ଏହିଭଳି ୧୦ ପ୍ରକାର କବାଟ ନ ଲଗାଇବା ଉଚିତ୍, ନଚେତ୍ ପରିବାର ଉପରେ ଆସିଥାଏ ସଙ୍କଟ-Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରର କବାଟ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଅନେକ ଲୋକମାନେ ଘର କିଣିବା ସମୟରେ ବା ନୂଆ ଘର ତିଆରି କରିବା ସମୟରେ କେଉଁଭଳି କବାଟ ଲଗାଯାଉଛି ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ତେଣୁ ପରିବାରରେ ସବୁବେଳେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦିଏ । ଯେପରିକି ଆର୍ଥିକ ଅଭାବର ଚିନ୍ତା, ସବୁ କାର୍ଯ୍ୟରେ ବାଧା ଓ ଯେ କୌଣସି ସଦସ୍ୟ ରୋଗରେ ପୀଡିତ ରହିବା ଆଦି ହୋଇଥାଏ, ତେଣୁ ଜାଣିବାକୁ ହେବ ଯେ ଏହା ସେହି ଘରର ବାସ୍ତୁଦୋଷ ଥିବାରୁ ଏପରି କ୍ଷତି ହେଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଠିକ୍ ସେହିପରି ମୁଖ୍ୟ ଦ୍ଵାରର କବାଟରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । ଯଦି ବାସ୍ତୁ ଅନୁସାରେ ଘରର କବାଟ ଲଗାଯାଇଛି ତେବେ ସମସ୍ୟା ଦେଖାଦେବ ନାହିଁ । ବିଶେଷ କରି କବାଟ ସାଗୁଆନ କାଠ, ଶିଶୁ କାଠ ଓ ଧାତୁରେ ତିଆରି କବାଟ ଲଗାଇବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହିଭଳି ୧୦ଟି ପ୍ରକାରର କବାଟ ନ ଲଗାଇବା ଉଚିତ୍ । କାରଣ ଏହା ମୁଖ୍ୟ ଦ୍ଵାର ସହିତ ଜଡିତ ବାସ୍ତୁଦୋଷ ଥାଏ ।

କବାଟରେ ଯେ କୌଣସି ପ୍ରକାର ଫଟା, ଭଙ୍ଗା, ବଙ୍କା ଆଦି ନ ରହିବା ଉଚିତ୍ । ଘରର କବାଟ ଖୋଲିବା ବା ବନ୍ଦ କରିବା ବେଳେ ଯେ କୌଣସି ଶବ୍ଦ ନ ହେବା ଉଚିତ୍ । କାରଣ ଏହା ଆକସ୍ମିକ ଅପ୍ରିୟ ଘଟଣାକୁ ପ୍ରୋତ୍ସାହନ ମିଳିଥାଏ । ବେଳେ ବେଳେ କବାଟ ପ୍ରତି ଧ୍ୟାନ ରଖି ତାର ଯତ୍ନ ନେବା ଆବଶ୍ୟକ । କବାଟରେ ଶବ୍ଦ ସୃଷ୍ଟି ହେଲେ ପରିବାରର କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା ଘରର କବାଟ କିପରି ଲଗାଇବା ଉଚିତ୍ ।

୧- ଗୋଟିଏ ଧାଡିରେ ୩ଟି କବାଟ ନ ଲଗାଇବା ଉଚିତ୍ ।

୨- ସାଧାରଣରେ ମୁଖ୍ୟଦ୍ଵାରର ଉଚତା ୭ଫୁଟ ଓ ଓସାର ୫ଫୁଟରୁ ଅଧିକ ହେଲେ ବସ୍ତୁଦୋଷ ଖଣ୍ଡନ ହୋଇ ଧନଜନ ବୃଦ୍ଧିପାଏ । କବାଟ ଭିତରକୁ ଆଉ ଏକ କବାଟ ନ ହେବା ଉଚିତ୍ ।

୩-ଘରର ମୁଖ୍ୟଦ୍ଵାରରେ ଜାଉଁଳି କବାଟ ଲଗେଇବା ଉଚିତ୍ । ଗୋଟିଏ ପଟର କବାଟ ନ ହେବା ଉଚିତ୍ ।

୪- କବାଟ ଯେପରି ଆପେ ଆପେ ଖୋଲିବା ବା ବନ୍ଦ ନ ହେବା ଉଚିତ୍ ।

୫- ଘରର ମୁଖ୍ୟ କବାଟ ଖୋଲିଲା ବେଳେ ବାହାର ପଟକୁ ଓ ଭିତର ପଟକୁ ଖୋଲିବା ଉଚିତ୍ ।

୬- କିଛି କବାଟ ଏପରି ଥାଏ ଯେ ସେଥିରେ ଝରକା ମଧ୍ୟ ରହିଥାଏ । ଏହିଭଳି କବାଟରେ ବାସ୍ତୁଦୋଷ ଥାଇପାରେ ।

୭- ମୁଖ୍ୟ କବାଟ ତ୍ରିକୋଣାକାର, ଗୋଲାକାର, ବର୍ଗାକାର ଓ ବହୁଭୂଜ ଆକୃତିର ନ ହେବା ଉଚିତ୍ ।

୮- ମୁଖ୍ୟ କବାଟ ଛୋଟ ଓ ତାହାର ପଛରେ ଥିବା କବାଟ ବଡ ନ ହେବା ଉଚିତ୍ । ମୁଖ୍ୟ କବାଟ ବଡ ହେବା ଉଚିତ୍ ।

୯- ଘରର ଉପର ମହଲାର କବାଟ ତଳ ମହଲା କବାଟ ଠାରୁ ସାମାନ୍ୟ ଛୋଟ ହେବା ଉଚିତ୍ ।

୧୦- ଯଦି ଘରର ଦୁଇଟି ମୁଖ୍ୟ ଦ୍ଵାର ଥାଏ ତେବେ ବାସ୍ତୁଦୋଷ ଥାଏ । ବିପରୀତ ଦିଗକୁ ମୁଖ୍ୟ ଦ୍ଵାର ନ ହେବା ଉଚିତ୍ ।

ଘରର ମୁଖ୍ୟ ଦ୍ଵାର କବାଟ ଘରର ଭିତରର ଅନ୍ୟ କବାଟ ଠାରୁ ବଡ ହେବା ଉଚିତ୍ । କାରଣ ମୁଖ୍ୟ ଦ୍ଵାର କବାଟ ଅନ୍ୟ କବାଟ ଠାରୁ ଛୋଟ ହେଲେ ଆର୍ଥିକ ଅଭାବ ଲାଗିରୁହେ । ଘରର ମୁଖ୍ୟ ଦ୍ଵାର କବାଟରେ ସ୍ଵସ୍ତିକ ଚିହ୍ନ କରିବା ଉଚିତ୍ । ଏହା ନକରାତ୍ମକ ଊର୍ଜା ଘର ଭିତରକୁ ପ୍ରବେଶ କରିପାରେ ନାହିଁ । ଘରେ ଶାନ୍ତି ମଧ୍ୟ ମିଳିଥାଏ । ଏହିଭଳି କବାଟ ପ୍ରତି ଧ୍ୟାନ ଦେଇ କବାଟ ଲଗାଇବା ଉଚିତ୍ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!