ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ତୋ, ନା, ନୀ, ନୂ, ନେ, ନୋ, ଯା, ଯୀ, ଯୂ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୮)- ବିଛାରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ତୋ, ନା, ନୀ, ନୂ, ନେ, ନୋ, ଯା, ଯୀ, ଯୂ ହୋଇଥାଏ ତେବେ ଆପଣଙ୍କ ରାଶି ବିଛା ହେବ । ଆପଣଙ୍କ ରାଶିର ଚିହ୍ନ-ବିଛା, ରାଶିସ୍ୱାମୀ-ମଙ୍ଗଳ, ରାଶିତତ୍ୱ-ଜଳ, ରାଶିସ୍ୱରୂପ-ସ୍ଥିର, ରାଶିଦିଗ-ଉତ୍ତର । ରାଶିଗୁଣ-ସ୍ତ୍ରୀ । ରାଶିଜାତି-ବ୍ରାହ୍ମଣ । ରାଶିପ୍ରକୃତି-କଫ । ରାଶିସ୍ୱଭାବ-ସୌମ୍ୟ । ରାଶିଅଙ୍ଗ-ପିଠି । ରାଶିର ଶୁଭରତ୍ନ-ରକ୍ତ ପ୍ରବାଳ । ରାଶିର ଶୁଭରଙ୍ଗ-ନାଲି ।

ରାଶିର ଶୁଭବାର-ମଙ୍ଗଳବାର । ରାଶିର ଶୁଭ ଦେବତା-ଶିବ, ଭୈରବ, ହନୁମାନ । ରାଶିର ଶୁଭ ଦେବୀ-ମା ମଙ୍ଗଳା । ରାଶିର ବ୍ରତ, ଉପବାସ-ମଙ୍ଗଳବାର । ରାଶିର ଅଙ୍କ ବା ସଂଖ୍ୟା-୯ । ରାଶିର ତାରିଖ-୯, ୧୮, ୨୭ । ରାଶିର ମିତ୍ରରାଶି-କର୍କଟ, ସିଂହ, ଧନୁ, ମୀନ । ରାଶିର ଶତୃରାଶି-ମିଥୁନ, କନ୍ୟା । ଘାତବାର-ଶୁକ୍ରବାର, ଘାତନକ୍ଷତ୍ର-ରେବତୀ, ଘାତତିଥି-ଦଶମୀ, ଘାତଚନ୍ଦ୍ର-ବୃଷଚନ୍ଦ୍ର । ରାଶିବ୍ୟକ୍ତିତ୍ୱ- ସ୍ୱାବଲମ୍ବି, ପରିଶ୍ରମୀ, ସୁନ୍ଦର ଶରୀର ।

ରାଜଦ୍ୱାରରେ ପ୍ରତିଷ୍ଠା ପାଇଥାନ୍ତି, ସମସ୍ତ ଲକ୍ଷଣ ଶୁଭ ହୁଏ, ଅନେକ ସେବକ ଯୁକ୍ତ, ବ୍ୟବସାୟରେ ଲାଭବାନ, ଚତୁର, ଶତୃଜୟୀ, ବାପା ଓ ଗୁରୁଙ୍କ ସେବା ରତ, ରାଜାନୁଗ୍ରହୀତ, ବହୁତ ଗପନ୍ତି, କାବ୍ୟପ୍ରେମୀ, ଯୁଦ୍ଧପ୍ରେମୀ । ରାଶିର ସକରାତ୍ମକ ତଥ୍ୟ-ବୁଦ୍ଧିମାନ, ପ୍ରକୃତି ପ୍ରେମୀ, ବ୍ୟବସାୟୀ, ଶତୃଜୟୀ ଓ ଚତୁର ହେବେ । ରାଶିର ନକରାତ୍ମକ ତଥ୍ୟ- ଦୁର୍ବଳଚିତ୍ତ, ଅଶାନ୍ତ, ଦୁଷ୍ଟଜନ ସହ ମିତ୍ରତା କରିବେ ।

ରାଶିର ନକ୍ଷତ୍ର :- ବିଶାଖା, ଅନୁରାଧା, ଜ୍ୟେଷ୍ଠା ।

ବିଶାଖା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ତୋ ଅକ୍ଷର ହୋଇଥାଏ ତେବେ ଆପଣଙ୍କର ବିଛାରାଶି ବିଶାଖା ନକ୍ଷତ୍ରରେ ୧୬ବର୍ଷ ବୃହସ୍ପତିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ, ଯୋନି-ବାଘ, ଗଣ-ଦାନବ, ବର୍ଣ୍ଣ-ଶୂଦ୍ର, ହଂସକ ବା ତତ୍ୱ-ବାୟୁ, ନାଡ଼ୀ-ମଧ୍ୟ, ପାଦ-ତମ୍ବା ହେବ । ଆପଣ ସ୍ୱାବଲମ୍ବି, ପରିଶ୍ରମୀ, ସୁନ୍ଦର ଶରୀର, ରାଜଦ୍ୱାରରେ ପ୍ରତିଷ୍ଠା ପାଇବେ, ସମସ୍ତ ଶୁଭ ଲକ୍ଷଣ ଦେଖାଦେବ ଓ ନିଜ ଚତୁରତା ହେତୁ ବିରୋଧୀମାନଙ୍କୁ ହରାଇ ପାରିବେ ।

ଅନୁରାଧା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ନା, ନୀ, ନୂ, ନେ ହୋଇଥାଏ ତେବେ ଆପଣଙ୍କର ବିଛାରାଶି ଅନୁରାଧା ନକ୍ଷତ୍ରରେ ୧୯ବର୍ଷ ଶନିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ ଯୋନି-ମୃଗ, ଗଣ-ଦେବତା, ବର୍ଣ୍ଣ-ବ୍ରାହ୍ମଣ, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଅନ୍ତ୍ୟ, ପାଦ-ତମ୍ବା ହେବ । ଆପଣ ଗୁପ୍ତକାର୍ଯ୍ୟରେ ଲିପ୍ତ ଓ ନିଜର ବୁଦ୍ଧି ବଳରେ ବହୁତ ଅଧିକ ଧନ ଅର୍ଜନ କରିବେ ।

ଜ୍ୟେଷ୍ଠା- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ନୋ, ଯା, ଯୀ, ଯୂ ହୋଇଥାଏ, ତେବେ ଆପଣଙ୍କର ବିଛାରାଶି ଜ୍ୟେଷ୍ଠା ନକ୍ଷତ୍ରରେ ୧୭ବର୍ଷ ବୁଧଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ପ୍ରଥମ ଚରଣରେ ବର୍ଗ-ସର୍ପ ଓ ଶେଷ୩ଟି ଚରଣର ବର୍ଗ-ହରିଣ, ଯୋନି-ମୃଗ, ଗଣ-ଦାନବ, ବର୍ଣ୍ଣ-ବ୍ରାହ୍ମଣ, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଅନ୍ତ୍ୟ, ପାଦ-ତମ୍ବା ହେବ । ଜ୍ୟେଷ୍ଠା ନକ୍ଷତ୍ରକୁ ଗଣ୍ଡମୂଳ କୁହାଯାଏ । ଆପଣ ବହୁତ ତେଜସ୍ୱୀ ଓ ଅତ୍ୟଧିକ ପରାକ୍ରମୀ ହେବେ ।

ଶୁଭଫଳ ପାଇବା ପାଇଁ ୧- ଭାଗ୍ୟ ଉପରେ ନିର୍ଭର କରନ୍ତୁ ନାହିଁ କେବଳ ଶ୍ରମ ଓ କାର୍ଯ୍ୟ ଗ୍ରହଣ କରନ୍ତୁ । କୌଣସି ଖରାପ କାର୍ଯ୍ୟ କରନ୍ତୁ ନାହିଁ । ୨- ପ୍ରତ୍ୟେକବର୍ଷ ଜନ୍ମଦିନରେ ଚନ୍ଦ୍ରଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ମୋତିରତ୍ନ, ରୂପା, ଅରୁଆଚାଉଳ, ମିଶ୍ରି, ଦହି, ଧଳାବସ୍ତ୍ର, ଧଳାଫୁଲ, ଶଙ୍ଖ, କର୍ପୁର, ଧଳାଚନ୍ଦନ ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୩- ମୋତି ରତ୍ନ ରୂପାରେ ମୁଦିକରି ଅନାମିକା ଆଙ୍ଗୁଠିରେ ଧାରଣ କରନ୍ତୁ ।

୪- ଛୋଟ ଛୁଆଙ୍କୁ କ୍ଷୀର ଦାନ କରନ୍ତୁ । ୫- ମାତାଙ୍କ ଆଶୀର୍ବାଦ ଗ୍ରହଣ କଲେ ଚନ୍ଦ୍ରଙ୍କ ଅଶୁଭ ପ୍ରଭାବ କମ୍‌ ହୋଇଯାଏ । ୬- ମଦ, ମାଂସ ସେବନ କରନ୍ତୁ ନାହିଁ । ୭- ଅହିଂସା ନୀତି ପାଳନ କରନ୍ତୁ ଦୟା ଭାବନା ଘାତକ ହେବ, କିନ୍ତୁ ଅନ୍ୟମାନଙ୍କ ପାଇଁ ଭଲ କାର୍ଯ୍ୟ କରନ୍ତୁ । ୮- ଘରେ ମନ୍ଦିର କରନ୍ତୁ ନାହିଁ ଓ ମୂର୍ତ୍ତିଗୁଡ଼ିକୁ ଘରେ ରଖନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!