ସ୍ଵସ୍ତିକ ଚିହ୍ନର ଏହି ୫ ଟି ଚମତ୍କାରିତା ପ୍ରୟୋଗ ବିଷୟରେ ଜାଣି ବିଶ୍ଵାସ ହେବନି- Astrology Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରୁଗ୍ ବେଦ ସ୍ଵସ୍ତିକର ଦେବତା ସ୍ଵସ୍ତିକାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସ୍ଵସ୍ତିକ ଆର୍ଯ୍ୟମାନେ ଉଦ୍ଭାବିତ କରିଥିଲେ ଓ ଏହା ସମଗ୍ର ବିଶ୍ଵରେ ବ୍ୟାପିଗଲା । ହିନ୍ଦୁ ଧର୍ମରେ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରା ଯାଇଛି । ସ୍ଵସ୍ତିକ ଶବ୍ଦ ଉଭୟ “ସୁ” ଓ “ଆସ୍ତିକା” ଦ୍ୱାରା ଗଠିତ । “ସୁ” ଅର୍ଥ ଶୁଭ ଓ “ଆସ୍ତିକା” ଅର୍ଥ ମଧ୍ୟ ଶୁଭହେବା, ଯେପରି କଲ୍ୟାଣ ହେଉ ପରି ସମାନ ସ୍ଵସ୍ତିକ । ଆସନ୍ତୁ ଜାଣିବା ଏହାର ୫ ଟି ପ୍ରୟୋଗ ବିଷୟରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧) ଦ୍ଵାର ମୁହଁରେ ସ୍ଵସ୍ତିକ :- ଦ୍ଵାର ମୁହଁର ଦୁଇ ପଟରେ ସ୍ଵସ୍ତିକ ଚିହ୍ନ ଲଗାଇଲେ ବାସ୍ତୁଦୋଷ ଦୂର ହୁଏ ଓ ଶୁଭମୟ ହୁଏ । ଦରିଦ୍ରତା ନାଶ ହୁଏ । ଘରର ମୁଖ୍ୟ ଦ୍ଵାରର ଦୁଇ ପାଖରେ ଅଷ୍ଟଧାତୁରେ ତିଆରି ସ୍ଵସ୍ତିକ ଚିହ୍ନ ଓ ଉପର ମଧ୍ୟ ଭାଗରେ ତମ୍ବାରେ ତିଆରି ସ୍ଵସ୍ତିକ ଚିହ୍ନ ଲଗାଇଲେ ସମସ୍ତ ପ୍ରକାର ବାସ୍ତୁଦୋଷ ଦୂର ହୁଏ । ପାଞ୍ଚଧାତୁରେ ତିଆରି ସ୍ଵସ୍ତିକ ଚିହ୍ନକୁ ପ୍ରାଣ ପ୍ରତିଷ୍ଠା କରିବା ପରେ ଚୌଖଟରେ ଲଗାଇଲେ ଶୁଭ ଫଳ ମିଳିଥାଏ । ରୂପାରେ ନବରତ୍ନ ଲଗେଇ ପୂର୍ବ ଦିଗରେ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଯାଏ ଓ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ବାସ୍ତୁଦୋଷ ଦୂର କରିବା ପାଇଁ ୯ ଆଙ୍ଗୁଳ ଲମ୍ବା ଓ ୧ଆଙ୍ଗୁଳ ଚୌଡାରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ କରିଲେ ନକରାତ୍ମକ ଊର୍ଜା ନଷ୍ଟ ହୋଇ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ ।

୨) ଘରର ଅଗଣାରେ ସ୍ଵସ୍ତିକ ଚିହ୍ନ :- ଘର ଅଗଣାର ମଧ୍ୟ ଭାଗରେ ସ୍ଵସ୍ତିକ ଚିହ୍ନ କଲେ ଘରର ନକରାତ୍ମକ ଊର୍ଜା ନଷ୍ଟ ହୋଇଯାଏ । ସ୍ଵସ୍ତିକ ଚିହ୍ନକୁ ଭାଗ୍ୟବର୍ଧକ ବସ୍ତୁରେ ଗଣନା କରାଯାଏ । ପିତୃ ପକ୍ଷରେ କନ୍ୟାମାନେ ସଞ୍ଜ ତିଆରି କରୁଥିବା ବେଳେ ଗାଈର ଗୋବରରେ ସ୍ଵସ୍ତିକ ଚିହ୍ନ ତିଆରି କରନ୍ତି । ଏହା ଘରେ ସୁଖ, ଶାନ୍ତି ସମୃଦ୍ଧି ଆଣିଥାଏ ଓ ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ ।

୩) ମାଙ୍ଗଳିକ କାର୍ଯ୍ୟରେ ଲାଲ୍ ଓ ହଳଦୀ ରଙ୍ଗର ସ୍ଵସ୍ତିକ ଚିହ୍ନ :- ଅଧିକାଂଶ ଲୋକମାନେ ହଳଦିରେ ସ୍ଵସ୍ତିକ ଚିହ୍ନ କରିଥାନ୍ତି । ଐଶାନ୍ୟ କୋଣ ବା ଉତ୍ତର ଦିଗର କାନ୍ଥରେ ହଳଦିଆ ରଙ୍ଗର ସ୍ଵସ୍ତିକ ଚିହ୍ନ ଲଗାଇଲେ ଘରେ ସୁଖ, ଶାନ୍ତି ମିଳେ । ଯଦି କୌଣସି ଶୁଭ କାର୍ଯ୍ୟ କାଇବାକୁ ଯାଉଛନ୍ତି ତେବେ ଲାଲ୍ ରଙ୍ଗର ସ୍ଵସ୍ତିକ ଚିହ୍ନ କରନ୍ତୁ । ଏଥିରେ କେଶର, ସିନ୍ଦୂର, ରୋଲି ଓ କୁଙ୍କୁମ ବ୍ୟବହାର କରି ସ୍ଵସ୍ତିକ ଚିହ୍ନ କରନ୍ତୁ । ଧାର୍ମିକ କାର୍ଯ୍ୟରେ ରୋଲି, ହଳଦୀ ବା ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ କଲେ ଆତ୍ମସନ୍ତୁଷ୍ଟି ମିଳେ । ଯେ କୌଣସି ପର୍ବରେ ଘରର ମୁଖ୍ୟ ଦ୍ଵାରର ବାହାରକୁ ପଞ୍ଚମୁରୁଜରେ ସ୍ଵସ୍ତିକ ଚିହ୍ନ ତିଆରି କଲେ ମଙ୍ଗଳକାରୀ ହୁଏ । ଏପରି କଲେ ଦେବୀ ଦେବତାମାନେ ଘରକୁ ପ୍ରବେଶ କରନ୍ତି । ଗୁରୁ ପୁଷ୍ୟା ବା ରବି ପୁଷ୍ୟାରେ ସ୍ଵସ୍ତିକ ଚିହ୍ନ କଲେ ଘରେ ଶାନ୍ତି ପ୍ରଦାନ କରିଥାଏ ।

୪) ଦେବତାମାନେ ପ୍ରସନ୍ନ ହୁଅନ୍ତି :- ସ୍ଵସ୍ତିକ ଚିହ୍ନ କରି ତା ଉପରେ ଯେ କୌଣସି ଦେବତାଙ୍କ ମୂର୍ତ୍ତି ରଖିଲେ ଦେବତାମାନେ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ଘରେ ଇଷ୍ଟଦେବଙ୍କୁ ପୂଜା କରୁଛନ୍ତି ତେବେ ସେହି ଆସ୍ଥାନ ଉପରେ ସ୍ଵସ୍ତିକ ଚିହ୍ନ ନିଶ୍ଚିତ କରନ୍ତୁ । ପ୍ରତେକ ପର୍ବରେ ଯେପରିକି ନବରାତ୍ରରେ କଳସ ସ୍ଥାପନା, ଦୀପାବଳିରେ ଲକ୍ଷ୍ମୀଙ୍କ ପୂଜା ଆଦି ପର୍ବରେ ସ୍ଵସ୍ତିକ ଚିହ୍ନ ତିଆରି କରି ଦେବୀ ଦେବତାଙ୍କ ମୂର୍ତ୍ତି ବା ଫଟୋ ରଖି ପୂଜା କରାଯାଏ । ପୂଜା ସ୍ଥଳରେ ସ୍ଵସ୍ତିକ ଚିହ୍ନ କରି ତା ଉପରେ ପାଞ୍ଚ ଧାନ୍ୟ ବା ଦୀପ ଜଳେଇ ରଖିଲେ ଇଛା କରିଥିବା କାର୍ଯ୍ୟ ପୂରଣ ହୋଇଥାଏ । ମନୋକାମନା ପୂରଣ ପାଇଁ ମନ୍ଦିରରେ ଗାଈର ଗୋବରରେ ବା କୁଙ୍କୁମରେ ଓଲଟା ସ୍ଵସ୍ତିକ ଚିହ୍ନ ତିଆରି କରିବେ । ଯେବେ ମନୋକାମନା ପୂରଣ ହୋଇଯିବ ସେଠାକୁ ଯାଇ ସଠିକ ସ୍ଵସ୍ତିକ ଚିହ୍ନ କରିବେ ।

୫) ମୁଖ୍ୟ ଦ୍ଵାରପୂଜା :- ପ୍ରତେକ ଦିନ ସକାଳେ ଉଠି ଆତ୍ମବିଶ୍ଵାସରେ ଭାବିକାକୁ ହେବ ଯେ ଘରକୁ ଲକ୍ଷ୍ମୀ ଆସିବେ । ସେଥିପାଇଁ ଘରକୁ ସଫା ସୁତୁରା କରିବା ପରେ ଗାଧୋଇବେ । ଏହାପରେ ଘରର ପରିବେଶକୁ ସୁଗନ୍ଧିତ କରିବେ । ତାପରେ ପୂଜା କରିବା ପରେ ଦ୍ଵାରପୂଜା କରିବେ । ମୁଖ୍ୟଦ୍ଵାରର ଉଭୟ ପାର୍ଶ୍ଵରେ ସ୍ଵସ୍ତିକ ଚିହ୍ନ ତିଆରି କରି ପୂଜା କରନ୍ତୁ । ସ୍ଵସ୍ତିକ ଚିହ୍ନ ଉପରେ କିଛିଅରୁଆ ଚାଉଳ ଲଗେଇ ଦିଅନ୍ତୁ । ଏହି ଉପାୟ କଲେ ଧନ ଲାଭ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!