ଦୈନିକ ରାଶିଫଳ: 07 ଜାନୁୟାରୀ ୨୦୨୧, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୭ତାରିଖ, ଗୁରୁବାର, ଧନୁମାସ ୨୪ଦିନ, ପୌଷମାସ, କୃଷ୍ଣପକ୍ଷ, ନବମୀତିଥି, ଚିତ୍ରାନକ୍ଷତ୍ର, ତୁଳାରାଶିରେ ଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ଲାଉ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୫୨ମିନିଟ୍, ସନ୍ଧ୍ୟା ୬ଟା ୧୨ମିନିଟ୍ ରୁ ରାତ୍ର ୯ଟା ୪୦ମିନିଟ୍। ପର୍ବଦିନ- ଅନ୍ଵଷ୍ଟକା ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ବିନାପରିଶ୍ରମରେ ଧନପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ପ୍ରାୟ ଭଲ ରହିବ। ଉଚ୍ଚ ପ୍ରଶଂସା ଲାଭ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବା ଫଳରେ ଉଚ୍ଚଆଶା ସଫଳ ହେବ। ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ବୃଷ:-

ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ। ପରୀକ୍ଷା ପ୍ରତିଯୋଗିତା ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ। ପରିବାରରେ ମାନ ମନାନ୍ତର ଦୂର ହେବ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ସମୟ ଗୁଡିକ ହସ ଖୁସିରେ ବିତିବ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ:-

ବ୍ୟବସାୟିକ ଗତିବିଧି ଠିକ୍ ରହିବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଲାଭ ପ୍ରାପ୍ତିହେବ। ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି। ଅବହେଳିତ ଲୋକଙ୍କସହ ମିଳାମିଶା କରି ପ୍ରଶଂସା ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିଲେ ନୂତନ ଦିଗ୍ଦର୍ଶନପାଇବେ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କର୍କଟ:-

ପାରିବାରିକ କ୍ଷେତ୍ରରେ ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାକୁ ନେଇ ଉଚିତ୍ ନ୍ୟାୟ ମିଳିବ। ଆତ୍ମୀୟ ଶତ୍ରୁତା ମେଣ୍ଟିଯାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପ୍ରତିଯୋଗିତାପରୀକ୍ଷାରେ କୃତକାର୍ଯ୍ୟ ହେବେ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ହେବା ସହ ସୁଖସମୃଦ୍ଧି ବୃଦ୍ଧିହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।ଲୋକସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ।ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ:-

ଦୈବୀକୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ବହୁତ ବଡ଼ ମୁନାଫା ଉଠେଇ ପାରିବେ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତ ହେବ। ଶାରୀରିକ ସ୍ତରରେ ମଧ୍ୟ ଆପଣ ନିଜ ଭିତରେ ଏକ ନୂତନ ଶକ୍ତି ଅନୁଭବ କରିବେ। ଯାତ୍ରା କରିବାର ସୁଯୋଗ ପାଇବେ। ନୂତନ ଯାନ ପ୍ରାପ୍ତି ହୋଇପାରେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ଖର୍ଚ୍ଚକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ ଓ ଶତୃମାନେ ଦୁର୍ବଳ ହେବେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ କ୍ଷେତ୍ରରେ କଠିିନ ପରିଶ୍ରମ କରି ବିସ୍ତାର କରିପାରିବେ। କେତେକ କ୍ଷେତ୍ରରେ ଭଲ କାମ କରି ସାମାଜିକସ୍ଥିତି, ମାନସମ୍ମାନ ବଜାୟ ରଖିବେ। ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ପ୍ରିୟଜନମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ତୁଳା:-

ସ୍ୱାସ୍ଥ୍ୟରେ ଉନ୍ନତି ହୋଇ ମାନସିକ ଚିନ୍ତା ଦୂର ହୋଇଯିବ। କର୍ମକ୍ଷେତ୍ରରେ ନୂତନଜାଗାର ନିମନ୍ତ୍ରଣ ବା ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହେବେ। ଭଲ ବନ୍ଧୁଙ୍କ ସହ ସମ୍ବନ୍ଧ ହୋଇ ଧନ ପ୍ରାପ୍ତି ହେବ। ଶିକ୍ଷା ସମ୍ବନ୍ଧିତ ସୁବିଧା ମଧ୍ୟ ପାଇବେ। ନିଜ ବିବେକ ଓ ଧୈର୍ଯ୍ୟର ସହିତ କାମ କରିବା ଉଚିତ୍। ଯଦି ଜାଗାଜମି କରବାର କରୁଛନ୍ତି ତେବେ ଆବଶ୍ୟକ ସୁବିଧା ପାଇବେ। ଯେଉଁ କାର୍ଯ୍ୟ କରିବାକୁ ଭାବିଛନ୍ତି ତାହା ମଧ୍ୟ ପୂରଣ ହୋଇପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇ କାର୍ଯ୍ୟରେ ସଫଳତା ମିଳିବ। ନିଜ ଭିତରେ ଏକ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଅଟକିଥିବା କାର୍ଯ୍ୟ ପୂରଣ ହେବାର ସମ୍ଭାବନା ହେଉଛି। ବିଚାରଧିନ କାର୍ଯ୍ୟଗୁଡିକ ମଧ୍ୟ ସମାପ୍ତ ହୋଇପାରେ। ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପୁରଷ୍କାର ମିଳିବା ସହ ରାଜକୀୟ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇପାରେ। କାର୍ଯ୍ୟ ବ୍ୟସ୍ତତା ହେତୁ ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦେଇପାରିବେ ନାହିଁ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-

ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ। ବିଶେଷକରି ପୈତୃକ ସମ୍ପତ୍ତି ପ୍ରାପ୍ତି ହେବ। ପ୍ରତ୍ୟେକ କ୍ଷେତ୍ରରେ ଭଲ ପରାମର୍ଶ ମିଳିବ। ଅର୍ଥ ବିନିଯୋଗ ଦ୍ରୁଷ୍ଟିରୁ କୌଣସି କାମ ହାତକୁନେଇ ପାରନ୍ତି। ଅଚାନକ ଭାବରେ ଏକ ନୂତନ ସମ୍ପର୍କ ସୃଷ୍ଟି ହୋଇ ଭୂମି ସମ୍ପତ୍ତି ଆଦି ମିଳିବ। ନିଜର ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ବୃତ୍ତିଗତ ଜୀବନରେ ଯଥାସମ୍ଭବ ଦକ୍ଷତା ବୃଦ୍ଧିରେ ସାହାଯ୍ୟ ପାଇବେ। ଦୂରଯାତ୍ରା କରିବାର ସୁଯୋଗ ପାଇବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମକର:-

ଶାରୀରିକ ସ୍ତରରେ ଆପଣ ନିଜ ଭିତରେ ଏକ ନୂତନ ଶକ୍ତି ଅନୁଭବ କରିବେ। ଅନେକ ସମସ୍ୟା ଦୂର ହୋଇ ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ନୂତନ ଯାନ ପ୍ରାପ୍ତି ହୋଇପାରେ। ଶିକ୍ଷା ସମ୍ବନ୍ଧିତ ସୁବିଧା ମଧ୍ୟ ପାଇବେ। ସବୁ କ୍ଷେତ୍ରରେ ସଫଳତା ମିଳିବ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ଶତୃମାନେ ଦୁର୍ବଳ ହେବେ। ସମ୍ପତ୍ତି କ୍ରୟବିକ୍ରୟ କରିବାକୁ ଚହୁଁଥିଲେ ଭଲ ଲାଭ ପାଇବେ। ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେଇ ଆଗେଇବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ କରିବେ। ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳହେବ। ବ୍ୟବସାୟ ପ୍ରସାର ଫଳରେ ଅତ୍ୟଧିକ ଲାଭହେବ। ବ୍ୟକ୍ତିଗତ ଜୀବନରେ ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ। ଦାମ୍ପତ୍ୟ ଜୀବନ ଉପରେ ନକରାତ୍ମକ ପ୍ରଭାବ ସୃଷ୍ଟି ହୋଇପାରେ। ପରିବାରଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ମୀନ:-

ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ପାଇବେ। ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ରାଜନୀତିକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ହେବା ସହ ସୁ-ସମ୍ବାଦ ପାଇ ଖୁସିହେବେ। କୃଷିଜୀବିମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କୌଣସି ଯୋଜନା କରିବା ପୂର୍ବରୁ ଗଭୀରଚିନ୍ତା କରିବା ନିହାତି ଆବଶ୍ୟକ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!