ଦୈନିକ ରାଶିଫଳ: 24 ମଇ 2021, ମହାଦେବଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ସବୁ କଷ୍ଟରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ମଇମାସ ୨୪ତାରିଖ, ସୋମବାର, ବୃଷମାସ ୧୦ ଦିନ, ବୈଶାଖମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି, ଚିତ୍ରାନକ୍ଷତ୍ର, ସକାଳ ୯ଟା ୪୮ ମିନିଟ୍ ଗତେ ସ୍ଵାତୀ ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର । ମିଥୁନ ରାଶିର ଘାତବାର । ବାଇଗଣ ନ ଖାଇଲେ ଭଲ । ଶୁଭସମୟ- ସକାଳ ୮ଟା ୪୧ମିନିଟ୍ ରୁ ୧୦ଟା ୨୪ମିନିଟ୍, ରାତ୍ର ୯ଟା ୧୧ମିନିଟ୍ ରୁ ୧୦ଟା ୨୦ମିନିଟ୍, ରାତ୍ର ୧୧ଟା ୪୪ମିନିଟ୍ ରୁ ୧୨ଟା ୫ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଅବହେଳିତ ଲୋକଙ୍କସହ ମିଳାମିଶା କରି ନୂତନ ଦିଗ୍ଦର୍ଶନ ପାଇ ଉଚ୍ଚ ପ୍ରଶଂସିତ ହେବେ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଆୟକୁ ବଢାଇବା ପାଇଁ ବହୁତ ପ୍ରୟାସ କରିବେ । ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ ।

ବୃଷ:-ଉତ୍ତମ ରୋଜଗାର ମିଳିବ । ନୂତନ କର୍ମ ନିଯୁକ୍ତି ପାଇ ପାରନ୍ତି । ଗୃହସ୍ଥ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ପ୍ରେରଣା ଓ ସହକର୍ମୀଙ୍କ ସାହାଯ୍ୟ ପାଇ ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ । କିଛି ନୂଆସୁଯୋଗ ଆସିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ ।

ମିଥୁନ:-ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ହାତକୁ ନେବେ । କର୍ମକ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ତାହାର ସମାଧାନ କରିପାରିବେ । ରାଜନୀତିରେ ଫାଇଦା ଉଠାଇବେ । ବନ୍ଧୁମିତ୍ରଙ୍କ ଆର୍ଥିକ ସହାୟତା ଫଳରେ ବ୍ୟବସାୟରେ ବିଶେଷ ଲାଭବାନ ହେବେ । କୌଣସି କ୍ଷେତ୍ରରେ ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:-ଶତୃବଧା ଦୂରେଇ ଯିବ । ଆୟବୃଦ୍ଧି ହୋଇ ଋଣମୁକ୍ତିପାଇଁ ରାସ୍ତା ଦେଖାଦେବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ମାନ, ସମ୍ମାନ, ଯଶ, ପ୍ରତିଷ୍ଠା, ପ୍ରତିପତ୍ତି ଓ ସୁଖ ସମ୍ପଦ ପ୍ରାପ୍ତିହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ନୂତନ ସମ୍ପତି କ୍ରୟ କରି ପାରନ୍ତି । କେତେକ କ୍ଷେତ୍ରରେ ସୁବିଧା ଓ ସମ୍ମାନ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ନୂତନପନ୍ଥା ଅନୁସରଣ କରି ବ୍ୟବସାୟରେ ପ୍ରଚୁର ଲାଭହେବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହେବାଫଳରେ ମାନସିକ ଦୁଶ୍ଚିନ୍ତା ଦୂରହେବ । ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରି ପାରନ୍ତି । ପ୍ରତିକାର- ମିଠାଦହି ଖାଇ ଘରୁ ବାହାରନ୍ତୁ ।

ତୁଳା:-ଶତୃମାନେ ମଥାନତ କରିବେ । କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ଜାଗାଜମି, ଯାନବାହାନ, ସମ୍ପତ୍ତି କ୍ରୟ ବିକ୍ରୟ କରିପାରିବେ । ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ସୁଯୋଗ ପାଇବେ । ପୁରାତନ ରୋଗର ଉପସମ ଓ ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପ୍ରତିକାର- ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ସାହିତ୍ୟ ଓ କଳା କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଉଚିତ୍ ପନ୍ଥା ଗ୍ରହଣ କରି ସଂଘର୍ଷ ଦ୍ଵାରା ସଫଳତା ପାଇବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ କୌଶଳକ୍ରମେ ସମାଧାନ କରିବେ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ଧନୁ:-କର୍ମକ୍ଷେତ୍ରରେ ଉତ୍ସାହ ଉଦ୍ଦିପନା ଯୁକ୍ତ ହେବା ସହ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଭଲ ଲାଭ ପାଇବେ । ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଉତ୍ତମ ରୋଜଗାର ହୋଇ ଆର୍ଥିକସ୍ଥିତିରେ ସୁଧାର ଆସିବ । ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନରେ ଶୁଭ ଫଳ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟକରି ପ୍ରଶଂସିତ ହେବେ । ଆର୍ଥିକକ୍ଷେତ୍ରରେ ପରିବର୍ତ୍ତନ ଆସିବ । କର୍ମସନ୍ଧିତ୍ସୁ ମାନେ ବିଳମ୍ବରେ କର୍ମ ନିଯୁକ୍ତି ପାଇବେ । ଦାମ୍ପତ୍ୟସୁଖରେ ବୃଦ୍ଧିହେବା ସହ ପରିବାରରେ ଶାନ୍ତି ବିରାଜମାନ କରିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ପ୍ରତିକାର- କଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କୁମ୍ଭ:-ସହକର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ବ୍ୟବସାୟରେ ଉନ୍ନତି ହେବା ସହ ଲାଭବାନ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭକରିବେ । ଅନେକ କ୍ଷେତ୍ରରେ ପୂର୍ବ ଯୋଜନା ସଫଳହେବା ଫଳରେ ବିଶେଷ ଲାଭ ପ୍ରାପ୍ତି ହେବ । ଏମିତି କାର୍ଯ୍ୟ କରିବେ ଯାହାକି ଭବିଷ୍ୟତ ଆକାଂକ୍ଷାକୁ ପୂର୍ଣ୍ଣ କରିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ମୀନ:-ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଇ ପ୍ରଶଂସା ପାଇବେ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ କରିଥିବା ଯୋଜନା ସଫଳ ହୋଇପାରିବ । ପଡା ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହୋଇପାରେ । ଛାତ୍ରଛାତ୍ରୀମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ । ଯାହାର ବେଶି ଉପକାର କରିଥିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!