କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ? ଭୁଲ ଦିଗକୁ ମୁହଁ କରି ଖାଉଥିଲେ ସାବଧାନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ଦିଗକୁ ମୁହଁ କରି ଭୋଜନ କଲେ ଶୁଭ ହୁଏ, ଜାଣନ୍ତୁ ବାସ୍ତୁ ବିଷୟରେ । ମନୁଷ୍ୟ ଜୀବନରେ ସର୍ବଦା ସୁଖ ଦୁଃଖ ଲାଗି ରହିଥାଏ । କିନ୍ତୁ ସମସ୍ତ ମନୁଷ୍ୟ ସୁଖ ଶାନ୍ତିରେ ରହିବାକୁ ପସନ୍ଦ କରନ୍ତି । ସେହିପରି ଗୃହରେ ମଧ୍ୟ ବାସ୍ତୁ ଦୋଷ ଥିଲେ ଆମକୁ କଷ୍ଟ ଭୋଗ କରିବାକୁ ପଡିଥାଏ । ତେଣୁ ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଂ କେତେକ ନିୟମ ମଧ୍ୟ ଅଛି, ଯାହା କି ସେହି ନିୟମକୁ ମାନି ଚଳିଲେ ବାସ୍ତୁ ଦୋଷ ଦୂର ହୁଏ ଓ ସବୁ କଷ୍ଟରୁ ରକ୍ଷା ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହିପରି କେଉଁ ଦିଗକୁ ମୁହଁ କରି ଭୋଜନ କଲେ ମଧ୍ୟ କେତେକ ରୋଗ କଷ୍ଟରୁ ମୁକ୍ତି ପାଇବେ । ଆମ ସମସ୍ତଙ୍କ ମନରେ ପରିବାରରେ କୌଣସି ବିପତ୍ତି ଆସିବାର ଭୟ ସର୍ବଦା ଥାଏ । ସେଥିପାଇଁ ଘରେ ପୂଜା-ପାଠ ମଧ୍ୟ କରିଥାନ୍ତି । ପ୍ରତିଦିନ ଘରେ ପୂଜା କରିଲେ ସବୁ ବିପତ୍ତି ଦୂର ହୁଏ ।

ଏହି ପୂଜା କରିବା ଦ୍ବାରା ଗୃହରେ ସକାରାତ୍ମକ ଊର୍ଜା ସୃଷ୍ଟି ହୁଏ ଓ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରିତ କରିଥାଏ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁହଁ କରି ଭୋଜନ କଲେ ଶୁଭ ପ୍ରାପ୍ତି ହୁଏ ଓ ସୁଖ ଶାନ୍ତି ମିଳିଥାଏ । କେଉଁ ଦିଗକୁ ମୁହଁ କରି ଭୋଜନ କରିବ – ୧- ପୂର୍ବ ଦିଗକୁ ମୁହଁ କରି ଭୋଜନ କଲେ ଆୟୁ ବୃଦ୍ଧି ହୁଏ ।

୨- ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କଲେ ବ୍ୟକ୍ତି ରୋଗିଣା ହୁଏ । ୩- ଉତ୍ତର ଦିଗକୁ ମୁହଁ କରି ଭୋଜନ କଲେ ଆୟୁ ତଥା ଧନ ପ୍ରାପ୍ତି ହୁଏ । ୪- ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ସାଂଘାତିକ ରୋଗରେ ପୀଡିତ ହୁଅନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!