ଦୈନିକ ରାଶିଫଳ: 17 ଜୁନ 2021, ମା’ ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁନମାସ ୧୭ ତାରିଖ, ଗୁରୁବାର, ମିଥୁନମାସ ୩ ଦିନ, ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ସପ୍ତମୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହରାଶିରେ ଚନ୍ଦ୍ର । ତୁଳା, କୁମ୍ଭ, ରାଶିର ଘାତବାର । କର୍କଟ, ମକର ରାଶିର ଘାତଚନ୍ଦ୍ର । ତାଳ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୫ଟା ୧୨ମିନିଟ୍ ରୁ ୬ଟା ୩ମିନିଟ୍, ଦିବା ୯ଟା ୩୬ମିନିଟ୍ ରୁ ୧୧ଟା ୨୦ମିନିଟ୍, ସନ୍ଧ୍ୟା ୭ଟା ୭ମିନିଟ୍ ରୁ ରାତ୍ର ୯ଟା ୧୫ମିନିଟ୍, ରାତ୍ର ୧ଟା ୯ମିନିଟ୍ ରୁ ୨ଟା ୧୮ମିନିଟ୍ । ପର୍ବଦିନ-ବସୁମତୀ ସ୍ନାନ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ଭୋଗ ବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ବ୍ୟବସାୟରେ ଉନ୍ନତି ଓ ଅତ୍ୟଧିକ ଲାଭ ପାଇବାର ଆଶା ଉଜ୍ଜଳ ହେବ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧିହୋଇ ପାରେ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-

ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର ହେବ । ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ କର୍ମଚାରୀମାନେ ବେସୀ ଉପକୃତ ହେବେ । କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ ବରଂ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ମିଥୁନ:-

ଆକସ୍ମିକ ଧନପ୍ରାପ୍ତି ହେବ । ଆୟପନ୍ଥାର ପରିବର୍ତ୍ତନ ଆସିବ । ବିଦ୍ୟୁତବିଭାଗ, ପ୍ରଶାସନବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଇଲୋକଟ୍ରୋନିକ୍ସମିଡିଆ ଓ ପ୍ରିଣ୍ଟମିଡିଆ ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ ହେବେ । ପରିବାରରେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ ।

କର୍କଟ:-

ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ରାଜନୀତି କ୍ଷେତ୍ରରେ ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର ହେବ । ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ । କୌଣସି କଥାବର୍ତ୍ତାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଯିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ସମାଜସେବା କାର୍ଯ୍ୟରେ ଯୋଗ ଦେଇ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ । ସହକର୍ମୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ସମ୍ବନ୍ଧରେ ଘନିଷ୍ଠତା ସୃଷ୍ଟିହେବ । ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଆର୍ଥିକ ଦିଗରୁ ଉନ୍ନତି ହେବ । ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ଆପୋଷ ସମାଧାନ ହେବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

କନ୍ୟା:-

ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ପ୍ରିୟବନ୍ଧୁ ଆର୍ଥିକ ସହାୟତାର ହାତ ବଢେଇବେ । ପାରିବାରିକ ସମସ୍ୟାକୁ ସୁଧାରୀ ନେବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ସାମ୍ବାଦିକ ମାନେ ପ୍ରଶଂସିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-

ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ । ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଦୂରେଇ ଯିବ । କର୍ମକ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠାରୁ ଯଶପ୍ରଶଂସାର ଅଧିକାରି ହେବା ସହ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳର ଅବସାନ ହେବ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ସୁଯୋଗ ପାଇବେ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ଫଳରେ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ଓ ଗୃହସ୍ଥ ଜୀବନ ସୁଖମୟ ହେବ । ଆର୍ଥିକ କ୍ଷେତ୍ରରେ ଆଶାତୀତ ପରିବର୍ତ୍ତନ ଆସି ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ଧନୁ:-

ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବା ଫଳରେ ପ୍ରଶଂସିତ ହେବେ । ପାରିବାରିକ ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ପ୍ରାପ୍ତି ହେବା ସହ ଖର୍ଚ୍ଚ ତୁଳନାରେ ଆୟ ବହୁତ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ଉନ୍ନତି ହେବା ସହ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ମନମୁତାବକ ଲାଭବାନ ହେବାର ସମ୍ଭାବନା ଅଛି । ଛାତ୍ରଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ କଠିନ ପରିଶ୍ରମ କରି ଶାରିରୀକ କଷ୍ଟ ଭୋଗି ପାରନ୍ତି । ପ୍ରତିକାର:- କଦଳୀଗଛ ମୂଳରେ ହଳଦୀପାଣି ଢାଳନ୍ତୁ ।

କୁମ୍ଭ:-

ଶାରୀରିକ ସୁସ୍ଥତା ସହ ମାନସିକ ସ୍ଥିରତା ଦେଖାଦେବ । ବ୍ୟବସାୟରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଫଳରେ ଆୟ ଅପେକ୍ଷା ବ୍ୟୟ ଅଧିକ କରିବେ । ଛାତ୍ରଛାତ୍ରୀମାନେ ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-

ସାମ୍ବାଦିକ ମାନେ ପ୍ରଶଂସିତ ହେବେ । ପୁରାତନ ରୋଗରୁ ମୁକ୍ତି ପାଇବା ସହ ଆୟରସ୍ରୋତ ବୃଦ୍ଧିହେବ । ସାମାଜିକ କାର୍ଯ୍ୟରେ ଭାଗ ନେଇ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସମାଧାନ କରି ଶାନ୍ତି ପାଇବେ ଓ ପରିବାରରେ ଆନନ୍ଦର ଲହରୀ ଖେଳି ଯିବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!