ଦୈନିକ ରାଶିଫଳ: ୨୩ ନଭେମ୍ବର ୨୦୧୮। ଆଜି ଦିନଟି ଏହି ସବୁ ରାଶି ପାଇଁ ଆଣିବ କିଛି ଖୁସି ଖବର, ମା ସନ୍ତୋଶୀ ହୋଇଛନ୍ତି ପ୍ରଶନ୍ନ
ମେଷ:-
ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ।ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- ମାଦକ ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
ବୃଷ :-
ଅର୍ଥ ଉପାର୍ଜନରେ ଏକନିଷ୍ଠ ହେବେ। ଧନ ପାଇବାର ରାସ୍ତା ଖୋଲିଯିବ। ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ। ରାଜନୀତିରେ ସମ୍ମାନର ସହିତ କୃତକାର୍ଯ୍ୟ ହେବେ। ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିଲେ କେତେକ କ୍ଷେତ୍ରରେ ବିଫଳ ହେବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେବ। ଏପରିକି ନିମ୍ନବର୍ଗର କେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।
ମିଥୁନ:-
ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ। ରାଜନୀତିରେ ଉନ୍ନତି ହେବ। ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ନୂତନ କାର୍ଯ୍ୟଆରମ୍ଭ କରିପାରିବେ। ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ। ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ। ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।
କର୍କଟ :-
କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ରାଜନୀତିରେ ଉନ୍ନତି ହେବ। ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।
ସିଂହ:-
ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସରକାରୀ କାମରେ ସଫଳତା ପାଇବେ। ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।
କନ୍ୟା:-
ମାନସିକ ଶାନ୍ତି ମିଳିବ। ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍। ନୂତନ ଦ୍ରବ୍ୟ କ୍ରୟ କରିବେ। ମହିଳାମାନେ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ଶତୃମାନେ ଦୂରେଇ ଯିବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରି କିଛି ଦାନ ଦିଅନ୍ତୁ।
ତୁଳା:-
ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ଆୟକୁ ଚାହିଁ ବ୍ୟୟ କଲେ ଲୋକହସା ହେବେ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ। ପାରିବାରିକ ସମସ୍ୟା ଗୁଡ଼ିକୁ ସମାଧାନ କରିବା ଉଚିତ୍। ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ। ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। ଆକସ୍ମିକ ଧନହାନୀ ହେତୁ ମନରେ ଦୁଃଖ ପ୍ରକାଶ ହେବ। କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ। ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।
ବିଚ୍ଛା:-
ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ। ବ୍ୟବସାୟରେ ଆଶାତୀତ ଲାଭ ମିଳିବ। ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନରେ ବାଧା ନାହିଁ। ପ୍ରମୋଶନ ସୂଚନାପାଇ ଖୁସି ହେବେ। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।
ଧନୁ:-
ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ। ବାସଗୃହ ଓ ଯାନବାହାନ ନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଦିଗରୁ ମଧ୍ୟମ ଫଳ ପ୍ରାପ୍ତି। ଭ୍ରାତୃ ବିବାଦ ଦୂର ହେବ। ବିଦ୍ୟାର୍ଥିଙ୍କ ଉନ୍ନତି ହେବ। ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ବନ୍ଧୁବିରୋଧ, ପ୍ରତିବେଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ। ପ୍ରତିକାର-ଲାଲ ବସ୍ତ୍ର ପରିଧାନ କରନ୍ତୁ।
ମକର :-
ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପ୍ରବାସ ଯାତ୍ରାରେ ଲାଭବାନ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ପୁରାତନରୋଗର ଉପଶମ ମିଳିବ। ପାରିବାରିକକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ। ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ। ପ୍ରତିକାର-ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ।
କୁମ୍ଭ:-
ଅନେକ ପ୍ରକାର କାର୍ଯ୍ୟରେ ପରିବର୍ତ୍ତନ ଦେଖାଦେବ। ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ବହୁତ ଚିନ୍ତିତ ରହିପାରନ୍ତି। ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ଆପଣ ବ୍ୟତିବ୍ୟସ୍ତ ହୋଇଯିବେ। ରାଜନୈତିକ ଜୀବନରେ ଶତୃମାନେ ପ୍ରବଳ ହେବେ। କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ। ଜାଗା ଜମିବାଡ଼ି ନେଇ ସମସ୍ୟା ଦେଖାଦେବ। ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍ ହେବ। କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ସେତେଟା ଭଲ ରହିବ ନାହିଁ। ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।
ମୀନ:-
ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ। ସରକାରୀ ସାହାଯ୍ୟ ମିଳିପାରେ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର-ଷଣ୍ଢକୁ ଖାଇବାକୁ ଦିଅନ୍ତୁ।
Jyotirbid Dr. Pramod Satapathy
Jantra Jyotisha, Cuttack
Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri
For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988