କେଉଁ ବାରରେ କେଉଁ କର୍ମ କଲେ ମିଳିବ ଶୁଭଫଳ- Jyotisha Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ରବି ସୋମୋ ମଙ୍ଗଳଶ୍ଚ ବୁଧୋ ଜୀବଃ କବି ଶନିଃ । ଏତେଷାଂ ନାମତୋ ବାରାଃ ସପ୍ତୈବ କଥିତା ସ୍ମୃତାଃ । ରବି, ସୋମ, ମଙ୍ଗଳ ଯେ ବୁଧ ଗୁରୁ ଜାଣ । ଶୁକ୍ର, ଶନି ଆଦି ସପ୍ତ ବାରକୁଟି ଗଣ । ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ଯଥା- ଶିତେନ୍ଦୁ ବୁଧ ଜୀବନାଂ ବାରାଃ ସର୍ବତ୍ର ଶୋଭନାଃ । ଭାନୁଭୁସୁତ ମନ୍ଦାଦାଂ ଶୁଭକର୍ମଷୁ କେଷ୍ୱପି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରବିବାର କର୍ମ ନିର୍ଣ୍ଣୟ- ରାଜକର୍ମ, ରାଜାଭିଷେକ, ରାଜଗମନ, ରାଜଦର୍ଶନ, ଯଜ୍ଞ, ହୋମାଦି କର୍ମ ଓ ଭୂମିକର୍ମ ପ୍ରଭୃତି ରବିବାର ଦିନ କରିବ । ଯଥା- ନୃପାଭିଷେକୋ ନୃପତି ପ୍ରୟାଣାମ୍, ନୃପସ୍ୟକାର୍ଯ୍ୟଂ ନୃପଦର୍ଶନଂ ଚ । ଯଜ୍ଞାଦିକାର୍ଯ୍ୟଂ ଭୁବି କିଞ୍ଚଦୁକ୍ତମ୍, ସର୍ବ ତଦାଦିତ୍ୟଦିନେ ପ୍ରଶସ୍ତମ୍ ।

ସୋମବାର କର୍ମ ନିର୍ଣ୍ଣୟ- ଯାନବାହନନାଦି କର୍ମ, ଶଯ୍ୟା, ଔଷଧସେବନ, ପଥ୍ୟଭୋଜନ, ସର୍ବ ସୌଭାଗ୍ୟକର୍ମ, ଚନ୍ଦନାଦି ଦ୍ରବ୍ୟ ଲେପନ ଓ କ୍ଷେତ୍ରରେ ବୀଜବପନ ପ୍ରଭୃତି କର୍ମ ସୋମବାର ଦିନ କରିବେ । ଯଥା- ଯାନଂ ସୁଷୁପ୍ତିପଥି ସୋମପାନଂ, ସୌଭାଗ୍ୟ କର୍ମଣ୍ୟନୁଲେପନାନି । କ୍ଷେତ୍ରେଷୁବୀଜପନେନଷୁ ଶସ୍ତଂ, ସୋମସ୍ୟବାରେପିନରଃ ପ୍ରକୁର୍ଯ୍ୟାତ୍ ।

ମଙ୍ଗଳବାର କର୍ମ ନିର୍ଣ୍ଣୟ- ବାଦବିବାଦ, ମାଲିମକଦ୍ଦମା, ଗୃହନିର୍ମାଣ, ନଗରପୁର ନିର୍ମାଣ, ସେନାଧିପତ୍ୟ ବା ନେତୃତ୍ୱ ଗ୍ରହଣ, ବ୍ୟାୟାମ ଶିକ୍ଷା, ଶସ୍ତ୍ରଶିକ୍ଷା, ଦୁ୍ୟତକ୍ରୀଡ଼ା, ଚୌରକର୍ମ ଓ ଶିକାର କରିବା ପ୍ରଭୃତି ମଙ୍ଗଳବାରରେ ପ୍ରଶସ୍ତ । ଯଥା- ଭେଦାଭିଘାତଂ ନଗରଂ ପୁରଂ ବା, ସେନାଧିପତ୍ୟଂ ଚ ତଥୈବ ରାଜ୍ଞଃ । ବ୍ୟାୟାମଶତ୍ସ ବ୍ୟସନାନି ଚୌର୍ଯ୍ୟଂ, କୁର୍ଯ୍ୟାଦିନେ ଭୂମିସୁତସ୍ୟ ସର୍ବମ୍ ।

ବୁଧବାର କର୍ମ ନିର୍ଣ୍ଣୟ- ବିଦେଶ ବା ଦୂରଯାତ୍ରା, ଯୁଦ୍ଧବିଦ୍ୟା ସାଧନା, କନ୍ୟା ପ୍ରଦାନ, ଗୁରୁଦେବତା ପୂଜା, ଅର୍ଥ ସଂଗ୍ରହ, ମନ୍ତ୍ର ସାଧନା ଓ ସମସ୍ତ ଶୁଭକର୍ମ ବୁଧବାରଦିନ କରିବା ପ୍ରଶସ୍ତ । ଯଥା- ଦୂରପ୍ରବାସ ରଣସାଧନଂ ଚ, କନ୍ୟାପ୍ରଦାନଂ ଗୁରୁଦେବ ପୂଜାଂ । ଅର୍ଥସ୍ୟମନ୍ତ୍ରଂ ପ୍ରତିପାଦାନାର୍ଥେ, ଶୀଘ୍ରଂ ଚ ସିଦ୍ଧି ର୍ଦିବସେ ବୁଧସ୍ୟ ।

ଗୁରୁବାର କର୍ମ ନିର୍ଣ୍ଣୟ – ବିଦ୍ୟାରମ୍ଭ, ଦେବତାପ୍ରତିଷ୍ଠା ଓ ପୂଜା, ବେଦପଠନ, ହୋମ ଯଜ୍ଞାଦି କର୍ମ, ସମସ୍ତ ସଂସ୍କାରକର୍ମ, ଦୀକ୍ଷାଗ୍ରହଣ, ବ୍ରାହ୍ମଣସେବା, ଭକ୍ତିକାର୍ଯ୍ୟ, ବସ୍ତ୍ରାଭୁଷଣାଦି କାର୍ଯ୍ୟ ଓ ଧାରଣ, କୃଷି କାର୍ଯ୍ୟ ଓ କୃଷିଦ୍ରବ୍ୟ କ୍ରୟ ବିକ୍ରୟ ପାଇଁ ଗୁରୁବାର ପ୍ରଶସ୍ତ । ଯଥା- ସ୍ୱାଧ୍ୟୟ ଦେବାର୍ଚ୍ଚନ ଯଜ୍ଞକାର୍ଯ୍ୟଂ । ଶୋଡ଼ଷସଂସ୍କାର ଦୀକ୍ଷା ଦ୍ୱିଜଭକ୍ତ୍ୟାଂ । ଭକ୍ତାନି ବସ୍ତ୍ରାଣି ସୁଭୂଷଣାନି କାର୍ଯ୍ୟାଂ । କୃଷିଂ ଚ କୁର୍ଯ୍ୟାଦ୍ଦିବସେ ଗୁରୋଶ୍ଚ ।

ଶୁକ୍ରବାର କର୍ମ ନିର୍ଣ୍ଣୟ- ଗୋରୁଗୋଠ କର୍ମ, ବାସଗୃହ ନିର୍ମାଣ, ଶତ୍ରୁ ଦମନ, ଯାନ ଆରୋହଣ, ବିଦ୍ୟାଅଧ୍ୟୟନ, କନ୍ୟା ପ୍ରଦାନ ଓ କ୍ରୟବିକ୍ରୟାଦି କର୍ମମାନ ଶୁକ୍ରବାରରେ କରିବା ପ୍ରଶସ୍ତ । ଯଥା- ଗୋଷ୍ଠେସୁବାସଂ ହୟ ମର୍ଦ୍ଦନାନି, ଜ୍ଞାନପ୍ରୟୋଗଂ ଗଜାରୋହଣଂ ଚ । କନ୍ୟାପ୍ରଦାନଂ କ୍ରୟ ବିକ୍ରୟାଣି, ଶୁକ୍ରସ୍ୟବାରେଽପିକୃତଂ ପ୍ରୟୋଗଃ ।

ଶନିବାର କର୍ମ ନିର୍ଣ୍ଣୟ- ଲୌହାଦି ଧାତୁକ୍ରୟ, ଯଜ୍ଞହୋମାଦି କର୍ମ ଆରମ୍ଭ ବା ଶେଷ, ଯୁପକାଷ୍ଠ ନିର୍ମାଣ, ଗୃହ ପ୍ରବେଶ କର୍ମ, ହସ୍ତୀ ଅଶ୍ୱାଦି ଆରୋହଣ ବା ଯାନବାହନ କ୍ରୟ ଓ ଚାଳନ । ଗ୍ରାମ ମଧ୍ୟେ ପ୍ରବେଶ, ନଗରପୁର ପ୍ରବେଶ ଏବଂ ପୁରାଣପଠନ କର୍ମ ସଂପୂର୍ଣ୍ଣ, ଦାସକର୍ମ ପ୍ରଭୃତି ବା ନୂତନ କର୍ମରେ ଯୋଗଦେବା ପାଇଁ ଶନିବାର ପ୍ରଶସ୍ତ । ଯଥା- ସ୍ଥାପ୍ୟ ସମାପ୍ୟଂ କ୍ରତୁଯୁପକାର୍ଯ୍ୟଂ, ସଦ୍ମ ପ୍ରବେଶୋ ଗଜବାଜୀବାହାତ୍ । ଗ୍ରାମପ୍ରବେଶଂ ନଗରେ ପୁରେବା, କୁର୍ଯ୍ୟାଦ୍ଦିନେ ସୂର୍ଯ୍ୟସୁତସ୍ୟ ସର୍ବଂ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏହି ଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!