଆ ଫଳ ଗୃହରେ ସ୍ଥାପିତ କରନ୍ତୁ ।

୩- ମାଆବାପାଙ୍କ ସହିତ ସମ୍ବନ୍ଧ ଭଲ ରଖନ୍ତୁ । ୪- କେବେ ମଧ୍ୟ ଜୀବନସାଥୀଙ୍କୁ ଅବିଶ୍ୱାସ କରନ୍ତୁ ନାହିଁ ପାରିବାରିକ ସମ୍ପର୍କକୁ ବଜାୟ ରଖନ୍ତୁ । ୫- ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଓ ଋଣ ନିଅନ୍ତୁ ନାହିଁ କିମ୍ବା ଦିଅନ୍ତୁ ନାହିଁ । ୬- ପରୋପକାର ଓ ଗରିବ ଲୋକଙ୍କୁ ସାହାଯ୍ୟ କରିବାର କୌଣସି ସୁଯୋଗ ଛାଡନ୍ତୁ ନାହିଁ । ୭- ନିଜ ଶରୀରରେ ସର୍ବଦା ସୁନା ପିନ୍ଧନ୍ତୁ । ୮- କୁକୁରକୁ ଘରେ ପାଳନ କରନ୍ତୁ ନାହିଁ କିନ୍ତୁ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!