ଜାଣନ୍ତୁ କେଉଁ ରାଶିର ପୁଅଙ୍କୁ କେମିତିକା ଭଲପାଇବା ହୋଇଥାଏ ଦରକାର, ଏହି ଗୋଟେ ରାଶିର ପୁଅଙ୍କୁ ଭଲପାଇଲେ ପଡିବ ମହଙ୍ଗା

ଶେୟାର କରନ୍ତୁ ଅନ୍ୟମାନକ ସହିତ

କୁହାଯାଏ କି  ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ, କିନ୍ତୁ ଏହା ସହଜ ମଧ୍ୟ ନୁହେଁ ।   ମହିଳାମାନଙ୍କୁ ବୁଝିବା ବା ଚିହ୍ନିବା କଷ୍ଟ ନୁହେଁ। ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ବୁଝି ପାରନ୍ତି ନାହିଁ। କାରଣ ପୁରୁଷ ମହିଳାଙ୍କ ତୁଳନାରେ ନିଜର ଭାବନାକୁ ବ୍ୟକ୍ତ କରିବାରେ ଦୁର୍ବଳ ହୋଇଥାନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ପୁରୁଷଙ୍କ ଭାବନାଭାବ ନାହିଁ। ମହିଳାମାନଙ୍କପରି ପୁରୁଷମାନଙ୍କ ମଧ୍ୟ ଇଛା ହୁଏ ଯେ ଏମିତି କିଏ ଅଛି ଯିଏ କେବଳ ତାଙ୍କୁ ବୁଝିବ ଓ ସେ ଯେପରି ଚାହୁଁଛନ୍ତି ସେହିପରି ପ୍ରେମ କରିବ ଓ ସ୍ନେହ କରିବ। ମହିଳାଙ୍କ ପାଇଁ ଏହା ସବୁଠାରୁ ବଡ ଚୁନୌତି ଅଟେ ଯେ ସେମାନଙ୍କ ସ୍ଵାମୀ ବା ବୟଫ୍ରେଣ୍ଡ କିଭଳି ଭଲ ପାଇବା ଚାହୁଁଛନ୍ତି ? ଆସନ୍ତୁ ଜାଣିବା ଆପଣଙ୍କ ସ୍ଵାମୀ ବା ବୟଫ୍ରେଣ୍ଡଙ୍କ ରାଶି ଅନୁଯାଇ ତାଙ୍କୁ କେଉଁ ପ୍ରକାରର କିଭଳି ଭଲ ପାଇବା ଚାହୁଁଛନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶି

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ପାଇବା ଅର୍ଥ ଭଲପାଇବା ବୃଦ୍ଧି ପାଉଥିବ। ଏହିଭଳି ଭଲ ପାଇବା ପାର୍ଟନର ଖୋଜି ବୁଲନ୍ତି, ଯାହା ସବୁଦିନ ତାଙ୍କୁ କେତେ ପରିଣାମ ଭଲ ପାଉଛି ବୋଲି କହୁଥିବ।

ବୃଷ ରାଶି

ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ପାଇବା ଅର୍ଥ ଏହା ଦୁନିଆରେ ସବୁଠାରୁ ବଡ। ତାଙ୍କୁ ଇମୋସନାଲ ଓ ଫିଜିକଲ ଦୁଇଟି ପ୍ରକାର ଭଲପାଇବା ପସନ୍ଦ ହୋଇଥାଏ।

ମିଥୁନ ରାଶି

ମିଥୁନ ରାଶିର ବ୍ୟକ୍ତି ଭଲପାଇବା ସମ୍ବନ୍ଧରେ ଏତେ ଗମ୍ଭୀର ହୁଅନ୍ତି ନାହିଁ ଯେତେ ସେମାନେ ଦେଖେଇ ହୁଅନ୍ତି। ତାଙ୍କ ପାଇଁ ଭଲପାଇବା ଏକ ଏହସାସ ଅଟେ, କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ନିଜର ସାଥୀଙ୍କ ପାଖରେ ରହିଥାନ୍ତି।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତି ଭଲପାଇବା ଓ ଜିମ୍ମେଦାରି ପ୍ରତି ବହୁତ ଇମାନଦାର ହୋଇଥାନ୍ତି। ଏହି କଥା ନିଜର ପାର୍ଟନରଙ୍କ ଠାରୁ ମଧ୍ୟ ଚାହିଁଥାନ୍ତି ଓ ସେତେବେଳେ ତାଳମେଳ ଠିକ୍ ହୁଏ।

ସିଂହ ରାଶି

ସିଂହ ରାଶିର ବ୍ୟକ୍ତି ଯେତେବେଳେ ଭଲପାଇଥାନ୍ତି ସେ କାହାକୁ ଡରନ୍ତି ନାହିଁ ଓ ଖୁଲମଖୁଲା ଭଲପାଇବାକୁ ବିଶ୍ଵାସ କରିଥାନ୍ତି। ସେ ତାଙ୍କ ପାର୍ଟନରଙ୍କ ଠାରୁ ମଧ୍ୟ ବିଶ୍ଵାସ ରଖିଥାନ୍ତି।

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତି ଭଲପାଇବାକୁ ଦେଖେଇ ହୁଅନ୍ତି ନାହିଁ। ସେ କେବଳ ଚାହିନଥାନ୍ତି ଯେ ପାର୍ଟନର ତାଙ୍କ ଆଖିକୁ ଦେଖି ବୁଝିପାରିବେ ଯେ ସେ କଣ ଚହୁଁଛନ୍ତି।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କ ପାର୍ଟନର ଜୀବନକୁ ସ୍ଟେବଲ କରୁ ଓ ସମସ୍ତ ପରିସ୍ଥିତିରେ ତାଙ୍କ ସହିତ ସାଥ୍ ଦେଉ।

ବିଛା ରାଶି

ବିଛା ରାଶିର ବ୍ୟକ୍ତି ଭଲପାଇବାକୁ ଅଗ୍ନି ସହିତ ତୁଳନା କରନ୍ତି, ଯେଉଁଥିରେ ସେ ସଂପୂର୍ଣ୍ଣ ଭାବରେ ଜଳିବାକୁ ଚହାଁନ୍ତି। ସେ ଉପର ମନରେ ଭଲ ପାଇବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ସେ  ଭଲ ପାଇବାରେ ବୁଡି ରହିବାକୁ ପସନ୍ଦ କରିଥାନ୍ତି।

ଧନୁ ରାଶି

ଧନୁ ରାଶିର ବ୍ୟକ୍ତି ଭଲପାଇବାକୁ ନେଇ ବହୁତ ସଂବେଦନଶୀଳ ଓ ଖୁସମିଜାଜ ହୋଇଥାନ୍ତି। ସେ ସବୁବେଳେ ଖୁସିରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି।

ମକର ରାଶି

ମକର ରାଶିର ବ୍ୟକ୍ତି ଜିଦି ସ୍ଵଭାବ ହୋଇଥାନ୍ତି। ସେହି କାରଣରୁ ଭଲପାଇବାରେ କେତେ କଷ୍ଟର ସାମ୍ନା କରିବାକୁ ପଡିଥାଏ। ନିଜର ପାର୍ଟନର ପାଇଁ ବହୁତ ଇମାନଦାର ହୁଅନ୍ତି ଓ ପାର୍ଟନରଙ୍କ ଠାରୁ ମଧ୍ୟ ସେହି ଆଶା ରଖନ୍ତି।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତି ଖୁବ କମ୍ ରାଗିଥାନ୍ତି। କିନ୍ତୁ ଯେତେବେଳେ ରାଗନ୍ତି ସମ୍ଭାଳି ହୁଏ ନାହିଁ । ସେ ତାଙ୍କୁ କଷ୍ଟ ସମୟରେ ସମ୍ଭାଳିଲା ଭଳି ପାର୍ଟନର ଖୋଜିଥାନ୍ତି।

ମୀନ ରାଶି

ମୀନ ରାଶିର ବ୍ୟକ୍ତି ଚଞ୍ଚଳ ସ୍ଵଭାବ ହୋଇଥାନ୍ତି। ସେ ବହୁତ ଭାବୁକ ହୁଅନ୍ତି, ସେଥିପାଇଁ ଶୀଘ୍ର ବିପରୀତ ଲିଙ୍ଗୀ ପ୍ରତି ଆକର୍ଷିତ ହୋଇ ଯାଆନ୍ତି। ସେହିପରି ତାଙ୍କୁ ଏହିଭଳି ପାର୍ଟନର ଦରକାର ଯିଏ ତାଙ୍କର ମନଭାବକୁ ବୁଝି ପାରୁଥିବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!