ଧନୀ ହେବାକୁ ଚାହୁଁଥିଲେ ଘରେ ରଖନ୍ତୁ ଏହ ଶଙ୍ଖ, ମା ଲକ୍ଷ୍ମୀ ଢାଳିବେ କୃପା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମୁଦ୍ର ମନ୍ଥନ ସମୟରେ ଦେବତା ଓ ରାକ୍ଷସ ମଧ୍ୟରେ ବିବାଦ ଲାଗିବା ସମୟରେ ସମୁଦ୍ରରୁ ୧୪ଟି ମୂଲ୍ୟବାନ ରତ୍ନ ପ୍ରାପ୍ତି ହୋଇଥିଲା । ଯାହାକି ଅଷ୍ଟମ ରତ୍ନ ଭାବରେ ଶଙ୍ଖ ଉତ୍ପନ୍ନ ହୋଇଥିଲା । ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ରହିଅଛି । ଯେପରିକି ଦେବ ଶଙ୍ଖ, ଚକ୍ର ଶଙ୍ଖ, ରାକ୍ଷସ ଶଙ୍ଖ, ଶନି ଶଙ୍ଖ, ରାହୁ ଶଙ୍ଖ, ପଞ୍ଚମୁଖୀ ଶଙ୍ଖ, ବାଲମପୁରୀ ଶଙ୍ଖ, ବୁଧ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଇଁଛ ଶଙ୍ଖ, ବାଘ ଶଙ୍ଖ, କୁବେର ଗଦା ଶଙ୍ଖ ଓ ସୁଦର୍ଶନ ଶଙ୍ଖ ଆଦି ଅଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହିମଧ୍ୟରୁ ୩ଟି ମୁଖ୍ୟ ଶଙ୍ଖ ଅଛି- ଯାହା କି ବାମାବର୍ତ୍ତୀ ଶଙ୍ଖ, ଦକ୍ଷିଣାବର୍ତ୍ତୀ ଶଙ୍ଖ ଓ ମଧ୍ୟବର୍ତ୍ତୀ ଶଙ୍ଖ ବା ଗଣେଶ ଶଙ୍ଖ ଅଟେ । ଏହା ଅଧୀନରେ ଗଣେଶ ଶଙ୍ଖ, ପଞ୍ଚଜନ୍ୟ ଶଙ୍ଖ, ଦେବଦତ୍ତ ଶଙ୍ଖ, ମହାଲକ୍ଷ୍ମୀ ଶଙ୍ଖ, ପୌଣ୍ଡ୍ର ଶଙ୍ଖ, କୌରୀ ଶଙ୍ଖ, ହୀରା ଶଙ୍ଖ, ମୋତି ଶଙ୍ଖ, ଅନନ୍ତବିଜୟ ଶଙ୍ଖ, ମଣି ପୁଷ୍ପକ ଶଙ୍ଖ, ସୁଘୋଷମଣି ଶଙ୍ଖ, ବୀଣା ଶଙ୍ଖ, ଅନ୍ନପୂର୍ଣ୍ଣା ଶଙ୍ଖ, ଐରାବତ ଶଙ୍ଖ, ବିଷ୍ଣୁ ଶଙ୍ଖ, ଗରୁଡ ଶଙ୍ଖ ଓ କାମଧେନୁ ଶଙ୍ଖ ରହିଛି ।

କାମଧେନୁ ଶଙ୍ଖ- ଏହି ଶଙ୍ଖ ବହୁତ ଦୁର୍ଲଭ ଅଟେ । ଏହି ଶଙ୍ଖ ମଧ୍ୟ ୨ ପ୍ରକାର ଅଟେ । ଯାହା ଗୋମୁଖୀ ଶଙ୍ଖ ଓ ଅନ୍ୟଟି କାମଧେନୁ ଶଙ୍ଖ ଅଟେ । ଏହି କାମଧେନୁ ଶଙ୍ଖ ଗାଇର ମୁହଁ ପରି ହୋଇଥିବାରୁ ଏହାକୁ କାମଧେନୁ ଶଙ୍ଖ ବୋଲି କୁହାଯାଏ ।

୫ଟି ପ୍ରକାର ଲାଭ-

୧- କୁହାଯାଏ ଯେ କାମଧେନୁ ଶଙ୍ଖକୁ ପୂଜା କରିଲେ ତର୍କ ଶକ୍ତିକୁ ଦୃଢ କରିଥାଏ । ଏହି କାମଧେନୁ ଶଙ୍ଖକୁ ଘରେ ରଖିଲେ ମନରେ ଖୁସି ମିଳିଥାଏ ।

୨- ମହର୍ଷି ଋଷି ବଶିଷ୍ଠ ଓ ପୁଲସ୍ତ୍ୟ ଲକ୍ଷ୍ମୀ ପ୍ରାପ୍ତି କରିବା ପାଇଁ ଏହି କାମଧେନୁ ଶଙ୍ଖକୁ ଉପଯୋଗ କରିଥିଲେ ।

୩- ପୌରାଣିକ ଶାସ୍ତ୍ରରେ ଏହି କାମଧେନୁ ଶଙ୍ଖର ବ୍ୟବହାରରେ ଧନ ଓ ସମୃଦ୍ଧିକୁ ସ୍ଥାଇ ଭାବରେ ବୃଦ୍ଧି କରାଯାଇପାରିବ ।

୪-  ଏହି କାମଧେନୁ ଶଙ୍ଖକୁ ଘରେ ରଖିଲେ ସବୁ ପ୍ରକାର ମନୋକମନା ପୂରଣ ହୋଇଥାଏ । କଳିଯୁଗରେ ମନୁଷ୍ୟର ଇଛାକୁ ପୂରଣ କରିବାର ଏକମାତ୍ର ମାଧ୍ୟମ ଅଟେ । ଏହି କାମଧେନୁ ଶଙ୍ଖ ନିଜର କଳ୍ପନାକୁ ପୂରଣ କରିବା ଶଙ୍ଖ କୁହାଯାଏ ।

୫- କାମଧେନୁ ଶଙ୍ଖର ମନ୍ତ୍ର ଏହିପରି- ଓଁ ନମଃ ଗୋମୁଖୀ କାମଧେନୁ ଶଙ୍ଖାୟ ମମ୍ ସର୍ବ କାର୍ଯ୍ୟ ସିଦ୍ଧି କୁରୁ କୁରୁ ନମଃ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!