ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ ବିଧି, ମୂହୁର୍ତ୍ତ ଏବଂ ୧୦ଟି ଗୁରୁତ୍ତ୍ଵ ପୂର୍ଣ୍ଣ ତଥ୍ୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତ ପାଳନ ବିଧି, ମୂହୁର୍ତ୍ତ ଏବଂ ୧୦ଟି ଗୁରୁତ୍ତ୍ଵ ପୂର୍ଣ୍ଣ ନିୟମ।

ହୁନ୍ଦୁ ଧର୍ମର ଶାସ୍ତ୍ର ଓ ପୁରାଣ ମାନଙ୍କରେ ମାନ୍ୟତା ଅଛି ଯେବେ ଯେବେ ଅସୁର ମାନଙ୍କର ଅତ୍ୟାଚାର ବଢିଥାଏ ଓ ଧର୍ମର ବିଲୟ ଘଟେ ସେତେବେଳେ ଭଗବାନ ପୃଥିବୀରେ ସତ୍ୟ ଓ ଧର୍ମର ସ୍ଥାପନ କରିବାକୁ ଅବତରଣ କରିଥାନ୍ତି। ଏହି ପୌରାଣିକ କଥା ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ, କଂଶର ବିନାଶ ପାଇଁ ମଥୁରାରେ ଭଗବାନ ଶ୍ରୀକୃଷ୍ଣ ଅବତରଣ କରିଥିଲେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୨୦୧୮ ମସିହା ସେପ୍ଟେମ୍ବର ମାସ ୨ ତାରିଖ ରବିବାର ଅଷ୍ଟମୀ ତିଥି ଅର୍ଦ୍ଧରାତ୍ରି ଯୁକ୍ତ ହେଉଥିବାରୁ ସ୍ମାର୍ତ୍ତସମ୍ମତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପବାସ ଓ ବ୍ରତ ଏହିଦିନ ପାଳନ କରାଯିବ। ଏହି ବ୍ରତର ସମୟ ନିଶାର୍ଦ୍ଧ ମୁଖ୍ୟକାଳ।

ଯେହେତୁ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଧରା ପୃଷ୍ଠରେ ଅବତରଣ କରିଥିଲେ ସେଥିପାଇଁ ଏହି ଦିନକୁ କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମାଷ୍ଟମୀ ବୋଲି କୁହାଯାଏ। ଏହି ଦିନ ସ୍ତ୍ରୀ ଏବଂ ପୁରୁଷ ମାନେ ରାତ୍ରି ୧୨ଟା ପର୍ଯ୍ୟନ୍ତ ବ୍ରତ ଆଚରଣ କରନ୍ତି। ମନ୍ଦିର ମାନଙ୍କରେ ବହୁତ ସାଜସଜ୍ଜା ହୁଏ ଓ କୃଷ୍ଣଙ୍କୁ ଝୁଲଣରେ ଝୁଲାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କର ବିଶେଷ ପୂଜା କରାଯାଏ।

ଜାଣନ୍ତୁ ବ୍ରତ ଓ ପୂଜାର ବିଧି-

ଉପବାସର ପୂର୍ବ ରାତ୍ରିରୁ ଅଳ୍ପ ଆହାର କରି ବ୍ରହ୍ମଚର୍ଜ୍ଯାର ପାଳନ କରନ୍ତୁ।

ଭୋରରୁ ଉଠି ସ୍ନାନ ସାରି ଦୈନିକ କାର୍ଯ୍ୟରୁ ନିବୃତ୍ତ ରହିବେ।

ଏହାପରେ ସୂର୍ଯ୍ୟ, ସୋମ, ଯମ, କାଳ, ସନ୍ଧି, ଭୁତ, ପବନ, ଭୂମି, ଆକାଶ ଓ ବ୍ରହ୍ମା ଆଦୀଙ୍କୁ ନମସ୍କାର କରି ପୂର୍ବ ବା ଉତ୍ତରକୁ ମୁହଁ କରି ବସନ୍ତୁ।

ଏହା ପରେ ଜଳ, ଫଳ, ପୁଷ୍ପ, ଓ କୁଶ ଆଦି ଦ୍ଵାରା ସଂକଲ୍ପ କରନ୍ତୁ-

“ମମଖିଲପାପପ୍ରଶମନପୂବକ ସର୍ବାଭୀଷ୍ଟ ସିଦ୍ଧୟେ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବ୍ରତମହଂ କରିଷ୍ୟେ”

ମଧ୍ୟାହ୍ନ ସମୟରେ କଳା ରାଶି ପଡିଥିବା ପାଣିରେ ସ୍ନାନ ସାରି ଦେବକିଙ୍କ ପାଇଁ ” ପ୍ରସୂତି ଗୃହ” ନିର୍ମାଣ କରନ୍ତୁ।

ଏହାପରେ ଭଗବାନ ଶ୍ରୀକୃଷ୍ଣ ମୂର୍ତ୍ତି ବା ଚିତ୍ର ସ୍ଥାପନା କରନ୍ତୁ।

ମୂର୍ତ୍ତିଟି ରେ ଶ୍ରୀକୃଷ୍ଣକୁ ସ୍ତନପାନ କରାଉଥିବା ଦେବକୀ ଓ ଲକ୍ଷ୍ମୀ ତାଙ୍କର ଚରଣ ସ୍ପର୍ଶ କରୁଥିବାର ହୋଇଥିବ ବା ସେହିଭଳି ଭାବର ହୋଇଥିବା ଦରକାର।

ଏହା ପରେ ବିଧି ବିଧାନରେ ପୂଜା କରନ୍ତୁ।

ପୂଜାରେ ଦେବକୀ, ବାସୁଦେବ, ବଳଦେବ, ନନ୍ଦ, ଯଶୋଦା ଏବଂ ଲକ୍ଷ୍ମୀ ଏମାନଙ୍କ ନାମ ନେବା ଉଚିତ।

ଏହା ପରେ ନିମ୍ନ ଲିଖିତ ମନ୍ତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରନ୍ତୁ।

“ପ୍ରଣମେ ଦେବ ଜନନୀ ତ୍ୱୟା ଜାତସ୍ତୁ ବାମନ
ବସୁଦେବାତ ତଥା କୃଷ୍ଣୋ ନମସ୍ତୁଭ୍ଯଂ ନମୋ ନମ
ସୁପୁତ୍ରାର୍ଘ୍ଯଂ ପ୍ରଦତ୍ତଂ ମେଂ ଗୃହାଣେମଂ ନମୋସ୍ତୁତେ”॥

ଶେଷରେ ପ୍ରସାଦ ବାଣ୍ଟି ଭଜନ କୀର୍ତ୍ତନ କରି ରାତ୍ରି ଜାଗରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!