କୁଣ୍ଡଳୀରେ ଯଦି ବୃହସ୍ପତି ନିଚ୍ଚରେ ଥାଆନ୍ତି, ତେବେ କରନ୍ତୁ ଏହି ୫ଟି ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃହସ୍ପତିଙ୍କର ଶୁଭଫଳ ପାଇଁ ଗୁରୁବାରର ଦିନ କରନ୍ତୁ ଏହି ୫ଟି ଉପାୟ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ କୁଣ୍ଡଳୀରେ ଥିବା ସମସ୍ତ ଗ୍ରହ ମାନକ ପ୍ରଭାବ ଦ୍ଵାରା ଆମେ ପରିଚାଳିତ ହେଉ। କୁଣ୍ଡଳୀରେ ଥିବା ୯ଟି ଯାକ ଗ୍ରହ କିଛି ନା କିଛି ଫଳ ନିଶ୍ଚିନ୍ତ ଦିଅନ୍ତି, କିଏ କମ ତ କିଏ ଅଧିକା, ଏହା ସେମାନଙ୍କ ସ୍ଥିତିକୁ ନେଇ ଗଣନା କରାଯାଏ। ଯେଉଁ ଗ୍ରହ ନିଜର ଉଚ୍ଚ ରାଶିରେ ବା ଶୁଭ ଗ୍ରହଙ୍କ ଦୃଷ୍ଟିରେ ଥାଏ ସେ ବହୁତ ଭଲ ଫଳ ପ୍ରଦାନ କରେ। କିନ୍ତୁ ଯିଏ ନିଜର ଶତ୍ରୁ ଗୃହରେ ବା ନିଚ୍ଚରେ ଥାଏ କିମ୍ବା କ୍ରୂର ଗ୍ରହଙ୍କ ଦୃଷ୍ଟିରେ ଥାଏ ସେ ଜାତକକୁ ପୀଡା ଦିଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହିଭଳି ବୃହସ୍ପତିଙ୍କ ସ୍ଥିତି ମଧ୍ୟ ଆମ ଜାତକରେ ବହୁତ ପ୍ରଭାବ ପାକାଇ ଥାଏ, ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଦୁର୍ବଳ ସ୍ଥିତିରେ ବା ନିଚ୍ଚରେ କିମ୍ବା କ୍ରୂର ଗ୍ରହ ଦୃଷ୍ଟିରେ ଅଛନ୍ତି ତେବେ ତାଙ୍କର ଶୁଭତ୍ଵ ପାଇଁ ଆପଣଙ୍କୁ କିଛି ସହଜ ଓ ସରଳ ଉପାୟ କରିବା ଆବଶ୍ୟକ। ଏହା ଦ୍ଵାରା ଆପଣଙ୍କୁ ନିଶ୍ଚିନ୍ତ ଶୁଭ ଫଳ ପ୍ରାପ୍ତି ହେବ।

ଜାଣନ୍ତୁ ବୃହସ୍ପତିଙ୍କୁ କେମିତି ପ୍ରଶନ୍ନ କରିପାରିବେ-

୧। ଗୁରୁବାର ଦିନ ଉପବାସ କରନ୍ତୁ ଓ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଗୁରୁବାର ବ୍ରତ କଥା ପଢନ୍ତୁ ଓ ହଳଦିଆ ଅନ୍ନର ସେବନ କରନ୍ତୁ, ଏହା ଦ୍ଵାରା ବୃହସ୍ପତି ପ୍ରଶନ୍ନ ହୁଅନ୍ତି।

୨। କଦଳୀ ଗଛକୁ ବୃହସ୍ପତିଙ୍କ ସହ ଯୋଡା ଯାଇଛି, ସେଥିପାଇଁ ଏହି ଦିନ କଦଳୀ ଗଛ ଉପରେ ହଳଦିଆ ବସ୍ତୁ କିଛି ଅରପଣ କରିବା ଅତ୍ୟନ୍ତ ଲାଭଦାୟକ ଅଟେ।

୩। ଗୁରୁବାର ଦିନ ବୃହସ୍ପତିଙ୍କ ସହ ଜଡିତ କିଛି ବସ୍ତୁର ଦାନ କରିଲେ ସେହି ଗ୍ରହର ଦୋଷ ଓ ପୀଡାରୁ ମୁକ୍ତି ମିଳିଥାଏ। ହଳଦୀ ରଙ୍ଗ ଗୁରୁଙ୍କର ପ୍ରତୀକ, ସେଥିପାଇଁ କେବଳ ହଳଦୀ ରଙ୍ଗର ବସ୍ତୁ ହିଁ ଦାନ କରନ୍ତୁ।

୪। ହଳଦିଆ ଫୁଲ, ହଳଦିଆ ବସ୍ତ୍ର, ମିଠା, ଘୋଡା (କାଠ ବା ଖେଳଣା), ଚଣା ଡାଲି, ହଳଦୀ, ତଟକା ଫଳ, ଲୁଣ, ସ୍ଵର୍ଣପାତ୍ର, କଂସା ଆଦି ଦାନ କରିବା ଦ୍ଵାରା ବୃହସ୍ପତିଙ୍କର ଅଶୁଭ ପ୍ରଭାବ ସମାପ୍ତ ହୋଇଥାଏ। ଏହା ଦ୍ଵାରା ବୃହସ୍ପତିଙ୍କର ଶୁଭତ୍ଵ ମଧ୍ୟ ବୃଦ୍ଧି ହୁଏ।

୫। ଧଳା ସୋରିଷ, ଧଳା ଫୁଲ, ଚମେଲୀ ପୁଷ୍ପ, ଡିମିରି, ମହୁ ମିଶ୍ରିତ ଜଳରେ ସ୍ନାନ କଲେ ବୃହସ୍ପତିଙ୍କର ଅଶୁଭ ପ୍ରଭାବ କମ ହୋଇ ପୀଡାରୁ ମୁକ୍ତି ମିଳେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!