ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା, ମିଳିବ ମନୋବାଞ୍ଛିତ ଫଳ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ ଜାଣନ୍ତୁ ଜନ୍ମାଷ୍ଟମୀରେ କେମିତି କରିବେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା?

ସାଧାରଣତଃ ଲୋକମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ହରିଜନ୍ମ ବୋଲି ମଧ୍ୟ କହିଥାନ୍ତି ବା ହରିଜନ୍ମ ବ୍ରତ ଭାବରେ ପାଳନ କରନ୍ତି। ନର ରୂପରେ ଶ୍ରୀହରି ମର୍ତ୍ୟରେ ଜନ୍ମ ଗ୍ରହଣ କରି ଲୀଳା କରିଯାଇଛନ୍ତି। ସବୁ ରାଶିର ଅଧିପତି ଗ୍ରହ ହୋଇଥିବାରୁ ଓ ଗ୍ରହ ମାନଙ୍କର ଇଷ୍ଟ ଗ୍ରହରୁପି ଜନାର୍ଦନ ଶ୍ରୀହରି ହୋଇଥିବାରୁ ହରିଜନ୍ମ ବ୍ରତ ପାଳନ କଲେ ଗ୍ରହ ପୀଡାରୁ ମୁକ୍ତି ପାଇବା ସହ ଧନ-ଜନ, ଗୋପ ଲକ୍ଷ୍ମୀ ପ୍ରାପ୍ତି ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଦେବକୀ ନନ୍ଦନ, ରାଧାପ୍ରିୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରାତ୍ରି ୧୨ ଟା ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ବିଧି ବିଧାନ ଅନୁସାରେ କରିବା ଆବଶ୍ୟକ।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପ୍ରାତଃରୁ ସ୍ନାନ ସାରି ଘରକୁ ସ୍ବଚ୍ଛ କରନ୍ତୁ, ନାନା ପ୍ରକାରର ସୁଗନ୍ଧିତ ପୁଷ୍ପରେ ଘରକୁ ସଜାନ୍ତୁ। କାହ୍ନାଙ୍କୁ ଝୁଲାଇବା ପାଇଁ ଆଣିଥିବା ଝୁଲାକୁ ଭଲଭାବେ ସଯାଇ ଦିଅନ୍ତୁ।

ଏହାପରେ ଭଗବାନଙ୍କୁ ଶୁଦ୍ଧ ଜଳରେ ସ୍ନାନ କରାଇ ତାଙ୍କୁ ଦୁଗ୍ଧ, ଦହି, ଘିଅ, ମହୁ, ଚିନି ବା ପଞ୍ଚାମୃତରେ ସ୍ନାନ କରାନ୍ତୁ। ଏହାପରେ କ୍ଷୀରରେ ଅଭିଷେକ କରାଇ ଭଗବାନଙ୍କୁ ବସ୍ତ୍ର ପିନ୍ଧାନ୍ତୁ। ସମସ୍ତ ଆଭୁଷଣରେ ସୁଶୋଭିତ କରି କେଶର ଓ ଚନ୍ଦନର ତିଳକ ଲଗାନ୍ତୁ। ଏହାପରେ ଝୁଲଣାରେ ତାଙ୍କୁ ଶୁଆଇ ଦିଅନ୍ତୁ। ଏହିଭଳି ଭାବରେ ପୂଜା କଲେ ଆପଣଙ୍କୁ ସେ ସୁଖ ଓ ସମୃଦ୍ଧି ପ୍ରଦାନ କରିବେ।

ରାତ୍ରି ୧୨ଟା ପର୍ଯ୍ୟନ୍ତ ଭଗବାନଙ୍କର ଭଜନ, କୀର୍ତ୍ତନ ବା ଜପ କରନ୍ତୁ। ରାତ୍ରି ୧୨ଟା ରେ ଭଗବାନଙ୍କର ଆରତୀ କରି ଜନ୍ମଦିନ ପାଳନ୍ତୁ। ରାଶି ଅନୁସାରେ ପୂଜା କଲେ ଆତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୁଏ।

ନିଜ ରାଶି ଅନୁସାରେ ପ୍ରତ୍ୟକ ବର୍ଷ ଜନ୍ମାଷ୍ଟମିରେ କାହ୍ନାଙ୍କୁ ଏହି ଭଳି ସଜାନ୍ତୁ ଓ ଏହି ଭୋଗ ଲଗାନ୍ତୁ, ମିଳିବ ଶୁଭଫଳ-

ମେଷ- ନାଲି ବସ୍ତ୍ର ପିନ୍ଧାନ୍ତୁ ଏବଂ ରକ୍ତ ଚନ୍ଦନର ତିଳକ ଲଗାନ୍ତୁ।

ବୃଷ- ଧଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, କର୍ପୁର ମିଶ୍ରିତ ଚନ୍ଦନରେ ତିଳକ ଲଗାନ୍ତୁ।

 

ମିଥୁନ- ସବୁଜ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ଚନ୍ଦନର ତିଳକ ଲଗାନ୍ତୁ।

କର୍କଟ- ଘିଅ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ଛେନାରେ ପ୍ରସ୍ତୁତ ଦ୍ରବ୍ୟର ଭୋଗ ଲଗାନ୍ତୁ।

ସିଂହ- କମଳା ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, କୁମକୁମ ତିଳକ ଲଗାନ୍ତୁ।

କନ୍ୟା- ସବୁଜ ବସ୍ତ୍ର ପିନ୍ଧାନ୍ତୁ ଏବଂ ଫଳ ଭୋଗ ଲଗାନ୍ତୁ।

ତୁଳା- ଚାନ୍ଦି ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, ଲହୁଣୀ ଓ ମିଶ୍ରି ଭୋଗ ଲଗାନ୍ତୁ।

ବିଛା- ଗୋଲାପି ବସ୍ତ୍ର ପିନ୍ଧାନ୍ତୁ ଓ ଖିରି ଭୋଗ ଲଗାନ୍ତୁ।

 

ଧନୁ- ହଳଦୀ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, ପାଚିଲା ଫଳ ବା କଦଳୀ ଭୋଗ ଲଗାନ୍ତୁ।

ମକର- ଆକାଶି ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, ଗୁଡ ଓ ନଡିଆ ଭୋଗ ଲଗାନ୍ତୁ।

କୁମ୍ଭ- ନୀଳ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, ଦହି ଛେନା ଓ ଗୁଡ ଭୋଗ ଲଗାନ୍ତୁ।

ମୀନ- ଫିକା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ, କ୍ଷୀର ଛେନା ଓ କନ୍ଦ ଭୋଗ ଲଗାନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!