ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀରେ କରନ୍ତୁ ଏହି ଉପାୟ।  

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗୃହର ସମସ୍ତ ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀ ଦିନ କରନ୍ତୁ ଏହି ପୂଜା।

ପ୍ରଦୋଷ ସମୟେ ଗୃହର ପ୍ରବେଶ ଦ୍ଵାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜା ପୂର୍ବକ ରକ୍ଷା ବିଧାନଂ କୁର୍ଜ୍ୟାତ୍। ରକ୍ଷା ବିଧାନଂ ରତ୍ରୌ କ୍ରିୟତେ – ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳ। ରକ୍ଷା କାରଣ ମନ୍ତ୍ର- ଓଁ ଘଣ୍ଟକର୍ଣ୍ଣ ମହାବୀର ! ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟାଃ। କଣ୍ଠେ ଯସ୍ୟ ମହାନିଲଂ ଭୂଷଣଂ ଯସ୍ୟ ପନ୍ନଗାଃ। ତେଜାଂସି ତସ୍ୟଦେବାସ୍ୟ ରକ୍ଷନ୍ତୁ ମମମନ୍ଦିରଂ। ଭୈରବାୟ ନମସ୍ତୁଭ୍ଯାଂ, ନମସ୍ତେ ନନ୍ଦିକେଶ୍ଵର, ପଞ୍ଚମ୍ଯାଂ ନିଶିପୁଜାୟାଂ ରକ୍ଷଦେବ ବରପ୍ରଦ। ରକ୍ଷାବନ୍ଧନ ମନ୍ତ୍ର- ଯେନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ, ତେନତ୍ଵାମପି ବଧ୍ନାମୀ ରକ୍ଷାମାଚରମାଚଳ। ଇତି- ଏହି ରକ୍ଷା କରଣ ଦ୍ଵାରା ଏକବର୍ଷ ପର୍ଯ୍ୟନ୍ତ ଗୃହ ଓ ପରିବାର ସୁରକ୍ଷିତ ରହିବା ସହ ନାନା ରୋଗ ଉପଦ୍ରବରୁ ମଧ୍ୟ ସୁରକ୍ଷା ମିଳିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରେଖାପଞ୍ଚମୀ ପାଳନ ବିଧି-

ରାହୁ ରେଖାପଞ୍ଚମୀ ବା ରକ୍ଷାପଞ୍ଚମୀ ଭଦ୍ରବମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ। ଏହିଦିନ ପ୍ରଦୋଷ ସମୟ ବା ଅର୍ଦ୍ଧରାତ୍ର ପୂର୍ବରୁ କବାଟରେ ଗଣେଶ, ମହାଦେବ ଓ ବଟୁକ ଭୈରବଙ୍କ ଚିତ୍ର ଆଙ୍କି ଏମାନଙ୍କ ବାହନର ଚିତ୍ର ଆଙ୍କି ନାମଲେଖି ଯଥାବିଧି ପୂଜାର୍ଚନା କଲେଗୃହର ସମସ୍ତକ୍ଳେଶ ଦୁରହୋଇ ଯାଏ।

ଗଣେଶଙ୍କର ବାହନ ମୂଷିକ, ବଟୁକ ଭୈରବଙ୍କର ବାହନ କୁକୁର ଓ ଘଣ୍ଟାକର୍ଣ୍ଣ ଙ୍କର ବାହନ ବାଘର ନାମ କବାଟରେ ଲେଖିଦେଲେ ବିଷାକ୍ତ କୀଟ, ପତଙ୍ଗ, ସରୀସୃପ ଆଦି ଗୃହମଧ୍ୟକୁ ପ୍ରବେଶ କରନ୍ତି ନାହିଁ କି ଅତୃପ୍ତ ଆତ୍ମାଙ୍କର ପ୍ରଭାବ ପଡେ ନାହିଁ । ଏକବର୍ଷ ପର୍ଯ୍ୟନ୍ତ ଗୃହରେ କୌଣସି ବାସ୍ତୁଦୋଷ ମଧ୍ୟ ଦେଖାଯିବ ନାହିଁ।

ଭଦ୍ରବମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଗୃହକର୍ତ୍ତା ସକାଳୁ ନିତ୍ୟକର୍ମ ସମ୍ପାଦନ କରି ଶିବମନ୍ଦିରରେ ଭଗବନ୍ ଆଶୁତୋଷଙ୍କୁ ପୂଜାର୍ଚନା କରି କଦଳୀ ଭୋଗଲଗେଇ କିମ୍ବା ଲହୁଣୀ, ନବାତ, ନଡିଆ, ଛେନା, କଦଳୀ, କ୍ଷୀର ଓ ବେଲପତ୍ର ଘର୍ଷଣ କରି ପରିବାରର ସମସ୍ତ ସଦସ୍ୟଙ୍କୁ ସେବନ କରେଇବେ। ଯେତେଦ୍ଵାର ବାହାରକୁ ଥିବ ଓ ଘରଭିତରେ ଯେତେଦ୍ଵାର ଥିବ ସମସ୍ତଦ୍ଵାରର କବାଟକୁ ହଳଦୀ ପାଣିରେ ଧୋଇପୋଛି ସଫାକରି ସୁଖେଇଦେବେ।

ରକ୍ଷାପଞ୍ଚମୀ ମହତ୍ଵ-

୧.  ସନ୍ଧ୍ୟାପରେ ହଳଦୀ ସିନ୍ଦୁର ଓ ଚନ୍ଦନରେ ଉପରୋକ୍ତ ନାମଗୁଡିକ ଲେଖି ଧୂପ, ଦୀପ, ଫୁଲ, ଦୁବ, ବରକୋଳି ପତ୍ର, ବେଲପତ୍ର ସମର୍ପଣ କରିବେ। କଦଳୀ ଭୋଗରୁପେ ପାଣିଛଡେଇବେ ।

୨. କୁଶ ସଂଗ୍ରହ କରି ଗୋଧିସାପ ଭଳି ଦୁଇଟି କୁଶରଗୋଧି ନିର୍ମାଣକରି କଳା, ସିନ୍ଦୁର, ଚନ୍ଦନ ଓ ହଳଦିରେ ଆଖି, ନାକ, କାନ ଓ ପାଟି ଅଙ୍କିବେ ଏବଂ ଦ୍ଵାର ଉପରେ ଟାଙ୍ଗିଦେବେ।

୩. କବାଟର ମଧ୍ୟଭାଗରେ ସ୍ଵସ୍ତିକ ଚିହ୍ନ ଚନ୍ଦନରେ ଲେଖିବେ। ମଝିରେ ସିନ୍ଦୁରର ବିନ୍ଦୁଟିଏ ଲଗେଇବେ । ସ୍ଵସ୍ତିକ ଚିହ୍ନର ଚାରି କଣରେ ହଳଦୀ ଟୋପାଲଗେଇ ସେଥିରେ ଅକ୍ଷତ ଅରୁଆ ଚାଉଳ ଲଗେଇବେ ।

୪. ଏହିପ୍ରକ୍ରିୟା କରିବାଦ୍ଵାରା ଗୃହର ସମସ୍ତ ବାସ୍ତୁଦୋଷ ଖଣ୍ଡନ ହୋଇ ଗୃହ କର୍ତ୍ତାଙ୍କର ଉତ୍ତରୋତ୍ତର ଉନ୍ନତି ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!