ଦୈନିକ ରାଶିଫଳ: 19 ଜାନୁୟାରୀ ୨୦୨୧, ମହାଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ କାର୍ଯ୍ୟ କ୍ଷେତ୍ରରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୯ତାରିଖ, ମଙ୍ଗଳବାର, ମକରମାସ ୬ଦିନ, ପୌଷମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି, ଦିବା ୧୦ଟା ୫୯ମିନିଟ୍ ଗତେ ସପ୍ତମୀତିଥି, ଉତ୍ତରଭାଦ୍ରପଦ ନକ୍ଷତ୍ର, ସକାଳ ୯ଟା ୫୫ମିନିଟ୍ ଗତେ ରେବତୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର । ମକର ରାଶିର ଘାତବାର । ଧନୁ ରାଶିର ଘାତଚନ୍ଦ୍ର । ପିତା ଦ୍ରବ୍ୟ ନ ଖାଇଲେ ଭଲ, ଦିବା ୧୦ଟା ୫୯ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଶୁଭସମୟ- ସକାଳ ୯ଟା ୧୩ମିନିଟ୍ ରୁ ୧୦ଟା ୫୦ମିନିଟ୍, ଦିବା ୧ଟା ୪ମିନିଟ୍ ରୁ ୧ଟା ୧୮ମିନିଟ୍, ଦିବା ୪ଟା ୫ମିନିଟ୍ ରୁ ୪ଟା ୪୨ମିନିଟ୍, ସନ୍ଧ୍ୟା ୫ଟା ୨୭ମିନିଟ୍ ରୁ ୬ଟା ୧୮ମିନିଟ୍, ରାତ୍ର ୮ଟା ୫୬ମିନିଟ୍ ରୁ ରାତ୍ର ୧୧ଟା ୩୦ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହୋଇ ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହୋଇପାରେ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ସମସ୍ତପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଶରୀର ସୁସ୍ଥ ରହିବ । ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ଯୋଗେ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ବିଜୟୀ ହେବେ । କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବା ଫଳରେ ବାକିଥିବା ଅର୍ଥପ୍ରାପ୍ତି ହୋଇ ଆର୍ଥୀକ କ୍ଷେତ୍ରରେ ଉନ୍ନତି ହେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟଆଶଙ୍କା ଦୂରେଇଯାଇ ପାରିବାରିକ ଜୀବନ ଆନନ୍ଦରେ କଟିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-

ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । କାମକାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଦୂରଯାତ୍ରାର ସୁଯୋଗ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରନ୍ତି । ମାନସିକ ଚିନ୍ତା ଦୂର ହେବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

କର୍କଟ:-

ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ପତି-ପତ୍ନି ମଧ୍ୟରେ ଥିବା ମତାନ୍ତର ଦୂରେଇ ଯିବ । ଯେକୌଣସି କାର୍ଯ୍ୟରେ ହାତଦେଲେ ସଫଳତା ମିଳିବ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ । କୋର୍ଟ କଚେରୀରେ ସଫଳତା ମିଳିବ । ବ୍ୟୟ ତୁଳନାରେ ଆୟ ଅଧିକ ହେବ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ । କମ ପରିଶ୍ରମ କରି ଅଧିକ ଲାଭ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-

ସରକାରୀ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳ ହୋଇ ବ୍ୟବସାୟ ଭଲ ଗତିରେ ଚାଲିବ । ମାନସିକ ଅଶାନ୍ତି ଦୂର ହେବ । ବିଦ୍ୟାର୍ଥୀ ମାନଙ୍କର କଠିନ ପରିଶ୍ରମ ଯୋଗେ ଶରୀର ଅସୁସ୍ଥ ହୋଇପାରେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ପାରିବାରିକକ୍ଷେତ୍ରରେ ଅଶାନ୍ତି ଦେଖାଦେଇ ଦୂରେଇଯିବ । କଥା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କନ୍ୟା:-

ଶତୃମାନେ ପରାଜିତ ହେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଓ ଶତ୍ରୁତା ମେଣ୍ଟିଯିବା ଫଳରେ ପାରିବାରିକ ଜୀବନ ଆନନ୍ଦମୟ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପୂରାତନ ରୋଗର ଉପଶମ ହେବ । କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ ଓ ସ୍ଥାନାନ୍ତରଣ ଯୋଗ ଆସିପାରେ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ, ସମ୍ମାନଜନକ ଘଟଣା ଘଟିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ଭଲମନ୍ଦ ବିଚାର ନକରି ଯେ କୌଣସି କାର୍ଯ୍ୟକଲେ ଆୟ ବୃଦ୍ଧି ହେବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପରିବାରରେ ଆଦରପାଇ ସୁଖଭୋଗ କରିବେ । ଆର୍ଥିକ ଦିଗରୁ ଉନ୍ନତି ହେବ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳ ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତିରେ ସମାଜ ସେବାକରି ସ୍ଵନାମ ଅର୍ଜନ କରିପାରିବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ବିଚ୍ଛା:-

ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ବ୍ୟବସାୟିକ କ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହୋଇ ଆଶାଜନକ ଫଳ ପ୍ରାପ୍ତିହେବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଯୋଗୁ ଉପଯୋଗ କରିପାରିବେ ନାହିଁ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଶୁଭସୂଚନା ପାଇବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗ ପ୍ରତି ସାବଧାନ ରହିବା ଉଚିତ୍ । ଶତ୍ରୁମାନଙ୍କ ଉପରେ ନଜର ରଖନ୍ତୁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ବ୍ୟବସାୟୀ ମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମ ଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ଵାର୍ଥରକ୍ଷା କରି କଠିନ ପରିଶ୍ରମ କରିବାକୁ ପଡିବ । ଆୟ ଉପାର୍ଜନରେ ବାଧା ନାହିଁ । କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା ଥିବାବ୍ୟକ୍ତି, ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ଵାରା ପୂରସ୍କୃତ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କୁମ୍ଭ:-

ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଜମି ଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ଅନେକ ଶୁଭକର୍ମର ସୁଯୋଗ ପାଇବେ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମୀନ:-

ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ମିଳିବ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରି ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ । ଆୟ ଉପାର୍ଜ୍ଜନର ବୃଦ୍ଧି, ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟରେ ସଫଳ ହୋଇ ପାରିବେ । ଯାହା ଚିନ୍ତା କରିଛନ୍ତି ଆଜି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!