ଆପଣଙ୍କ ହାତର ଏହି ଗୋଟେ ମୁଦ୍ରା ହିଁ ଆପଣଙ୍କୁ ଧନବାନ କରିପାରେ, କେବେ ମଧ୍ୟ ଅର୍ଥର ଅଭାବ ହେବ ନାହିଁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆମେ ସମସ୍ତେ ଜାଣିଛୁ ଯେ ପଇସା ସବୁ କିଛି ନୁହେଁ, କିନ୍ତୁ କିଛି କିଣିବାକୁ ହେଲେ ଟଙ୍କା-ପଇସା ବହୁତ ମହତ୍ଵପୂର୍ଣ୍ଣ ହୁଏ। ନିଜର ଆବଶ୍ୟକତାକୁ ପୁରଣ କରିବା ପାଇଁ ଧନ ଆବଶ୍ୟକ ହୁଏ। ଆଜି କାଲି ପରିବେଶରେ ଧନର ଅଭାବ ହେଲେ ଜୀବନରେ ସୁଖ ଶାନ୍ତିରୁ ଦୂରେଇ ଯାଆନ୍ତି। ସେହିପରି ଜ୍ୟୋତିଷ ଶାସ୍ତ୍ରରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ କିଛି ଉପାୟ ଦିଆଯାଇଛି। ଯଦି ଆପଣଙ୍କର ମଧ୍ୟ ଏହିପରି ସମସ୍ୟା ଥାଏ ଓ ଏହି ସମୟରେ ଆର୍ଥିକ ଅଭାବର ଶିକାର ହୋଇଥାନ୍ତି ? ତେବେ ଏହି ଆର୍ଥିକ ଅଭାବର ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଏମିତି ଉପାୟ ନିମ୍ନରେ ଦିଆଯାଇଛି ଯାହା ସବୁଠାରୁ ଅଲଗା ଉପାୟ। ବର୍ତ୍ତମାନ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କିପରି ଆପଣଙ୍କ ହାତର ଏକ ମୁଦ୍ରା ହିଁ  ଆପଣଙ୍କୁ ଧନବାନ କରିଦେବ। ଏହାକୁ ବିଶ୍ଵାସ କରି ନ ପାରନ୍ତି, କିନ୍ତୁ ହାତରେ ତିଆରି ହୋଇଥିବା ଏକ ବିଶେଷ ମୁଦ୍ରା ଆର୍ଥିକ ଚିନ୍ତାରୁ ମୁକ୍ତି ଦେଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ନିଜ ହାତରେ ହିଁ ଈଶ୍ଵର ବାସ କରନ୍ତି :

କୁହାଯାଏ କି ଆମ ହାତରେ ଈଶ୍ଵର ବାସ କରିଥାନ୍ତି, ଏହି କଥା ବ୍ୟବହାରିକ ଓ ସୈଦ୍ଧାନ୍ତିକ ରୂପରେ ମଧ୍ୟ ସତ୍ୟ ଅଟେ। କାରଣ ଏହି ହାତରେ ହିଁ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଉଁ ଓ ଜୀବନର ଲକ୍ଷ ସାଧ୍ୟନ ପାଇଥାଉ। ଯଦି ସିଦ୍ଧାନ୍ତ ଓ ମାନ୍ୟତା ପ୍ରତି କୁହାଯାଏ ତେବେ ଏମିତି ମାନ୍ୟତା ହୁଏ ଯେ ଆମ ହାତରେ ବିଭିନ୍ନ ଦେବୀ-ଦେବତାମାନେ ବାସ କରନ୍ତି। ସେଥିପାଇଁ ସକାଳୁ ଆଖି ଖୋଲିବା କ୍ଷଣି ନିଜ ହାତକୁ ଦେଖିବା ମହତ୍ଵ ଅଛି।

ଏହା ସହିତ ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମରେ ମଧ୍ୟ  ହାତରେ କିଛି ମୁଦ୍ରାର ବିଶେଷ ମହତ୍ଵ ଥାଏ, ଯାହାକୁ ହସ୍ତ ମୁଦ୍ରା କୁହାଯାଏ। ଏହି ହସ୍ତ ମୁଦ୍ରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାକୁ ଦୂର କରିବାରେ ସହାୟକ ସିଦ୍ଧ ହୋଇଥାଏ। ସେହି ହାତରେ ତିଆରି ଏକ ବିଶେଷ ମୁଦ୍ରା ଆପଣଙ୍କୁ ଆର୍ଥିକ ଅଭାବର ସହାୟତାକୁ ମଜବୁତ୍ କରିଥାଏ। ଆସନ୍ତୁ ଜାଣିବା କିପରି ଏହି ବିଶେଷ ହସ୍ତ ମୁଦ୍ରା ତିଆରି କରାଯାଏ।

ଏହିପରି ତିଆରି କରନ୍ତୁ ବିଶେଷ ହସ୍ତ ମୁଦ୍ରା :

ପ୍ରଥମେ ଦୁଇ ହାତକୁ ସାମନାକୁ ଆଣିବ। ହାତ ପାପୁଲି ଉପର ଦିଶାରେ ରହିବା ଉଚିତ୍। ଦୁଇ ହାତର ଆଙ୍ଗୁଠିକୁ ପରସ୍ପର କୋଣ ସହିତ ଯୋଡି ଦିଅନ୍ତୁ। ଏଭଳି ଯୋଡିବ ଯେପରି କନିଷ୍ଠ ଆଙ୍ଗୁଠି ମଧ୍ୟ ଯୋଡି ହେବ। ଏବେ ହାତର କନିଷ୍ଠ ଏବଂ ଅନାମିକା ଆଙ୍ଗୁଠିକୁ ଭିତର ପଟକୁ ମୋଡ଼ି ଦିଅନ୍ତୁ। ଏବେ ପ୍ରଥମ ଦ୍ଵିତୀୟ ଆଙ୍ଗୁଠିକୁ ଏକତ୍ର ଯୋଡି ଦିଅନ୍ତୁ।

ଏହି ହସ୍ତ ମୁଦ୍ରାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ସ୍ଥିର ହୋଇ ଧ୍ୟାନ କରିବେ। ପ୍ରତିଦିନ ଏହି ମୁଦ୍ରାର ଅଭ୍ୟାସ କରିଲେ ଜୀବନରେ ଆର୍ଥିକ ସମସ୍ୟା ଦୂର ହୁଏ ଓ ଧନ ପ୍ରାପ୍ତି ହେବାର ନୂତନ ମାର୍ଗ ଦେଖାଯାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!