ଦୈନିକ ରାଶିଫଳ: 18 ଜୁନ 2021, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜୁନମାସ ୧୮ ତାରିଖ, ଶୁକ୍ରବାର, ମିଥୁନମାସ ୪ ଦିନ, ଜ୍ୟେଷ୍ଠମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ, ରାତି ୮ଟା ୩୯ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଶୁଭସମୟ- ପ୍ରାତଃ ୬ଟା ୫ମିନିଟ୍ ରୁ ୬ଟା ୫୬ମିନିଟ୍, ଦିବା ୧୨ଟା ୧୫ମିନିଟ୍ ରୁ ୨ଟା ୫୧ମିନିଟ୍, ସନ୍ଧ୍ୟା ୬ଟା ୨୪ମିନିଟ୍ ରୁ ରାତ୍ର ୮ଟା ୩୨ମିନିଟ୍, ରାତ୍ର ୧୨ଟା ୫୩ମିନିଟ୍ ରୁ ୩ଟା ୧ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବା ସହ ମାନସିକ ଚିନ୍ତା ଦୂର ହେବ । ରାଜକୀୟ ମାମଲାରେ ସଫଳତା ମିଳିବ । ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ପାରିବାରିକ ସୁଖ ଶାନ୍ତି ବୃଦ୍ଧି ହେବ । ଉଚ୍ଚାଧିକାରୀ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ଜନସମ୍ପର୍କ ସୁଦୃଢ ହେବ । ଯାହା ଚିନ୍ତା କରିଛନ୍ତି ଆଜି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।

ବୃଷ:-

ସାମ୍ବାଦିକ ମାନଙ୍କର ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ଦକ୍ଷତାକୁ କେନ୍ଦ୍ରକରି ବହୁତ ଲାଭ ଉଠାଇ ପାରିବେ । ଘରୁ ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ସାମାଜିକ ପତିଆରା ଅମଳିନ ରହିବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି । କର୍ମକ୍ଷେତ୍ରରେ ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ବିଶେଷ ଲାଭବାନ ହେବେ । ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ପ୍ରତ୍ୟକ୍ଷ ଓ ପରୋକ୍ଷ ଶତ୍ରୁତା କରୁଥିବା ଈର୍ଷାପରାୟଣ ବ୍ୟକ୍ତିମାନେ ଲଜ୍ଜିତ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ବ୍ୟବସାୟରେ ଲୋକ ସମ୍ପର୍କ ବୃଦ୍ଧି ହେବା ସହ ଲାଭର ପରିମାଣ ଅଧିକ ହେବ । ପାରିବାରିକସ୍ତର ହସ ଖୁସିରେ କଟିବ ଓ ଚିନ୍ତା କରିଥିବା କାମ ଗୁଡିକ ପୂରଣ ହୋଇ ସୁଖ ସମୃଦ୍ଧି ବୃଦ୍ଧି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶତୃମାନେ ପରାଜିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପାରିବାରିକ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦୂରେଇ ଯିବ । ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । କଳା, ସାହିତ୍ୟ, କ୍ରିଡା, ଚଳଚିତ୍ର ଆଦିରେ ପ୍ରଶଂସା ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ଶାରୀରିକ କଷ୍ଟ ଦୂର ହେବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ । ମନରେଥିବା କାମନା ପୂର୍ଣ୍ଣ ହେବ । ନିଜର ଚତୁରତା ଓ ବୁଦ୍ଧି ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । ସନ୍ତାନଙ୍କ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ତୁଳା:-

ବ୍ୟବସାୟରେ ଭାଗୀଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇପାରେ । ପାରିବାରିକ କ୍ଷେତ୍ରରେ ଆଲୁଅ ଅନ୍ଧାରର ଲୁଚକାଳି ଖେଳଭଳି ଅନୁଭବ କରିବେ । କର୍ମକ୍ଷେତ୍ରରେ ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିବେ । ସ୍ୱାସ୍ଥ୍ୟ ପାଇଁ ଅଧିକରୁ ଅଧିକ ସତର୍କ ରହିବା ଆବଶ୍ୟକ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-

ପରିବାର ଜନଙ୍କ ସହିତ ସମୟ ବିତେଇବେ । ବ୍ୟବସାୟରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । କେତେକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସହଜ ସରଳ କରି ପ୍ରଶଂସିତ ହେବେ । ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ଯୋଗେ ଲାଭ ପାଇବେ । ଲୋକଙ୍କ ସମ୍ପର୍କରେ ରହିବେ । ଘରୁ ବାହାରକୁ ବାହାରିବା ଦ୍ଵାରା ହସ ଖୁଶିର ପରିବେଶ ଫିକା ପଡିଯାଇ ପାରେ । ପାଖ ପଡୋଶୀମାନେ କଟୁବଚନ ଶୁଣେଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହେବ । କର୍ମକ୍ଷେତ୍ରରେ ସହଯୋଗ ପାଇ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ମନ ଓ ଶରୀର ଭଲ ରହିବ । ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା ପାଇଁ ସହଜ ହେବ । ବନ୍ଧୁମାନଙ୍କ ସାହାଯ୍ୟ ପାଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚତୁରୀ କଥା କହି କାର୍ଯ୍ୟ ପୂରଣ କରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-

ସାଧୁ ସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ ଓ ବିରୋଧୀମାନେ ପରାସ୍ତ ହେବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ମିତ୍ର ଓ ସହଯୋଗୀଙ୍କ ଦ୍ଵାରା ଆଶାତୀତ ସହଯୋଗ ମିଳିବ । ରାଜନୀତି କ୍ଷେତ୍ରରେ ଅନେକ ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମରେ ଉନ୍ନତି ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-

ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । କର୍ମକ୍ଷେତ୍ରରେ ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ବ୍ୟବସାୟରେ ଲାଭ ପାଇ ମନର ଅଶାନ୍ତି ଦୂରହେବ । ରାଜନୈତିକ କ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ । ନିଜର ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-

ସରକାରୀ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବା ଫଳରେ ପ୍ରଶଂସିତ ହେବେ । ବ୍ୟବସାୟୀ ମାନେ ପ୍ରଚୁର ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ପାରିବାରିକ ସମସ୍ୟା ସମାଧାନ ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆତ୍ମୀୟ ସ୍ଵଜନଙ୍କ ପାଇଁ ଗୃହୋପକରଣ କ୍ରୟ କରିବେ । ଶିକ୍ଷା କ୍ଷେତ୍ରରେ ମନ ଯୋଗଦେଇ ଶୁଭ ସୂଚନା ପାଇବେ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!