ଜାଣନ୍ତୁ କୁଣ୍ଡଳୀର କର୍କଟ ରାଶିରେ ଥିଲେ ଚନ୍ଦ୍ର କଣ ପଡେ ପ୍ରଭାବ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କର୍କଟରାଶିରେ ଚନ୍ଦ୍ର ରହିଥିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଚନ୍ଦ୍ର ମନ, ମାତା, ମାନସିକ ସ୍ଥିତି, ମନୋବଳ, ଦ୍ରବ୍ୟ ବା ବସ୍ତୁ, ଚିତ୍ତ ପ୍ରସନ୍ନତା, ଯାତ୍ରା, ସୁଖ, ଶାନ୍ତି, ଧନ ସମ୍ପତ୍ତି, ଶରୀରର ତରଳ ପଦାର୍ଥ, ରକ୍ତ, ବାମପଟ ଚକ୍ଷୁ, ଛାତି, ଚିନ୍ତା, ମହିଳାଙ୍କ ମାସିକ ଋତୁ ଇତ୍ୟାଦିର କାରକ ହୋଇଥାନ୍ତି । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ସହ, ଚନ୍ଦ୍ରଲଗ୍ନ କୁଣ୍ଡଳୀ ପ୍ରସ୍ତୁତ କରିବା ଉଚିତ୍ । ଜନ୍ମ ସମୟରେ ଯୋଉ ରାଶିରେ ଚନ୍ଦ୍ର ଥାଏ ସେହି ରାଶିରୁ ଆରମ୍ଭ କରିବାକୁ ହୁଏ । ତାତ୍ପର୍ଯ୍ୟ ହେଉଛି ଚନ୍ଦ୍ରମା ମନଷୋଜାତଃ ଏହା ବେଦବାକ୍ୟ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦ୍ର ମନର କାରକ ହୋଇଥିବାରୁ ଅଶୁଭ ଗ୍ରହର ପ୍ରଭାବ ଚନ୍ଦ୍ର ଉପରେ ପଡିଲେ କିମ୍ବା ଚନ୍ଦ୍ର ଅଶୁଭ ରାଶିସ୍ଥିତ ହେଲେ ସବୁ ପ୍ରକାର ଅନିଷ୍ଟ ଫଳ ଭୋଗ କରିବାକୁ ପଡିଥାଏ । ଅନେକ ସମୟରେ ସମସ୍ତ ପ୍ରକାର ସୁଖରେ କାଳାତିପାତ କରୁଥିଲେ ମଧ୍ୟ ଚନ୍ଦ୍ରର ଅଶୁଭତ୍ୱ ଯୋଗ ମନରେ କାଳ୍ପନିକ ଚିନ୍ତା ଯୋଗେ ଏବଂ ଆଶଙ୍କା ବସତଃ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ଅନେକଥର ଏହି ପ୍ରକାର ଅଜଣା ଆତଙ୍କ ଦୁଃଖ ମଣିଷ ଭୋଗ କରିଥାଏ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

କର୍କଟରାଶିରେ ଚନ୍ଦ୍ରଥିଲେ ଜାତକର କର୍କଟରାଶି ହେବ । ଯାହାଫଳରେ ଜାତକ ସଦାଚାରୀ, ବଳବାନ, ବେଦଶାସ୍ତ୍ରଜ୍ଞ, କଳାକୁଶଳ, ଲୋକବିଖ୍ୟାତ, କୀର୍ତ୍ତିବାନ, ଧନବାନ, ଘର, ଭୂମିରେ ସୁଖୀ, ପରୋପକାରୀ, ଧର୍ମାତ୍ମା, ପୁଣ୍ୟକର୍ମକର୍ତ୍ତା, ଯଶସ୍ୱୀ, ସୁଶୀଳ, ଶତୃଜୟୀ, ସତ୍ୟବାଦୀ, ପରାକ୍ରମୀ, ପ୍ରେମୀ, ବାପା ମାଆ ଗୁରୁଜନଙ୍କ ଭକ୍ତ, ଶୀଘ୍ର ଗମନକାରୀ, ବସ୍ତୁ ସଂଗ୍ରହକାରୀ, ଅଧିକାର, ବ୍ୟବସାୟରେ ଉନ୍ନତି, କାବ୍ୟ ସଂଗୀତ, ଚିତ୍ରକଳାପ୍ରେମୀ, ଜଳଯାତ୍ରା ପ୍ରେମୀ, ଗଣିତଜ୍ଞ, ଜ୍ୟୋତିଷପ୍ରେମୀ, କୃତଜ୍ଞ, ଶ୍ରେଷ୍ଠବୁଦ୍ଧି, ଜୀବନସାଥୀଙ୍କ ବଶିଭୂତ, ସନ୍ତାନ ସଂଖ୍ୟା ଅଧିକ ମାତ୍ର ଗୋଟିଏ ପୁତ୍ରର ସୁଖ ମିଳେ ।

ବନ୍ଧୁଜନ ଓ ମିତ୍ର ପ୍ରାପ୍ତି, ଗୃହସ୍ଥ ଧର୍ମକୁ ଭଲଭାବରେ ଜାଣିପାରନ୍ତି, ମଧୁର କଥା କୁହନ୍ତି ଓ ଆନନ୍ଦ ପୂର୍ବକ ରହିଥାନ୍ତି । ୧୧, ୨୧, ୩୪, ୪୧, ୫୧ ବର୍ଷମାନଙ୍କରେ ବିଶେଷ ଶୁଭଫଳ ପାଇଥାନ୍ତି । ଯେଉଁ ଜାତକରେ ଚନ୍ଦ୍ର କର୍କଟ ରାଶିରେ ସ୍ଥିତ ହୋଇ ଶନି, ମଙ୍ଗଳ କିମ୍ବା ରାହୁଯୁକ୍ତ ହୋଇ ଥାନ୍ତି ଜାତକ ଅହଂକାରୀ, ନିଷ୍ଠୁର, କୃପଣ, ରାଜକୋପଦ୍ୱାରା ପୀଡ଼ାପାଏ, ସାଧୁସନ୍ଥ ଭକ୍ତ, ପ୍ରଥମ ଅବସ୍ଥାରେ ଅଳ୍ପ କଷ୍ଟଭୋଗ, ମଧ୍ୟମ ଅବସ୍ଥାରେ ବହୁତ ସୁଖଭୋଗ, ଶେଷରେ ଧର୍ମଯୁକ୍ତ ହୋଇ ତୀର୍ଥଯାତ୍ରା କରନ୍ତି । ପ୍ରଥମ ବର୍ଷରେ ରୋଗ, ତୃତୀୟ ବର୍ଷରେ ଲିଙ୍ଗରେ ପୀଡା ଓ ଏକତିରିଶି ବର୍ଷରେ କଷ୍ଟ ଭୋଗ ହୋଇ ସର୍ପଭୟ ଜାତ ହୁଏ ।

ବତିଶି ବର୍ଷରେ ଶରୀର କଷ୍ଟରେ ପୀଡିତ ହୁଏ, ୪୪ବର୍ଷରେ ପୂର୍ଣ୍ଣ ରୂପରେ ଭାଗ୍ୟ ଉଦୟ ହୋଇଥାଏ । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ ୧- ପ୍ରତ୍ୟେକବର୍ଷ ଜନ୍ମଦିନରେ ସୂର୍ଯ୍ୟଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ସୁନା, ତମ୍ବା, ଗହମ, ଗୁଡ, ଘିଅ, ଲାଲ୍ ବସ୍ତ୍ର, ଲାଲ୍ ଫୁଲ, ଲାଲ୍ ଚନ୍ଦନ ଓ କେଶର ଆଦି ଶକ୍ତି ଅନୁସାରେ ଯେକୌଣସି ଦ୍ରବ୍ୟ ଦାନ କରନ୍ତୁ । ୨- ଶ୍ୱଶୁରଘରୁ ଚନ୍ଦ୍ର ସମ୍ବନ୍ଧିତ ବସ୍ତୁ ପ୍ରାପ୍ତ କରିଲେ ଚନ୍ଦ୍ରଙ୍କ ଶୁଭଫଳ ପ୍ରାପ୍ତି ହୁଏ । ୩- ରାତ୍ରରେ କ୍ଷୀର ସେବନ କରନ୍ତୁ ନାହିଁ । ୪- ପ୍ରତି ସୋମବାର ଦିନ ଅଶୋସ୍ଥ ବୃକ୍ଷ ମୂଳରେ କ୍ଷୀର ଢ଼ାଳନ୍ତୁ । ୫- ପ୍ରତି ସୋମବାର ଦିନ ଶିବଙ୍କ ଉପାସନା କରି କଦଳୀ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟି ଦିଅନ୍ତୁ । ୬- କେବେ ମଧ୍ୟ ପୈତୃକ ସମ୍ପତ୍ତି ବିକ୍ରୟ କରନ୍ତୁ ନାହିଁ । ୭- ପ୍ରତ୍ୟେକ ସଙ୍କ୍ରାନ୍ତିରେ ଘର ବାହାରେ ଐଶାନ୍ୟ କୋଣରେ ମାଟିପାତ୍ରରେ କିଛି କ୍ଷୀର ରଖି ଦିଅନ୍ତୁ । ୮- ଜେଜୀମାଆ, ଆଇ ଓ ମାଆଙ୍କ ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!