ଦୀର୍ଘ ଦିନ ହେବ ଯଦି କୌଣସି ରୋଗରେ ଅଛନ୍ତି ପିଫିଟ ତେବେ କରନ୍ତୁ ଏହି 14ଟି ଉପାୟ- Lal Kitab

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ବହୁତ ଦିନ ପର୍ଯ୍ୟନ୍ତ ରୋଗରେ ପୀଡିତ ହେଉଛନ୍ତି ତେବେ ଲାଲ୍ କିତାବ ଅନୁସାରେ ସ୍ୱାସ୍ଥ୍ୟ ପାଇଁ  ୧୪ଟି ଉପାୟ ବ୍ୟବହାର କରନ୍ତୁ । ଲାଲ୍ କିତାବ ଅନୁସାରେ ସବୁଠାରୁ ଜରୁରୀ ହେଉଛି ନିଜ କର୍ମକୁ ଶୁଦ୍ଧ ରଖିବା ଓ ନିୟମ ଅନୁଶାସନ ଦ୍ଵାରା ଜୀବନଯାପନ କରିବା ।  ଯଦି ଆପଣ ବା ଘରର କେଉଁ ସଦସ୍ୟ ସର୍ବଦା ରୋଗରେ ପୀଡିତ ରହୁଛନ୍ତି ତେବେ ଲାଲ୍ କିତାବ ପୁସ୍ତକରେ କେତେକ ଉପାୟ ରହିଛି । ସେହି ଉପାର ଦ୍ଵାରା ରୋଗରୁ ମୁକ୍ତ ହୋଇପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଧ୍ୟାନ ରଖିବାକୁ ହେବ ଯେ ଏହି ଉପାୟ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାକୁ ହେବ । ସବୁପରେ ଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ସେବନ କଲେ ରୋଗରୁ ଉପସମ ପାଇବେ । କାରଣ ଏହିଉପଚାର ଦ୍ଵାରା ଗ୍ରହପୀଡା ନିବାରଣ ହେବା ଫଳରେ ଔଷଧ ଠିକ୍ କାମ କରିବ ।

୧- ପ୍ରତିଦିନ ଗାଈ, କୁକୁର ଓ କାଉମାନଙ୍କୁ ମିଠା ରୋଟି ଖାଇବାକୁ ଦିଅନ୍ତୁ । ଗୋଟିଏ ରୋଟି ଆଣି ପୀଡିତ ଥିବା ରୋଗୀଙ୍କ ଉପରେ ବୁଲାଇ ଆଣି ରୋଟିକୁ କୁକୁରକୁ ଖାଇବାକୁ ଦିଅନ୍ତୁ । ଏପରି କଲେ ଆକସ୍ମିକ ସଙ୍କଟ ଦୂରେଇ ଯାଏ ।

୨- ବ୍ଲଡ ପ୍ରେସର, ସ୍ନାୟୁ  ଓ ମନର ଭୟ କୁ ଦୂର କରିବା ପାଇଁ ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ କିଛି କ୍ଷୀର ବା ପାଣି ଭର୍ତ୍ତି କରି ନିଜ ମୁଣ୍ଡ ପାଖରେ ରଖନ୍ତୁ । ତାପର ଦିନ ସକାଳେ ଉଠି ସ୍ନାନ କରିବା ପରେ ସେହି କ୍ଷୀର ବା ପାଣିକୁ ଯେ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ । ଏହାକୁ ୪୩ଦିନ ପର୍ଯ୍ୟନ୍ତ କରିବାକୁ ହେବ ।

୩- ବୋଇତି କଖାରୁ,  କଦଳୀ ଓ ମୁଗଡାଲି କିଛି ଗୁରୁବାର ଦିନ ଯେ କୌଣସି ମନ୍ଦିରରେ ଦାନ କରନ୍ତୁ ।

୪- କାନ ରୋଗ ପାଇଁ କଳା ବା ଧଳା ରଙ୍ଗର କପଡାରେ  କଳା ବା ଧଳା ରଙ୍ଗର ରାଶି ରଖି ବାନ୍ଧିଦିଅନ୍ତୁ । ଏହାକୁ ଏକ ନିର୍ଜନ ଶୁନସାନ ସ୍ଥାନରେ ବା ଜଙ୍ଗଲରେ ଗାତ ଖୋଲି ପୋତି ଦିଅନ୍ତୁ । ଏହାପରେ ଘରକୁ ଫେରିବେ ।

୫- ସୁଗାର, ଆଣ୍ଠୁ ଗଣ୍ଠି ଦରଜ, ମୁତ୍ର ରୋଗ, ଅଣ୍ଟା ଦରଜରୁ ରକ୍ଷା ପାଇବା ପାଇଁ ଏକ କଳା ରଙ୍ଗର କୁକୁରର ସେବା କରି ଖାଇବାକୁ ଦିଅନ୍ତୁ ।

୬- କଳା ଓ ଧଳା ଦୁଇଟି ମିଶ୍ରିତ ରଙ୍ଗର କମ୍ବଳ ରୋଗୀ ଚାରିପାଖରେ ୨୧ଥର ବୁଲାଇ ଯେ କୌଣସି ଅସହାୟକୁ ଦାନ କରନ୍ତୁ । ଏହି ଉପାୟରେ ରୋଗ ଦୂର ହୋଇଯାଏ ।

୭- ଏକ ପାଣିଥିବା ନଡିଆ ଆଣି ରୋଗୀ ଉପରେ ୨୧ ଥର ବୁଲାଇବେ, ଏହାପରେ କୌଣସି ଦେବସ୍ଥାନ ବା ଘରର ବାହାରେ ନେଇ ନଡିଆକୁ ଜଳେଇ ଦିଅନ୍ତୁ । ୫ଟି ଶନିବାର ଏହିପରି କଲେ କଷ୍ଟରୁ ମୁକ୍ତି ମିଳିବ । ଯଦି ପରିବାରର ଅନ୍ୟ ସଦସ୍ୟ ରୋଗରେ ପୀଡିତ ଅଛନ୍ତି ତେବେ ମଧ୍ୟ ଏହି ଉପାୟ କରିପାରିବେ ।

୮- ଏକ କଂସା ପାତ୍ରରେ ସୋରିଷ ତେଲ ରଖି ସେଥିରେ ଏକ ପଇସା ପକାଇବେ । ଶନିବାର ଦିନ ସେହି ତେଲରେ ନିଜର ଛବିକୁ ଦେଖିବେ ଓ ସେହି ତେଲକୁ ଦାନ କରିବେ । କିମ୍ବା ଶନିବାର ଦିନ ଶନି ମନ୍ଦିରରେ ରଖିକରି ଆସିବେ ।

୯- ଶୁକ୍ରବାର ଦିନ ଏକ କାଠ ପିଢାରେ ବସି ଦହିରେ ସ୍ନାନ କରିଲେ ଚରମ ରୋଗରୁ ଉପସମ ମିଳେ ।

୧୦- ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ କର୍ପୁର ଆଳତି ନିଶ୍ଚୟ କରନ୍ତୁ ।

୧୧- ପ୍ରତିଦିନ ସନ୍ଧ୍ୟା ସମୟରେ ଶ୍ରୀ ହନୁମାନ ଚାଳିଶା ପଢିବା ଉଚିତ୍ । ଏହି ଚାଳିଶା ପାଠ କରିଲେ ପିତୃଦୋଷ, ମଙ୍ଗଳଦୋଷ, ରାହୁ ଓ କେତୁ ଦୋଷ ଆଦି ଦୂର ହୋଇଥାଏ ଓ ଭୁତ ପ୍ରେତଙ୍କ ଖରାପ ପ୍ରଭାବ ଓ ଛାୟା ମଧ୍ୟ ଦୂର ହୋଇଯାଏ । ପବିତ୍ର ଆତ୍ମା ଓ ଶାନ୍ତିପୂର୍ଣ୍ଣ ଭାବରେ ଶ୍ରୀ ହନୁମାନ ଚାଳିଶା ପଢିଲେ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଯାହା କି ସବୁ ପ୍ରକାର ଅଜ୍ଞାତରୁ ରକ୍ଷା କରିଥାଏ ।

୧୨- ଯେବେବି ଶ୍ମଶାନ ବା କବର ସ୍ଥାନର ବାଟରେ ଯିବେ ସେହି ସ୍ଥାନରେ ଏକ ତମ୍ବା ପଇସା ପକାଇଦେବେ । ଏଥିରେ ଭଗବାନଙ୍କ ସାହାଯ୍ୟ ମିଳେ ।

୧୩- ଯଦି ଆଖିରେ ଯନ୍ତ୍ରଣା ହେଉଥାଏ ତେବେ ଶନିବାର ଦିନ ୪ଟି ଶୁଖିଲା ନଡିଆ ଅସହାୟଙ୍କୁ ଦାନ ଦେଇ ଦିଅନ୍ତୁ । କିଛି ଦକ୍ଷିଣା ମଧ୍ୟ ଦେବେ ।

୧୪- ରାତିରେ ଶୋଇବା ପୂର୍ବରୁ କିଛି ଟଙ୍କା ବା ପଇସା ନିଜ ମୁଣ୍ଡ ପାଖରେ ରଖି ଶୋଇବେ । ସକାଳେ ଉଠି ଏହି ଟଙ୍କାକୁ ନେଇ ସଫେଇ କର୍ମୀକୁ ଦେବେ ।

ଧ୍ୟାନ ରଖିବାକୁ ହେବ ଯେ ଏହି ଉପାୟ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାକୁ ହେବ । ସବୁପରେ ଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ସେବନ କଲେ ରୋଗରୁ ଉପସମ ପାଇବେ । କାରଣ ଏହିଉପଚାର ଦ୍ଵାରା ଗ୍ରହପୀଡା ନିବାରଣ ହେବା ଫଳରେ ଔଷଧ ଥିକ୍ କମ କରିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!