ଦେବତା ଓ ସବୁ ଗ୍ରହ ନକ୍ଷତ୍ର ମାନଙ୍କ ଅନୁସାରେ ବାନ୍ଧନ୍ତୁ ରକ୍ଷାସୂତା, ତା ପରେ ଦେଖନ୍ତୁ ଚମତ୍କାର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆସନ୍ତୁ ଜାଣିବା କେଉଁ ରଙ୍ଗର ରକ୍ଷାସୂତା ବାନ୍ଧିବେ- ହିନ୍ଦୁ ଧର୍ମରେ ଲୋକମାନେ ହାତରେ ରକ୍ଷାସୂତା ବା ମୋଳିସୂତା ବାନ୍ଧିଥାନ୍ତି । ଏହି ସୂତା ଜାତକର ରାଶି, ଗ୍ରହ, ନକ୍ଷତ୍ର ଓ ଇଷ୍ଟ ଦେବତାଙ୍କ ରଙ୍ଗ ଅନୁସାରେ ବନ୍ଧାଯାଏ । ରକ୍ଷାସୂତା ବାନ୍ଧିଲେ ବ୍ୟକ୍ତିର କଷ୍ଟ ଓ ପୀଡା ଦୂର କରିବା ସହିତ ସବୁ ସଙ୍କଟରୁ ମଧ୍ୟ ରକ୍ଷା କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯେପରିକି ଛୋଟ ପିଲାମାନଙ୍କର ହାତରେ ବା ବେକରେ କଳା ରଙ୍ଗର ସୂତା ବନ୍ଧାଯାଏ, ଯାହା କି ଏହା ଖରାପ ଦୃଷ୍ଟି ବା ନଜର ରୁ ରକ୍ଷା କରେ । ସେହିପରି ଅନ୍ୟ ରଙ୍ଗର ସୂତା ମଧ୍ୟ ଅନେକ ପ୍ରକାର ବାଧା ଓ କଷ୍ଟରୁ ରକ୍ଷା କରେ । କିନ୍ତୁ ଜାତକ ଅନୁସାରେ ନିଜର ଇଷ୍ଟ ଦେବତା, ରାଶି, ଗ୍ରହ ଓ ନକ୍ଷତ୍ରଙ୍କ ରଙ୍ଗ ଅନୁସାରେ ହିଁ ରକ୍ଷା ସୂତା ପିନ୍ଧିବା ଉଚିତ୍ ।

ଆସନ୍ତୁ ଜାଣିବା ଜାତକର ରାଶି, ଗ୍ରହ, ନକ୍ଷତ୍ର ଓ ଦେବତାଙ୍କ ପାଇଁ କେଉଁ ରଙ୍ଗର ମୋଳିସୂତା ବା ରକ୍ଷାସୂତା ବାନ୍ଧିବା ଉଚିତ୍ ।

୧-ରବିଗ୍ରହ ଓ ଭଗବାନ ଶ୍ରୀରାମଙ୍କ କୃପା ପାଇବା ପାଇଁ କମଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୨-ଚନ୍ଦ୍ର ଗ୍ରହ ଓ ଭଗବାନ ଶିବଙ୍କ କୃପା ପାଇବା ପାଇଁ ଧଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୩-ମଙ୍ଗଳ ଗ୍ରହ ଓ ଭଗବାନ ଶ୍ରୀ ହନୁମାନଙ୍କ କୃପା ପାଇବା ପାଇଁ ଲାଲ୍ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୪-ବୁଧ ଗ୍ରହଙ୍କ କୃପା ପାଇବା ପାଇଁ ଶାଗୁଆ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୫-ଗୁରୁ ଗ୍ରହ ଓ ଭଗବାନ ବିଷ୍ଣୁଙ୍କ କୃପା ପାଇବା ପାଇଁ ହଳଦିଆ ରଙ୍ଗର ରେଶମ ରକ୍ଷାସୂତା ବାନ୍ଧିବା ଉଚିତ୍ ।

୬-ଶୁକ୍ର ଗ୍ରହ ଓ ଦେବୀ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଧଳା ରଙ୍ଗର ରେଶମ ରକ୍ଷାସୂତା ବାନ୍ଧିବା ଉଚିତ୍ ।

୭-ଶନି ଗ୍ରହଙ୍କ କୃପା ପାଇବା ପାଇଁ କଳା ବା ନୀଳ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୮-ରାହୁ ଗ୍ରହ ଓ ଭଗବାନ ଭୈରବଙ୍କ କୃପା ପାଇବା ପାଇଁ ପଞ୍ଚରଙ୍ଗୀ ବା କଳା ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।

୯-କେତୁ ଗ୍ରହ ଓ ମାତାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ପଞ୍ଚରଙ୍ଗୀ ବା ଧଳା ଓ ହଳଦୀ ରଙ୍ଗର ରକ୍ଷାସୂତା ବାନ୍ଧିବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!