ଭୁଲ ରେ ବି ଉପହାର ସ୍ୱରୂପ ଦିଅନ୍ତୁ ନାହିଁ ଏହି ସବୁ ବସ୍ତୁ, ନ ଚେତ ଭାଙ୍ଗି ଯିବ ସମ୍ପର୍କ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପରସ୍ପର ମଧ୍ୟରେ ତୋଫା ବା ଗିଫ୍ଟ ଦେଲେ ବନ୍ଧୁତାରେ ପ୍ରଗାଢତା ଆସେ ଓ ଗିଫ୍ଟ ଦେଲେ ଖୁସି ମଧ୍ୟ ହୁଅନ୍ତି। କିନ୍ତୁ ଆପଣ କଣ ଜାଣନ୍ତି କିଛି ଗିଫ୍ଟ ଦେଲେ ବନ୍ଧୁତା ମଧ୍ୟ ବିଗିଡି ଯାଏ। ବାସ୍ତୁ ଅନୁସାରେ କିଛି ଜିନିଷ ଏମିତି ଅଛି ଯାହା କେବେ ମଧ୍ୟ କାହାକୁ ଗିଫ୍ଟ ଦେବ ନାହିଁ। ଏହି ବସ୍ତୁକୁ ଗିଫ୍ଟ ଦେବାବାଲା ଓ ଗିଫ୍ଟ ନେବା ଲୋକ ଦୁଇଜଣ ବନ୍ଧୁରେ ନକାରାତ୍ମକ ପ୍ରଭାବ ପଡିଥାଏ। ସେଥିପାଇଁ ଏହି ବସ୍ତୁକୁ ଗିଫ୍ଟ ଦେବ ନାହିଁ, କିନ୍ତୁ ନିଜ ପାଇଁ କିଣିପାରିବେ। ତେବେ ଆସନ୍ତୁ ଜାଣିବା କିଛି ଏହିପରି ଜିନିଷକୁ କାହାକୁ ଗିଫ୍ଟ ଦେଲେ ଏହାର ଅର୍ଥ ନିଜ ବନ୍ଧୁତାରେ ନକାରାତ୍ମକ ଦେଖାଦିଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାସ୍ତୁ ଶାସ୍ତ୍ର ଅନୁସାରେ ନକାରାତ୍ମକ ଓ ସକାରାତ୍ମକ ଊର୍ଜା ଉପରେ ଆଧାରିତ ହୋଇଛି ଏବଂ ଏହି ଦୁଇଟି ଊର୍ଜା ଆମର ଜୀବନରେ ଗହୀର ପ୍ରଭାବ ପକାଇଥାଏ। ଏହି ଊର୍ଜା ଭାବନା ଠାରୁ ଆମର ସମ୍ବନ୍ଧରେ ଗହୀର ପ୍ରଭାବ ପକାଏ। ଏହିପରି ଜିନିଷ ଉପହାର ସ୍ୱରୂପ ଦିଆଯାଏ ବା ନିଆଯାଏ ସେମାନେ ଆମର ବନ୍ଧୁତାରେ ନକାରାତ୍ମକ ଓ ସକାରାତ୍ମକ ଦୁଇଟି ଊର୍ଜାର ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ବସ୍ତୁ ବିଷୟରେ ଯାହା ବନ୍ଧୁତାରେ ନକାରାତ୍ମକ ପ୍ରଭାବ ପକାଇଥାଏ।

୧। ଭଗବାନଙ୍କ ମୂର୍ତ୍ତି ବା ଫଟୋ ଉପହାର ବା ଗିଫ୍ଟ ଦିଅନ୍ତୁ ନାହିଁ

ସର୍ବଦା ଲୋକମାନେ ଧର୍ମ ସହିତ ଯୁକ୍ତ ଦେବୀ-ଦେବତାଙ୍କ ମୂର୍ତ୍ତି, ଫଟୋ ବା ପ୍ରତୀକାତ୍ମକ ବସ୍ତୁ ଉପହାର ବା ଗିଫ୍ଟ ଦେବା ଶୁଭ ବୋଲି ମାନନ୍ତି। କିନ୍ତୁ ବାସ୍ତବରେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହିପାରି କରିବା ଅଶୁଭ ଅଟେ। ବାସ୍ତୁ ବିଜ୍ଞାନ ଅନୁସାରେ ଭଗବାନଙ୍କ ମୂର୍ତ୍ତି ବା ଫଟୋ ଆଦି ଘରେ ରହିଲେ ତାଙ୍କୁ ସ୍ଥାପିତ କରିବା ଠାରୁ ତାଙ୍କ ସମସ୍ତ ନିୟମ ପାଳନ କରିବା ଅନିବାର୍ଯ୍ୟ ଅଟେ।  ଯଦି କୌଣସି ବ୍ୟକ୍ତି ଏହିପରି ନ କରେ ତେବେ ତାହାର ଓ ପରିବାର ଉପରେ ନକାରାତ୍ମକ ପ୍ରଭାବ ପଡେ ଏବଂ ଯଦି ଏହି ବସ୍ତୁ ଉପହାର ବା ଗିଫ୍ଟ ମିଳିଥାଏ ତେବେ ଗିଫ୍ଟ ଦେଇଥିବା ଲୋକର ମଧ୍ୟ ଖରାପ ପ୍ରଭାବ ପଡେ। ଏହିପରି କିଏ  ଉପହାର ବା ଗିଫ୍ଟରେ ଭଗବାନଙ୍କ ମୂର୍ତ୍ତି ବା ଫଟୋକୁ ଉଚିତ୍ ସ୍ଥାନରେ ରଖି ଏହାର ନିୟମ ପାଳନ କରିଲେ ଶୁଭ ଓ ନିୟମ ପାଳନ ନ କଲେ ଅଶୁଭ ପ୍ରଭାବ ପଡିଥାଏ।

୨। ରୁମାଲ ଉପହାର ବା ଗିଫ୍ଟ ଦିଅନ୍ତୁ ନାହିଁ

ଆପଣ ଜାଣିଥିବେ କି କାହାର ରୁମାଲ ବ୍ୟବହାର କରିବ ନାହିଁ। ରୁମାଲ କାହାକୁ ଉପହାର ବା ଗିଫ୍ଟ ଦେବ ନାହିଁ କି କାହାଠାରୁ ନେବ ନାହିଁ। ଯଦି କାହାକୁ ରୁମାଲ ଦେବା ବା ନେବା ଓ କାହାର ରୁମାଲ ବ୍ୟବହାର କରି ପାଖରେ ରଖିବା, ଏହି ସବୁ ପରିସ୍ଥିତିର ନକାରାତ୍ମକ ପ୍ରଭାବ ପଡିଥାଏ। ଚୀନ୍ ବିଦ୍ୟା ଫେଙ୍ଗ୍ ଶୁଇ ଅନୁସାରେ ଯଦି ରୁମାଲ ଉପହାର ବା ଗିଫ୍ଟ ଦିଆଯାଏ ତେବେ ଦେବା ଲୋକ ଓ ନେବା ଲୋକ ଦୁଇଜଣଙ୍କ ଉପରେ ତାହାର ଅଶୁଭ ପ୍ରଭାବ ପଡିଥାଏ।

ବିଜନେସ୍ ସହିତ ଜଡିତ ବସ୍ତୁ ମଧ୍ୟ ଉପହାର ବା ଗିଫ୍ଟ ଦିଅନ୍ତୁ ନାହିଁ

ସର୍ବଦା ଲୋକମାନେ କାରବାର ସହିତ ଯୁକ୍ତ ବସ୍ତୁ ସାଙ୍ଗମାନଙ୍କୁ ବା ନିଜର କ୍ଲାଇଣ୍ଟ କୁ ଉପହାର ବା ଗିଫ୍ଟ ଦିଅନ୍ତି, କିନ୍ତୁ ବାସ୍ତୁ ବିଜ୍ଞାନ ଅନୁସାରେ ଏପରି କରି ଆପଣ ନିଜ ବିଜନେସ୍ ର ସମୃଦ୍ଧି ଅନ୍ୟ କାହାକୁ ଦେଇ ଦିଅନ୍ତି। ସେଥିପାଇଁ ଏହିପରି  କରିବା ଠାରୁ ଦୂରେଇ ରୁହନ୍ତୁ।

ନୁକୀଲୀ ବା ଛୁରୀ, କଇଁଚି ଆଦି ଜିନିଷ ଉପହାର ବା ଗିଫ୍ଟ ଦିଅନ୍ତୁ ନାହିଁ

ବାସ୍ତୁ ଅନୁସାରେ ଛୁରୀ, କଇଁଚି ବା ଅନ୍ୟ ଧାରୁଆ ଅସ୍ତ୍ର କୁ ଉପହାର ବା ଗିଫ୍ଟ ଦେଲେ ସେହି ଦୁଇ ଜଣ ମଧ୍ୟରେ ଶତୃତା ବୃଦ୍ଧି ପାଏ। ସେଥିପାଇଁ ଏହିପରି ଅସ୍ତ୍ର ଗିଫ୍ଟ ଦେବ ନାହିଁ। ଏହି ଅସ୍ତ୍ରରେ ନକାରାତ୍ମକ ପ୍ରଭାବ ବୋଲି ମନାଯାଏ। ଛୁରୀ, କଇଁଚି, ପନିକି ଆଦି ବସ୍ତୁ ଯେତେବେଳେ ଅଗ୍ନି ତତ୍ଵ ବା ରୋଷେଇ ଘର ମଧ୍ୟରୁ ବାହାରକୁ ଆସେ ସେତେବେଳେ ଏହା ବିଶେଷ ସ୍ଥାନରେ ନିଜର ନକରାତ୍ମକ ପ୍ରଭାବ ପକାଏ। ଏବଂ ଏପରି ଜିନିଷକୁ ଗିଫ୍ଟ ଦେବା ଅଶୁଭ ବୋଲି ମନାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!