ମହଶିବରାତ୍ରି ବ୍ରତ ବିଧାନ: କେମିତି କରିବେ ଉପାସନା ବା ବ୍ରତ ପୂଜା, କରନ୍ତୁ ଏହି ୧୦ଟି ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମହାଶିବରାତ୍ରୀ ବ୍ରତ ପାଳନର ଉପକାରିତା:

ଶିବରାତ୍ରୀ ବିଶେଷ- ଆସନ୍ତୁ ଜାଣିବେ ୧୦ ଟି ଉପାୟ କେମିତି କରିବେ ପୂଜା ଓ ବ୍ରତ।

ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରିବା ପାଇଁ ପ୍ରତ୍ୟେକ ମାସର ଚତୁର୍ଦ୍ଦଶୀ ତିଥିକୁ ମାସିକ ଶିବରାତ୍ରୀ ରୂପେ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ମହାଶିବରାତ୍ରୀ ରୂପେ ପାଳନ କରାଯାଏ। କାରଣ ଏହିଦିନ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ ବୋଲି ପୂରାଣ ବର୍ଣ୍ଣିତ ହୋଇଛି।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
  • ୧.ଶିବ ପୁରାଣ ଅନୁସାରେ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ନିରାହାର ରହିବା ଉଚିତ୍। ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଗଙ୍ଗାଜଳ, ସୁବାସିତଜଳ, ପଇଡପାଣି, ଆଖୁରସ, ଗାଈଖିର   ଜାଇଫଳ, ଜାୟତ୍ରୀ, ଭାଙ୍ଗବଟା, ଲହୁଣୀ, ଗାଈଘିଅ ଆଦି ଚଢେଇବା ଦ୍ଵାରା ବିଶେଷ ପୁଣ୍ୟ ପ୍ରାପ୍ତି ପ୍ରାପ୍ତି ହେଇଥାଏ।
  • ୨. ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କ ମୂର୍ତ୍ତିକୁ ପଞ୍ଚାମୃତରେ ସ୍ନାନ କରାଇ” ଓଁ ନମଃ ଶିବାୟ” ମନ୍ତ୍ର ଦ୍ୱାରା ପୂଜା କରିବା ଆବଶ୍ୟକ। ଏହା ବ୍ୟତୀତ ରାତ୍ରିର ତୃତୀୟ ପ୍ରହରରେ ଶିବଙ୍କୁ ପୂଜା କରିବା ଦରକାର ଓ ପରଦିନ ସକାଳ ବେଳା ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତର ପାରଣା କରିବା ଉଚିତ୍।
  • ୩.ଗରୁଡ ପୁରାଣ ଅନୁସାରେ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ୧୦୮ବେଲପତ୍ର ସହିତ ୧୦୮ଦୁଦୁରା ଫୁଲ ମଧ୍ୟ ଅର୍ପଣ କରିବା ଆବଶ୍ୟକ। ଏହା ଭଗବାନ ଶିବଙ୍କର ପ୍ରିୟ ଫୁଲ ଅଟେ। ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ରୁଦ୍ରାକ୍ଷ, ବେଲପତ୍ର, ଭାଙ୍ଗ, ଶିବଲିଙ୍ଗପୁଷ୍ପ, ଗୟଶ, ମୁଚୁକୁନ୍ଦଫୁଲ, ଦୁଦୁରା, କନିଅର, ଅରଖଫୁଲ ଓ ନାଗଚମ୍ପା  ଅତି ପ୍ରିୟ ଅଟେ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

  • ୪.ଏହି ଦିନ ମହାନିଶିଥକାଳରେ ବା ମଧ୍ୟ ରାତ୍ରରେ ମହମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ରୋଗରୁ ଉପଶମ ମିଳିଥାଏ। କୌଣସି ବ୍ରତକୁ ଶ୍ରଦ୍ଧାପୂର୍ଣ୍ଣ କରିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ।
  • ୫. ଶିବଙ୍କ ଉପାସନା ଓ ବ୍ରତ ରଖିବା ଦ୍ଵାରା ଶୁଭ ଫଳ ମିଳିଥାଏ। ମହାଶିବରାତ୍ରୀ ର ସିଦ୍ଧ ମୁହୂର୍ତ୍ତରେ ଶିବଲିଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ସ୍ଥାପିତ କରିବା ଦ୍ଵାରା ବ୍ୟବସାୟରେ ବୃଦ୍ଧି ଓ ଚାକିରୀରେ ପଦୋନ୍ନତି ମିଳିଥାଏ। ଆଠ ଆଙ୍ଗୁଳର ଶିବଲିଙ୍ଗ ଗୃହରେ ସ୍ଥାପନ କରିବେ।
  • ୬. ଶିବରାତ୍ରୀର ପ୍ରଦୋଷ କାଳରେ ସ୍ପଟିକ ଶିବଲିଙ୍ଗଙ୍କୁ ଶୁଦ୍ଧ ଗଙ୍ଗାଜଳ, ଦୁଧ, ଦହି,  ଘିଅ,  ମହୁ ଓ ଆଖୁରସ ଦ୍ଵାରା ସ୍ନାନ କରାଇ ଧୂପ-ଦିପ ଜଳାଇ ବା ମନ୍ତ୍ର ଜପ କରିବାଦ୍ଵାରା ସମସ୍ତ ବାଧାର ସମାପ୍ତି ଘଟିଥାଏ।
  • ୭. ରୋଗରେ ବିଚଳିତ ହେଉ ଥିବା ବ୍ୟକ୍ତିର ପ୍ରାଣ ରକ୍ଷା ନିମନ୍ତେ ମହାମୃତ୍ୟୁଞ୍ଜୟ  ଜପ ରୁଦ୍ରାକ୍ଷ ମାଳିରେ କରିବେ। ମନ୍ତ୍ର ଦେଖିବାକୁ ବହୁତ୍ ଛୋଟ ହୋଇଥାଏ ହେଲେ ଏହାର ପ୍ରଭାବ ବହୁତ୍ ଚମତ୍କାର ହୋଇଥାଏ।
  • ୮. ଶିବରାତ୍ରୀର ପ୍ରଦୋଷ କାଳରେ ମହିଳାମାନଙ୍କର ସୁଖ ସୌଭାଗ୍ୟ ନିମନ୍ତେ ଭଗବାନ ଶିବଙ୍କ ପୂଜା କରି କ୍ଷୀର ଦ୍ଵାରା ଅଭିଷେକ କରି ନିମ୍ନ ମନ୍ତ୍ର ଉଚ୍ଚାରଣ କରିବେ।

ମନ୍ତ୍ର – ଓଁ ହ୍ରିଁ ନମଃ ଶିବାୟ ହିଁ ଓଁ।”

  • ୯. ଲକ୍ଷ୍ମୀ ନିଜର ଶ୍ରୀ ସ୍ଵରୂପ କେବଳ ଭଗବାନ ଶିବଙ୍କ କୃପାରେ ପ୍ରକଟ ହୋଇଥାନ୍ତି । ଅଖଣ୍ଡଲକ୍ଷ୍ମୀଙ୍କୁ ପ୍ରାପ୍ତି ନିମନ୍ତେ ଶିବରାତ୍ରୀର ପ୍ରଦୋଷ କାଳରେ ନିମ୍ନ ମନ୍ତ୍ରକୁ ଦଶମାଳ ଜପ କରିବେ।

ମନ୍ତ୍ର  –ଓଁ ଶ୍ରୀ ଏଁ ଓଁ।”

  • ୧୦. ବିବାହରେ ଆସୁଥିବା ବାଧାକୁ ଦୁରକରିବା ନିମନ୍ତେ ଶିବରାତ୍ରୀର ପ୍ରଦୋଷ କାଳରେ ତିନି ମୁଖୀଦୀପ ଜାଳି ନିମ୍ନୋକ୍ତ ମନ୍ତ୍ର ସହିତ ଶିବଙ୍କୁ ଭକ୍ତିରସହ ପୂଜା କରିବା ଓ ନିକଟରେ ବାସ କରିବା ଆବଶ୍ୟକ। 

ମନ୍ତ୍ର –

ହେ ଗୌରୀ ସଙ୍କରାର୍ଦ୍ଧଙ୍ଗିନି ଯଥା ତ୍ଵଂ ଶଙ୍କରପ୍ରିୟା।

ତଥା ମାଂ କୁରୁ କଲ୍ୟାଣୀ କାନ୍ତକାନ୍ତା ସୁଦୂର୍ଲଭାମ୍।”

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?
Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!