ଗୁରୁବାର ଦିନ କଣ କରିବେ ଓ କେଉଁ କାର୍ଯ୍ୟରୁ ଦୂରେଇ ରହିବେ ଜାଣନ୍ତୁ, ଯଦି କରୁଛନ୍ତି ଏହି ଭୁଲ ତ ମା ଲକ୍ଷ୍ମୀ ହେବେ ରୁଷ୍ଟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୁରୁବାର ଦିନଟି ଭଗବାନ ବ୍ରହ୍ମା ଓ ବିଷ୍ଣୁଙ୍କର ଦିନ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ଓ ଶ୍ରେଷ୍ଠ ବୋଲି ମାନିଥାନ୍ତି । ଏହା ଧର୍ମ ଦିନ ଅଟେ । ଏହି ଗୁରୁବାରର ପ୍ରକୃତି କ୍ଷିପ୍ର ଅଟେ । ଏହି ଦିନ ମନ୍ଦିର ଯିବା ଆବଶ୍ୟକ । ଏହି ବାରର ବ୍ରତ ଉପବାସ ମଧ୍ୟ ରଖାଯାଏ । ଏହି ଦିନରେ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ । ଏହି ଦିନରେ ଲକ୍ଷ୍ମୀଙ୍କୁ ପୂଜା କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଧନର ଅଭାବ ହୁଏ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ତେଣୁ ଏହି ଦିନରେ କେତେକ କଥାକୁ ନ କରିବାକୁ ବାରଣ କରାଯାଇଛି ।  ତେବେ ଆସନ୍ତୁ ଜାଣିବା ଏହି ଗୁରୁବାର ଦିନରେ କଣ କରିବା ଓ କଣ ନ କରିବା ଉଚିତ୍ ।

ଏହି କାର୍ଯ୍ୟ ଗୁଡିକ କରିବା ଉଚିତ୍ –

୧- ଗୁରୁବାର ଦିନ ଧଳା ଚନ୍ଦନ, ହଳଦୀ ବା ଗୋରୋଚନାକୁ ମଥାରେ ତିଳକ ଲଗାଇବା ଆବଶ୍ୟକ ।

୨- ଏହି ଦିନଟି ସବୁ ମନ୍ଦ ପ୍ରକୃତିକୁ ଏଡାଇ ଦେବାର ଦିନ ଅଟେ । କାରଣ ଏହି ଦିନ ସଂକଳ୍ପର ଅଧିକ ରହିଥାଏ ।

୩- ଗୁରୁବାର ଦିନ ପାପର ପ୍ରାୟଶ୍ଚିତ କରିଲେ ପାପ ନଷ୍ଟ ହୋଇଯାଏ, କାରଣ ଏହି ଦିନଟି ସବୁ ଦେବୀ ଦେବତା ଓ ତାଙ୍କ ଗୁରୁ ବୃହସ୍ପତିଙ୍କର ଦିନ ଅଟେ ।

୪- ଉତ୍ତର ଦିଗ, ପୂର୍ବ ଦିଗ ଓ ଐଶାନ୍ୟ କୋଣରେ ଯାତ୍ରା କରିଲେ ଶୁଭ ହୋଇଥାଏ ।

୫- ଧାର୍ମିକ, ମାଙ୍ଗଳିକ, ପ୍ରଶାସନିକ, ଶିକ୍ଷଣ ଓ ପୁତ୍ର ପ୍ରାପ୍ତି ପାଇଁ ଏହି ଦିନ ଶୁଭ ହୋଇଥାଏ ।

୬- ଗୁରୁବାର ଦିନ ସୁନା ଓ ତମ୍ବା କ୍ରୟ ବା ବିକ୍ରୟ କରିପାରିବେ ।

୭- ଏହି ଦିନ ଘରେ ଧୂପ, ଦୀପ ଦେଇ ପୂଜା କରିବା ଉଚିତ୍, ବିଶେଷ କରି ଗୁଗୁଳରେ ଧୂପ ଦେବା ଆବଶ୍ୟକ ଅଟେ ।

୮- ଯଦି ଆପଣଙ୍କ ଜାତକରେ ଗୁରୁ ବା ବୃହସ୍ପତି ଅଶୁଭରେ ଅଛନ୍ତି ତେବେ ଆପଣ ଗୁରୁବାର ଦିନ ଅଶୋସ୍ଥ ଗଛରେ ଜଳ ଅର୍ପଣ କରନ୍ତୁ ।

୯- ଗୁରୁବାର ଦିନ ହଳଦିଆ ବସ୍ତୁ ଖାଇବା ଉଚିତ୍ ।

ଏହି କାର୍ଯ୍ୟ ନ କରିବା ଉଚିତ୍ –

୧- ଗୁରୁବାର ଦିନ ସେବିଙ୍ଗ ବା ଖିଅର ହୁଅନ୍ତୁ ନାହିଁ । ବାଳ କାଟନ୍ତୁ ନାହିଁ । ନଚେତ୍ ସନ୍ତାନ ସୁଖରେ ବାଧା ଉତ୍ପନ୍ନ ହେବ ।

୨- ଦକ୍ଷିଣ ଦିଗ, ପଶ୍ଚିମ ଦିଗ ଓ ନୈରୁତ କୋଣରେ ଯାତ୍ରା କରନ୍ତୁ ନାହିଁ ।

୩- ଗୁରୁବାର ଦିନ ଲୁଣ ନ ଖାଇବା ଉଚିତ୍ । ଏହି ଦିନ ଲୁଣ ଖାଇଲେ ସ୍ୱାସ୍ଥ୍ୟ ଖରାପ ହୁଏ ଓ ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ।

୪- ଏହି ଦିନ କ୍ଷୀର ଓ କଦଳୀ ମଧ୍ୟ ଖାଇବାକୁ ବର୍ଜିତ କରାଯାଇଛି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!