ଜୀବନରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଥିଲେ କରନ୍ତୁ ସିନ୍ଦୂରର ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ଧର୍ମରେ ସିନ୍ଦୂରର ବିଶେଷ ମହତ୍ଵ ରହିଛି । ଶାସ୍ତ୍ରରେ ଦିଆଯାଇଛି ଯେ ସଧବା ସ୍ତ୍ରୀମାନେ ସିନ୍ଦୂର ଲଗାଇଲେ ସ୍ଵାମୀଙ୍କର ଆୟୁଷ ବୃଦ୍ଧି ପାଇଥାଏ ଓ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ତେଣୁ ସଧବା ସ୍ତ୍ରୀମାନେ ମଥାରେ ସିନ୍ଦୂର ଲଗାଇଥାନ୍ତି । ସିନ୍ଦୂର ସଧବା ସ୍ତ୍ରୀମାନଙ୍କର ଶୃଙ୍ଗାର ହେବାର ଏକ ବିଶେଷ ଭାଗ ଅଟେ । ସଧବା ସ୍ତ୍ରୀମାନେ ସିନ୍ଦୂର ନ ଲଗାଇଲେ ଅଶୁଭ ବୋଲି କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରତିଦିନ ସକାଳୁ ଗାଧୋଇସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାବେଳେ ସେଥିରେ କିଛି ସିନ୍ଦୂର ମିଶାଇ ଦିଅନ୍ତୁ । ଘରର ମୁଖ୍ୟ ଦ୍ଵାର ମୁହଁରେ ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଏଥିରେ ଘରେ ସୁଖ ଶାନ୍ତି ମିଳିଥାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କର ସବୁବେଳେ ଝଗଡା ହେଉଛି ସେମାନେ ଏହି ଉପାୟ ନିଶ୍ଚୟ ଉପଯୋଗ କରିବା ଉଚିତ୍ । କୁହାଯାଏ କି ତେଲ ବା ଘିଅରେ ସିନ୍ଦୂର ମିଶାଇ ଘରର ମୁଖ୍ୟ ଦ୍ଵାର ମୁହଁରେ ଲଗାଇଲେ ନକରାତ୍ମକ ଊର୍ଜା ପ୍ରବେଶ କରିପାରେ ନାହିଁ ।

ଏହା ଅନ୍ତତଃ ୪୦ଦିନ ପର୍ଯ୍ୟନ୍ତ କଲେ ଘରେ ବାସ୍ତୁଦୋଷ ଦୂର ହୋଇଯାଏ । ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କର ମଧ୍ୟ ବିନା ସିନ୍ଦୂରରେ ପୂଜା ଅଧୁରା ହୁଏ । ଯଦି ଧନ ହାନି ହେଉଥାଏ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ୫ଟି ମଙ୍ଗଳବାର ଓ ଶନିବାର ଦିନ ଚମେଲି ତେଲରେ ସିନ୍ଦୂର ମିଶାଇ ଭଗବାନ ଶ୍ରୀ ହନୁମାନଙ୍କୁ ଚଢାନ୍ତୁ । ଚମେଲି ତେଲରେ ସିନ୍ଦୂର ମିଶାଇ ଭଗବାନ ଶ୍ରୀ ହନୁମାନଙ୍କୁ ଚଢାଇଲେ ବ୍ୟବସାୟରେ ଉନ୍ନତି ହୁଏ ଓ ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯାଏ ।

ସିନ୍ଦୂରକୁ ରୋଗୀମାନଙ୍କ ଉପରେ ବୁଲାଇ ଆଣି ଜଳରେ ପ୍ରବାହିତ କରିଲେ ରୋଗରୁ ରକ୍ଷା ମିଳିଥାଏ । ଭଗବାନ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ସିନ୍ଦୂର ଲଗାଇ ଘରର ମୁଖ୍ୟ ଦ୍ଵାରରେ ରଖିଲେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ମିଳିଥାଏ । ସଧବା ସ୍ତ୍ରୀମାନେ ସକାଳୁ ମୁଣ୍ଡ ଧୋଇ ଗାଧୋଇବା ପରେ ପ୍ରଥମେ ମାତା ଗୌରୀଙ୍କୁ ସିନ୍ଦୂର ଅର୍ପଣ କରିବେ ଓ ସେହି ସିନ୍ଦୂରରୁ ନିଜେ ମଧ୍ୟ ଲଗାଇବା ଉଚିତ୍ ।

ଏପରି କରିଲେ ବୈବାହିକ ଜୀବନ ସୁଖରେ ବିତାଇବେ । ସଧବା ସ୍ତ୍ରୀମାନେ ମଥାରେ ସିନ୍ଦୂର ଲଗାଇବା ବେଳେ ବହୁତ ସାବଧାନ ରହିବା ଉଚିତ୍ । ସିନ୍ଦୂରକୁ ମଥାର ଠିକ୍ ମଝିରେ ଲଗାଇବା ଆବଶ୍ୟକ । ମାନ୍ୟତା ଅନୁସାରେ ସିନ୍ଦୂରକୁ ସର୍ବଦା ଲମ୍ବା ଆକାରରେ ଲଗାଇବା ଉଚିତ୍ । ସିନ୍ଦୂର ଲଗାଇ ଲୁଚେଇଲେ ସ୍ଵାମୀଙ୍କ ଉପରେ ପ୍ରଭାବ ପଡିଥାଏ । ଏହି ସବୁ ଉପାୟକୁ ଉପଯୋଗ କରିଲେ ଶୁଭ ପରିଣାମ ମିଳିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!