ମହିଳାମାନଙ୍କ ଅଙ୍ଗର କେଉଁ ସ୍ଥାନରେ ତିଳ ଚିହ୍ନ ଥିଲେ କଣ ହୁଏ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶାସ୍ତ୍ର ଅନୁଯାଇ ମନୁଷ୍ୟର ଶରୀରରେ ତିଳ ଚିହ୍ନ ଦେଖି ବ୍ୟକ୍ତିର ସ୍ଵଭାବ ଓ ଅନେକ କିଛି ବିଷୟରେ ଜାଣିହୁଏ । ସମସ୍ତଙ୍କ ଦେହରେ ଏହି ତିଳ ଚିହ୍ନ ଥାଏ । ଶରୀରର ବିଭିନ୍ନ ଅଙ୍ଗରେ ରହିଥିବା ତିଳ ଚିହ୍ନ ଅଲଗା ଅଲଗା ଅର୍ଥ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ମହିଳାମାନଙ୍କର ତିଳ ଚିହ୍ନ ଥିଲେ ତାର ଅର୍ଥ କଣ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେଉଁ ମହିଳାମାନଙ୍କର କପାଳରେ ତିଳଚିହ୍ନ ଥାଏ ସେମାନେ ଆତ୍ମବିଶ୍ଵାସର ହୋଇଥାନ୍ତି । ସେମାନେ କାହାର ସାହାଯ୍ୟ ନିଅନ୍ତି ନାହିଁ । ନିଜେ ନିଜର ରାସ୍ତା ତିଆରି କରି ସବୁ କାର୍ଯ୍ୟ ହାସଲ କରି ସଫଳତା ପାଇଥାନ୍ତି ।

ଯେଉଁ ମହିଳାମାନଙ୍କର ଦୁଇଟି ଆଖି ଉପରର ମଝି ଅଂଶରେ ତିଳଚିହ୍ନ ରହିଲେ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ମହିଳାମାନେ ଯେଉଁ ଘରେ ବିବାହ କରନ୍ତି ସେଠାରେ ମଧ୍ୟ ଧନ ଧାନ୍ୟ ଭରପୂର ରହେ । ଆର୍ଥିକ ମାମଲାରେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର କାନରେ ତିଳଚିହ୍ନ ଥାଏ ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି । ଭଲ ବିଚାର କରିବାର ସକ୍ଷମତା ଥାଏ । ଯେଉଁ ମହିଳାମାନଙ୍କର ଦୁଇଟିଯାକ କାନରେ ତିଳଚିହ୍ନ ଥାଏ ସେମାନଙ୍କର ଜୀବନ ଆରାମ ଦାୟକ ହୋଇଥାଏ । ଯେଉଁ ମାନଙ୍କର ବାମପଟ କାନରେ ତିଳଚିହ୍ନ ଥାଏ ସେମାନଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ ।

ଯେଉଁ ମହିଳାମାନଙ୍କର ଗାଲରେ ତିଳଚିହ୍ନ ଥାଏ ସେମାନେ ବହୁତ ସୁନ୍ଦରୀ ହୋଇଥାନ୍ତି ଓ ଭାଗ୍ୟବତୀ ହୋଇଥାନ୍ତି । ଲୋକମାନେ ଶୀଘ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ଅନ୍ୟମାନଙ୍କ ଠାରୁ କାମ ହାସଲ କରିବାରେ ମଧ୍ୟ ସଫଳ ହୋଇଥାନ୍ତି ।

ଯେଉଁ ମହିଳାମାନଙ୍କର ଓଠରେ ତିଳଚିହ୍ନ ଥାଏ ଲୋକମାନେ ଶୀଘ୍ର ତାଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି । ନିଜର କାର୍ଯ୍ୟକୁ ପୂରଣ କରିବା ପାଇଁ ବହୁତ ପରିଶ୍ରମ ମଧ୍ୟ କରନ୍ତି ଓ ସେଥିରେ ସଫଳ ହୁଅନ୍ତି ।

ମହିଳାମାନଙ୍କର କାନ୍ଧରେ ତିଳଚିହ୍ନ ଥିଲେ ବହୁତ ଶୁଭ ବୋଲି କୁହାଯାଏ । ଏହି ମହିଳାମାନେ ମିଠା କଥା କହିଥାନ୍ତି । ତାଙ୍କ ଜୀବନରେ ସବୁ ପ୍ରକାର ସୁଖ ସୁବିଧା ପାଇଥାନ୍ତି । ସେ ନିଜର ଜୀବନ ସାଥୀଙ୍କୁ ସୁନ୍ଦର ହେବା ସହିତ ବୁଦ୍ଧିମାନ ହେବାର ମଧ୍ୟ ଖୋଜିଥାନ୍ତି । ଯେଉଁ ମହିଳାମାନଙ୍କର ବେକରେ ତିଳଚିହ୍ନ ଥାଏ, ସେ ବହୁତ ଧୈର୍ଯ୍ୟଶୀଳା ହେବା ସହିତ ଜୀବନରେ ଆଗକୁ ବଢି ସଫଳ ହୋଇଥାନ୍ତି । ଏହି ମହିଳାମାନେ ସଙ୍ଗୀତାଦି ପ୍ରିୟା ହୋଇଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!